Home ଓଡ଼ିଶା ଗଜପତି ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଣ୍ଟର ଓ ଟିଏମସି ‘ରୁ କାର୍ଯ୍ୟରତ ୧୩୫ ସ୍ବାସ୍ଥ୍ୟକର୍ମୀ’ଙ୍କୁ ହଠାତ ଉଚ୍ଛେଦପୁନଃନିଯୁକ୍ତି ପାଇଁ ଜିଲ୍ଲ l ପାଳଙ୍କୁ ସ୍ମାରକପତ୍ର ପ୍ରଦାନ l by Proprietor Abhimanyu Maharana 6 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୫ ଡିସେମ୍ବର ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା’ର ବିଭିନ୍ନ କୋଭିଡ କେୟାର ସେଣ୍ଟର ଓ ଟିଏମସି: ମାନଙ୍କରେ କାର୍ଯ୍ୟରତ ବିଭିନ୍ନ ପ୍ରକାର’ର ୧୩୫ ଜଣ ବିଭିନ୍ନ ବର୍ଗ’ର ସ୍ବାସ୍ଥ୍ୟକର୍ମୀ ମାନଙ୍କ ପକ୍ଷେ ସରକାର’ଙ୍କ ପକ୍ଷରୁ ଘୋର ଅବିଚାର ଓ ଅନ୍ୟାୟ କରାଯାଇଛି । ରାଜ୍ୟ ସରକାର’ଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ପୂର୍ବରୁ କୋଣସି କିଛି ନୋଟିସ ନ ଦେଇ ସେମାନଙ୍କୁ ହାଠାତ ଏକ ଚିଠି ମାଧମରେ କାର୍ଯ୍ୟରୁ ଛଟେଇ ତଥା ଉଚ୍ଛେଦ କରି ଦିଆଯାଇଛି । ଏହାର ପ୍ରତିବାଦ’ରେ ସମ୍ପୃକ୍ତ ସମସ୍ତ ଛଟେଇ ସ୍ବାସ୍ଥ୍ୟକର୍ମୀ ମାନେ ଏକ ନିରବ ଶୋଭାଯାତ୍ରା’ରେ ବାହାରି ଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟ’ରେ ପହଞ୍ଚିଥିଲେ । ସେଠାରେ ସେମାନଙ୍କ ପୁନଃବିଚାର ଓ ପୁନଃନିଯୁକ୍ତି ପାଇଁ ଦାବି କରି ଜିଲ୍ଲାପାଳ’ଙ୍କ ଉଦ୍ଦେଶ୍ୟରେ ଡେପୁଟି କଲେକ୍ଟର ନର୍ମଦା ନାୟକ’ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀପତ୍ର’ରେ ସେମାନେ ଦର୍ଶାଇଛନ୍ତି ଯେ , ଆମେ ସମସ୍ତେ ବିଭିନ୍ନ ବର୍ଗର ଯଥା:- ଏଏନଏମ , ଷ୍ଟାଫ-ନର୍ସ , ଫମସିଷ୍ଟ , ଓ ବ୍ଲକ ଟେକ୍ନିସିଆନ ପ୍ରଭୃତି ଗଜପତି ଜିଲ୍ଲା’ର ସ୍ବାସ୍ଥ୍ୟକର୍ମୀ ମାନେ । ଆମେ ଗତ ୩ ମାସ ପୂର୍ବେ ଅର୍ଥାତ ସେପ୍ଟେମ୍ବର ୪ ତାରିଖ ଦିନ ଦ୍ଵିତୀୟ ବେଚ ଭାବେ ଜିଲ୍ଲାର ପାରଳାଖେମୁଣ୍ଡି ସମେତ ବିଭିନ୍ନ ବ୍ଲକ ଅଂଚଳ’ରେ ରହିଥିବା କୋଭିଡ କେୟାର ସେଣ୍ଟର ଓ ଟିଏମସି: ମାନଙ୍କ’ରେ ନିଯୁକ୍ତି ପାଇ ୨୪ ଘଣ୍ଟା ଧରି ନିଷ୍ଠାର ସହ ଅବିରତ ସେବା କାର୍ଯ୍ୟ ଯୋଗାଇ ଆସୁଥିଲୁ । ଏମିତିକି , କୋଭିଡ ବୋଲି ନ ଭାବି ନିଜ ପରିବାର ଓ ଜୀବନ’କୁ ସମ୍ପୂର୍ଣ୍ଣଭାବେ ଭୁଲିଯାଇ ଅତି ଦୁଃଖ କଷ୍ଟ’ରେ କାମକରି ଆସୁଥୁଲୁ । ହେଲେ ଆମେ ଆମ ଡ୍ୟୁଟି’ରେ କାର୍ଯ୍ୟରତ ଥିବାବେଳେ ହଠାତ ଆମକୁ ଏକ ଚିଠି ଆସି ପହଞ୍ଚିଲା ଯେ ଆମକୁ କାର୍ଯ୍ୟରୁ ଛଟେଇ ତଥା ଉଚ୍ଛେଦ କରାଗଲା ବୋଲି । ସରକାର ହଠାତଏକ ଚିଠି ପଠାଇ ଛଟେଇ କରିବା ନେଇ ସେମାନେ ଏକ ଶୋଭଯାତ୍ରାରେ ବାହାରି ଜିଲ୍ଲାପାଳ ଙ୍କ କର୍ଯ୍ୟାଳୟ ଠାରେ ପହଞ୍ଚି ପୁନଃ ନିଯୁକ୍ତି ଦାବିକରି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ଏହି ଶୋଭାଯାତ୍ରା ଓ ସ୍ମାରକ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ମମତା ସୁଇ, ସୁମଲତା ପାଲକା, ଭାଗ୍ୟବତୀ ବିଶ୍ଵାଳ, ସଙ୍ଗୀତା ପରିଡ଼ା, ପ୍ରିୟଙ୍କା ସିଂ, ଜଗଦୀଶ ପାସୁପୁରେଡ୍ଡୀ, ଉଷାରାଣୀ ପାଣି ଓ ପ୍ରତିମା ପାଇକ ପ୍ରମୁଖ ବହୁ ସଂଖ୍ୟାରେ ଷ୍ଟାଫ ନର୍ସ, ଏ ଏନ୍ ଏମ୍, ଫାର୍ମାସିଷ୍ଟ ଓ ବ୍ଲକ୍ ଟେକ୍ନିସିଆନ ପ୍ରଭୁତି ଅଂଶ ଗ୍ରହଣ କରିଥିଲେ l (ପାରଳାଖେମୁଣ୍ଡି /ଗରୁଡ଼ ଧ୍ୱଜ ଚୌଧୁରୀ) – Categories: ଓଡ଼ିଶା, ଗଜପତି, ହୋମ୍ Related Content ଚିଟଫଣ୍ଡ ଠକଙ୍କ ମୁଣ୍ଡରେ ମୋହନ ସରକାର ଓ ମନମୋହନ ବାନ୍ଧିଲେ ପଗଡ଼ି : ଏବେ ଚିଟଫଣ୍ଡ ଜମାକାରୀ ଚିନ୍ତାରେ by Proprietor Abhimanyu Maharana July 13, 2026 ଓଡ଼ିଶା ଉପକୂଳରେ ଭୂକମ୍ପ ! କମ୍ପିଲା ବଙ୍ଗୋପସାଗରର ସମୁଦ୍ର ଗର୍ଭ, ଥରିଲା ମାଟି, ଦୌଡିଲେ ଲୋକେ by Proprietor Abhimanyu Maharana July 12, 2026 Nippon Paint highlights Advanced Coil Coatings for a sustainable future at SMARTCOR 2026 by Proprietor Abhimanyu Maharana July 12, 2026 ତିନି ଦଫା ଦାବିକୁ ନେଇ ମାନ୍ୟବର ରାଜ୍ୟପାଳଙ୍କୁ ଭେଟିଲେ ସାମାଜିକ କର୍ମୀ by Proprietor Abhimanyu Maharana July 12, 2026 ଦାସିଆ ଅଜାଙ୍କ ୧୧୯ ତମ ଜୟନ୍ତୀ ପାଳନ କଲା ପୂଜ୍ୟପୂଜା କମିଟି, ନୟାଗଡ଼ by Proprietor Abhimanyu Maharana July 12, 2026 ମୋତିଆ ବିନ୍ଦୁ ଚିହ୍ନଟ ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana July 12, 2026