ଖୋର୍ଦ୍ଧା ଜିଲା (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର :- ଜନତା ମଇଦାନରେ ଆୟୋଜିତ ୫ ଦିନିଆ “କୃଷି ଓଡ଼ିଶା’ ଉଦଘାଟନ ହେବ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦ତାରିଖ ପୂର୍ବାହ୍ନରେ ଶୁଭ ଉଦ୍ଘାଟନ କରିବୋ ସେହିପରି ଜାନୁଆରୀ ୨୪ ତାରିଖରେ ଆୟୋଜିତ ଉଦ୍ଯାପନୀ ସନ୍ଧ୍ୟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମବୀ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି । କୃଷି ଓଡ଼ିଶା -୨୦୨୦ ଆୟୋଜନର ଅବ୍ୟବହତି ପୂର୍ବରୁ ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସ୧ିଳନୀକୁ ଉଦ୍ବୋଧନ ଦେଇ ମବୀ ଡ. ସାହୁ କହିଲେ ଯେ କୃଷିକ୍ଷେତ୍ରରେ ରାଜ୍ୟ କରିଥିବା ପ୍ରଗତିର ଏକ ପ୍ରତିଛବି ଜନସାଧାରଣଙ୍କ ସମୁଖରେ ତୋଳି ଧରିବା ସହିତ ରାଜ୍ୟର କୃଷକମାନଙ୍କୁ କୃଷି କ୍ଷେତ୍ରରେ ଘଟୁଥିବା ଓ ପ୍ରୟୋଗ ହେଉଥିବା ନୂତନ ଜ୍ଞାନକୌଶଳ ସହିତ ପରିଚିତ କରାଇବା ଲକ୍ଷ୍ୟ ନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରତିବର୍ଷ ରାଜ୍ୟ ସ୍ତରୀୟ କୃଷି ମହୋତ୍ସବ “କୃଷି ଓଡ଼ିଶା’ ଆୟୋଜନ କରାଯାଉଛି । କୃଷି କ୍ଷେତ୍ରରେ ଅଗ୍ରଗତି ସହିତ ପ୍ରତିବର୍ଷ “କୃଷି ଓଡ଼ିଶା’ ତା’ର କଳେବର ବୃଦ୍ଧି କରିଚାଲିଛି । “କୃଷିଓଡ଼ିଶା\’ ମାଧ୍ୟମରେ ଲାଭଜନକ କୃଷି ପାଇଁ ପ୍ରୟାସ କରାଯାଉଛି । ଚଳିତ ବର୍ଷ କୃଷି ଓଡ଼ିଶାକୁ କୃଷକମାନଙ୍କ ପାଇଁ ଅଧିକ ଉପଯୋଗୀ ଓ ଲାଭଦାୟକ ନିମନ୍ତେ ଅଧିକ ଆକର୍ଷଣୀୟ ଓ ଶିକ୍ଷଣୀୟ କରିବା ଦିଗରେ ପଦକ୍ଷେପ ନିଆଯାଇଛି ବୋଲି ମବୀ ଡ. ସାହୁ ପ୍ରକାଶ କରିଥିଲେ । ଚଳିତ ବର୍ଷ କୃଷି କ୍ଷେତ୍ରରେ ସମବାୟ ଓ ବାଣିଜ୍ୟିକ ବ୍ୟାଙ୍କ, ପଂଚାୟତିରାଜ ଜନପ୍ରତିନିଧି ଏବଂ ମହିଳାମାନଙ୍କ ଭୂମିକାକୁ ଗୁରୁତ୍ୱ ପ୍ରଦାନ କରାଯାଇ ୨୧ ତାରିଖକୁ ସମବାୟ ଓ ବ୍ୟାଙ୍କିଙ୍ଗ୍ ଦିବସ, ୨୨ ତାରିଖକୁ ପଂଚାୟତିରାଜ ଜନପ୍ରତିନିଧି ଦିବସ ଏବଂ ୨୩ ତାରିଖକୁ ମହିଳା ଦିବସ ଭାବରେ ରଖାଯାଇଛି । ସେହିପରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରକୁ ଋଣ ଯୋଗାଣ କ୍ଷେତ୍ରରେ ବ୍ୟାଙ୍କମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କ୍ଷେତ୍ରରେ ୨୨ ତାରିଖରେ ରାଜ୍ୟର ବ୍ୟାଙ୍କ ଅଧିକାରୀମାନଙ୍କର ଏକ ସ୍ୱତବ ଅଧିବେଶନର ଆୟୋଜନ କରାଯାଇଛି । ଏଥିରେ ରାଜ୍ୟର ପ୍ରାୟ ୫୦୦ ବ୍ୟାଙ୍କ ଅଧିକାରୀମାନେ ଯୋଗଦେବେ । କୃଷିର ଗୁରୁତ୍ୱ ଏବଂ କୃଷକମାନଙ୍କର ଅବଦାନକୁ ସ୍ୱୀକୃତି ପ୍ରଦାନ ସହିତ କୃଷିକ୍ଷେତ୍ରରେ ନୂତନ ଜ୍ଞାନକୌଶଳର ପ୍ରଦର୍ଶନ ଲକ୍ଷ୍ୟରେ ଚଳିତ ବର୍ଷ ୨୨୮ଟି ଷ୍ଟଲ୍ ନିର୍ମାଣ କରାଯାଇଛି । ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରାୟ ୧୧୨ଟି କମ୍ପାନୀ ଯୋଗଦେବେ । ଦେଶବିଦେଶରେ କୃଷି କ୍ଷେତ୍ରରେ ଘଟୁଥିବା ନୂତନ ଜ୍ଞାନକୌଶଳ ଓ କୃଷି ପ୍ରଣାଳୀସହିତ ଓଡ଼ିଶାର ଚାଷୀମାନଙ୍କୁ ପରିଚିତ କରାଇବା ନିମନ୍ତେ ପ୍ରତିଦିନ ଆଲୋଚନା ଚକ୍ର ଓ ପାଠଶାଳାର ଆୟୋଜନ କରାଯାଇଛି । ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଏହି ଆଲୋଚନା ଚକ୍ରର ଆୟୋଜନ କରାଯିବ, ଯେଉଁଥିରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର ନାମୀ କୃଷି ବିଜ୍ଞାନୀ, କୃଷି ବିଶେଷଜ୍ଞ, କୃଷି ଅଧିକାରୀ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ପଦାଧିକାରୀମାନେ ଯୋଗଦେବେ । ଏହି ଆଲୋଚନା ଚକ୍ରରେ ମୁଖ୍ୟତଃ ଜଳବାୟୁ ଆଧାରିତ କୃଷି ଜ୍ଞାନକୌଶଳ, ଜଳସଂପଦର ସୁବିନିଯୋଗ, ବିଭିନ୍ନ କୃଷି ସମସ୍ୟାର ସ୍ଥାୟୀ ସମାଧାନ, ମୂଲ୍ୟଯୁକ୍ତ ଉତ୍ପାଦ ପାଇଁ ବଜାର ସଂଯୋଗ, କୃଷି ଉଦ୍ୟୋଗୀମାନଙ୍କ ପାଇଁ ମୂଲ୍ୟ-ଶୃଙ୍ଖଳ ପରିଚାଳନା, ଫସଲ ଅମଳ ପରବର୍ତୀ ଯତ୍ନ ଓ ପରିଚାଳନା, କୃଷିକ୍ଷେତ୍ରରେ ବୀମାଭିତିକ ଆପଦକାଳୀନ ସ୍ଥିତି ପରିଚାଳନା, ଲାଭପ୍ରଦ କୃଷି ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭୂମିକା ଓ ଦାୟିତ୍ୱ ବିଷୟରେ ଆଲୋଚନା କରାଯିବ । ଏହି ଅବସରରେ କୃଷି ଓ ଆନୁଷଙ୍ଗିକ କୃଷି ସମ୍ବନ୍ଧିତ କ୍ଷେତ୍ରରେ ପ୍ରଗତି ସଂପର୍କରେ ତଥ୍ୟଭିତିକ ଆକର୍ଷଣୀୟ ପ୍ରଦର୍ଶନୀ ମଣ୍ଡପର ଆୟୋଜନ କରାଯାଇଛି । ଏଥି ସହିତ କୃଷି ବିଜ୍ଞାନୀ, କୃଷି ଛାତ୍ର ଓ କୃଷକମାନଙ୍କ ମଧ୍ୟରେ ମତର ଅ।ଦାନପ୍ରଦାନ ହେବ ଯଦ୍ଦ୍ୱାରା କୃଷକମାନେ ନୂତନ କୃଷି ପଦ୍ଧତି ସମ୍ବନ୍ଧରେ ଅବଗତ ହୋଇପାରିବେ । କୃଷି ଓଡ଼ିଶାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଫଳ ଚାଷୀ, ଯୁବ କୃଷି ଉଦ୍ୟୋଗୀ ଓ ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇଥିବା ଅଗ୍ରଣୀ ଚାଷୀମାନେ ଯୋଗଦେବେ । କୃଷି ଓଡ଼ିଶା ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଅଗ୍ରଣୀ ଚାଷୀ ଓ ଉତ୍ପାଦକ ସଂସ୍ଥାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏଥି ସହିତ ପ୍ରତିଦିନ ସନ୍ଧ୍ୟାରେ ପ୍ରସଙ୍ଗଭିତିକ ଆଲୋଚନା ସହିତ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯିବ ।
ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରାୟ ୧୧୨ଟି କମ୍ପାନୀ ଯୋଗଦେବେ – ଡ.ଅରୁଣ କୁମାର ସାହୁ

Related Content
୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା
by
Proprietor Abhimanyu Maharana
September 9, 2026
TPNODL launches ‘Solar Rath’ campaign in Baleshwar to accelerate rooftop solar adoption
by
Proprietor Abhimanyu Maharana
September 9, 2026
TPWODL Joins 3rd National Lok Adalat to Facilitate Resolution of Electricity Theft Cases
by
Proprietor Abhimanyu Maharana
September 9, 2026
ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍
by
Proprietor Abhimanyu Maharana
September 9, 2026
ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା
by
Proprietor Abhimanyu Maharana
September 9, 2026
ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା
by
Proprietor Abhimanyu Maharana
September 9, 2026