ସୂରିୟା ରୋଷନି ଲିମିଟେଡ଼ ପକ୍ଷରୁ ଡିଲର୍ସ ମିଟ୍

ଓଡ଼ିଶା ତାଜା ନ୍ୟୁଜ (୫ ଡିସେମ୍ବର ଶନିବାର ) କଟକ  :- ଓମ ସାଇ ଟେଡ଼ର୍ସର ପ୍ରୋପାଇଟର ସୁଶାନ୍ତ କୁମାର ମହାନ୍ତିଙ୍କ ଦ୍ୱାରା ସୂରିୟା ରୋଷନି ଲିମିଟେଡ଼ ର ଏକ ଡିଲର୍ସ ମିଟ୍, ଶୁକ୍ରବାର ସନ୍ଧ୍ୟାରେ କଟକ ସଦର ଥାନା ଅନ୍ତର୍ଗତ ତେଲଙ୍ଗାପେଣ୍ଠ ଠାରେ ଥିବା ଟୁଇନ ସିଟି ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଟକ ସଦର ଥାନାର ଆଇଆଇସି ଶୁଧାଶୁଂ ଭୂଷଣ ଜେନା, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ।

ଓମ ସାଇ ଟେଡ଼ର୍ସ ର ପ୍ରୋପାଇଟର ସୁଶାନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଡିଲର୍ସ ମିଟରେ, ସୂରିୟା ରୋଷନି ଲିମିଟେଡ଼ର ଓଡିଶା ଦାୟିତ୍ୱରେ ଥିବା ସେଲସ୍ ମ୍ୟାନେଜର ଜାନକୀ ବଲ୍ଲଭ ନନ୍ଦ, ଚିତ୍ତରଞ୍ଜନ କର, ସେଷଦେବ ମୋହାନ୍ତି, ବିଶ୍ୱ ରଞ୍ଜନ ସ୍ୱାଇଁ ଯୋଗ ଦେଇ, ଯୋଗ ଦେଇଥିବା ଡିଲର୍ ମାନଙ୍କୁ ସୂରିୟା ପ୍ରଡ଼କ୍ଟକୁ ଲୋକଙ୍କ ପାଖରେ, କିପରି ଅଧିକ ରୁ ଅଧିକ ଆଦୃତ ହୋଇ ପାରିବ ସେବିଷୟେ ବୁଝାଇ ଥିଲେ ।

ଯେଉଁ ଡିଲର ମାନେ ଟାର୍ଗେଟ ଠାରୁ ଅଧିକ ସେଲ କରିବେ ସେମାନଙ୍କୁ କମ୍ପାନୀ ପକ୍ଷରୁ ସ୍ୱତନ୍ତ୍ର ପୁରଷ୍କାର ପ୍ରଦାନ କରାଯିବ ବୋଲି ଓଡ଼ିଶା ଦାୟିତ୍ୱରେ ଥିବା ସେଲସ୍ ମ୍ୟାନେଜର ଶ୍ରୀ ନନ୍ଦ କହିଥିଲେ । ଶେଷ ରେ ଚଳିତ ବର୍ଷ ଭଲ ବ୍ୟବସାୟ କରିଥିବା ଡିଲର୍ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ପରୁଷକୃତ କରାଯାଇଥିଲା । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)  

Exit mobile version