ପ୍ରଦୀପ ପାଣଗ୍ରାହୀ ଲିଙ୍କକୁ ନେଇ ନଗର କଂଗ୍ରେସ ସଭାପତି ବାସନ୍ତ ପଣ୍ଡା ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୫ ଡିସେମ୍ବର ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ନଗର କଂଗ୍ରେସ ପକ୍ଷରୁ ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗଜପତି ଜିଲ୍ଲାରେ ବିଭିନ୍ନ କୁଜିନେତାଙ୍କ ସହ ଲିଙ୍କକୁ ନେଇ ଯାଞ୍ଚ କରିବାପାଇଁ ନଗର କଂଗ୍ରେସ ପକ୍ଷରୁ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ।

ନଗର କଂଗ୍ରସେ ସଭାପତି ବସନ୍ତ କୁମାର ପଣ୍ଡା ଏହି ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପୂର୍ବତନ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ବିଭିନ୍ନ ଦୁର୍ନିତି ମାମଲାରେ ସଂସ୍ଲିଷ୍ଟ ଥିବାବେଳେ ତାଙ୍କ ବିରୁଦ୍ଧରେ ଯେଉଁ ତଦନ୍ତ କରାଯାଉଛି ତାହା କେବଳ ଗଞ୍ଜାମ ଜିଲ୍ଲାରେ ସିମୀତ ରହିଛି । ମାତ୍ର ଗଜପତି ଜିଲ୍ଲାର ବହୁ କୁଜି ନେତା ତାଙ୍କ ଜରିଆରେ କୋଟିପତି ହୋଇଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ଉକ୍ତ ଯାଞ୍ଚ ଗଜପତି ଜିଲ୍ଲାରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବେ କରିବାପାଇଁ ପାରଳାଖେମୁଣ୍ଡି ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ଏହି ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି ।(ପାରଳାଖେମୁଣ୍ଡି /ଗରୁଡ଼ ଧ୍ୱଜ ଚୌଧୁରୀ)

Exit mobile version