ସରକାରଙ୍କ ଘୋଷଣାର ୩ ବର୍ଷ ପରେ ବି ନର୍ଲା ମିନିଷ୍ଟାଡିୟମ ନିର୍ମାଣ କାମ ଆରମ୍ଭ କେବେ ?

ଓଡ଼ିଶା ତାଜା ନ୍ୟୁଜ ( ୫ ନଭେମ୍ବର ଶନିବାର) କଳାହାଣ୍ଡି :- ରାଜ୍ୟ ସରକାର ୨୦୧୬-୧୭ ମସିହାରେ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ମିନିଷ୍ଟାଡିୟମ ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ। ଗ୍ରାମାଞ୍ଚଳରେ ଲୁକ୍କାୟିତ ଥିବା କ୍ରୀଡାବିତଙ୍କୁ ଉପଯୁକ୍ତ ପ୍ଲାଟଫର୍ମ ଯୋଗାଇ ଦେବାର ମହତ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିଲେ। କଳାହାଣ୍ଡି ଜିଲ୍ଲା ପ୍ରତ୍ୟେକ ବ୍ଲକରେ ମିନିଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଦୀର୍ଘ ୩ବର୍ଷ ହେଲା ନର୍ଲା ବ୍ଳକର ମିନିଷ୍ଟାଡିୟମ ନିର୍ମାଣ କାମ ଦୂରର କଥା ବ୍ଳକ ପକ୍ଷରୁ ଏ ପର୍ଯ୍ୟନ୍ତ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ନ ଥୁବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ କରି ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛନ୍ତି। ଏଥିରେ ନର୍ଲାରୁ ମିନିଷ୍ଟାଡିୟମ, କଲ୍ୟାଣୀ ମଣ୍ଡପ,

ରେଞ୍ଜ ଅଫିସ ଭଲି ମୁଖ୍ୟ କାମଗୁଡିକ ପ୍ରଶାସନର ଅବହେଳା ଯୋଗୁଁ ବର୍ଷ ବର୍ଷ ଧରି ଆସିଥିବା କାମ ଗୁଡିକ ପଡିରହି ଥିବା ସହ ଫେରିବାରେ ଲାଗିଛି। ନର୍ଲା ଖେଳ ପଡିଆର ଦୁଇପାର୍ଶ୍ଵରେ ହାଇସ୍କୁଲ ଓ କଲେଜ ଅବସ୍ଥିତ ଥିବା ବେଳେ ଅତି ସୁନ୍ଦର ଖେଳପଡିଆରେ ଅଲ ଇଣ୍ଡିଆ ଫୁଟବଲ, କ୍ରିକେଟ, ଭଲିବଲ, ଟେନିସ ଖେଳମାନ ଅନୁଷ୍ଠିତ ହୋଇଥାଏ। ଏଥିରେ ବହୁ ଉଦୟମାନ କ୍ରୀଡିବିତମାନେ ଜନ୍ମ ନେଇ ବହୁ ଉଦାହରଣ ସୃଷ୍ଟି କରିଛନ୍ତି। ପିଇଟି , ଫୁଟବଲ କୋଚ, ପୋଲିସ, ସୈନ୍ୟ ବାହିନୀରେ ଚାକିରି ଜୀବନ ଆରମ୍ଭ କରି ନର୍ଲାର ମାନ ବଢାଇଛନ୍ତି।ଏଭଲି ଖେଳ ପଡିଆକୁ କାହା ଭୁଲ ପାଇଁ ନିର୍ମାଣ କାମରେ ଅବହେଳା ହୋଇଛି କଳାହାଣ୍ଡି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ନର୍ଲା ଗ୍ରାମବାସୀ ଦାବି କରିଛନ୍ତି। (କଳାହାଣ୍ଡି ରିପୋର୍ଟ /ପ୍ରଦୀପ କୁମାର ଗଉଡ)

Exit mobile version