କେନ୍ଦ୍ରାପଡ଼ା ଜିଲ୍ଲାର ଓଡ଼ିଆ ଦାଦନ ଶ୍ରମିକ ଙ୍କ ଜୀବନ ଗଲା ବାଙ୍ଗାଲୋର ରେ

ଓଡ଼ିଶା ତାଜା ନ୍ୟୁଜ (୪ ଡିସେମ୍ବର,ଶୁକ୍ରବାର )କେନ୍ଦ୍ରାପଡ଼ା :- କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କରଞ୍ଜ ପଂଚାୟତ ନିକଟସ୍ଥ ଗରୁଡଵାଡ ପୁର ର ସୁରେନ୍ଦ୍ର ମଲ୍ଲ ନାମକ ଜଣେ ଓଡ଼ିଆ ଦାଦନ ଶ୍ରମିକ ବାଙ୍ଗଲୋର ସହରର ଅତି ଜଣାଶୁଣା ଶିଳ୍ପ ଏରିଆ ( ପିନିଆ) ଠାରେ ଏକ ଏମସ ଏସ୍କଲାଟର୍ସ ଆଣ୍ଡ ଏଲ୍ବୱେଟର୍ସ ପ୍ରାଇଭେଟ ଲିମିଟେଡ଼ ବୋଲି ଘରୋଇ କମ୍ପାନୀରେ ଆଜକୁ ଦୁଇ ମାସ ପୂର୍ବରୁ କମ୍ପାନୀ କାର୍ଯ୍ୟରତ ସମୟରେ ଇଲେକ୍ଟ୍ରି ସର୍କିଟ ଆଘାତ ଯୋଗୁଁ ପ୍ରବାସୀ ଓଡ଼ିଆ ସୁରେନ୍ଦ୍ର ମଲ୍ଲ ଙ୍କ ଜୀବନ ଅକାଳରେ ଝଡି ପଡିଲା, ତେବେ ଖବର ପାଇ ବାଙ୍ଗାଲୋର ସହର ରେ ଓଡିଶା ଲୋକ ମାନଙ୍କ ସୁଖ ଓ ଦୁଃଖରେ ସାମିଲ ହେବା ପାଇଁ ହୋଇଥିବା ଉତ୍କଳ ଆଦର୍ଶ ସମାଜ ର ସମ୍ପାଦକ ଶ୍ରୀ ବିକାଶ ଚନ୍ଦ୍ର ସ୍ୱାଇଁ ତୁରନ୍ତ ଆସି ସମସ୍ତ ପ୍ରକାର ଚେଷ୍ଟା ଚାଲଇ ମୃତକ ଙ୍କ ପରିବାର ଙ୍କ ପାଖରେ ପହଂଚି ଗଭୀର ଭାବେ ସମବେଦନା ଜଣାଇବା ସହ କମ୍ପାନୀ ମୃତ ସୁରେନ୍ଦ୍ର ଙ୍କ ଶବକୁ ନେଇ ପୋଷ୍ଟମର୍ଟମ କରି ତାଙ୍କ ପରିବାର ଙ୍କୁ ହସ୍ତାନ୍ତ କରି ଦେଇଥିଲେ,

ତେବେ ଏଠାରେ ବଡ଼ ପ୍ରଶ୍ନ ଉଠେମୃତଙ୍କ ପରିବାର ର ପିଲା ଓ ଛୁଆ ମାନଙ୍କ ପାଇଁକିଏ ହେବ ସାହା ଭରସା ଏହି ଭଳି ଘଡି ସନ୍ଧି ମୁହୂର୍ତ୍ତ ରେ କାଳ ସମୟ ଛୋଟ, ମୋଟ ସଂସାର ଉଜାଡି ଦେଲା ଆର୍ଥିକ ସାହାଯ୍ୟ ମିଳି ପାରିବା ନେଇ ସେଥି ନିମନ୍ତେ ଉକ୍ତ କମ୍ପାନୀ ପାଖରେ ଏକ ଡିମାଣ୍ଡ ରଖା ଯିବା ନେଇ ପ୍ରବାସୀ ଓଡ଼ିଆ ବାଙ୍ଗାଲୋର କମିଟି ତରଫରୁ ଅନେକ ବରିଷ୍ଟ କାର୍ଯ୍ୟକର୍ତ୍ତା ମାନେ ଏହି ଏକ ଦୁଃଖଦ ଘଟଣା ଉପରେ ଓଡିଶା ର ମୁଖ୍ୟମନ୍ତ୍ରୀ, ତଥା ରାଜ୍ୟପାଳ ଏବଂ ଶ୍ରମ ବିଭାଗ ମନ୍ତ୍ରୀ, 5T ସେକ୍ରେଟାରୀ ସମେତ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳ ମହୋଦୟ ଓ ଜିଲ୍ଲାର ଶ୍ରମ ବିଭାଗ ଅଧିକାରୀ ଙ୍କୁ ଆମ ମାନଙ୍କ ର ବିଶେଷ ଅନୁରୋଧ ଆଇନି ଅନୁଯାଇ କାର୍ଯ୍ୟନୁଷ୍ଠାନ ନିଆଯାଇ ଉକ୍ତ ପରିବାର ପ୍ରତି ସରକାରୀ ସ୍ତରରେ କିଛି ସାହାଯ୍ୟ କରାଯାଉ, ବୋଲି ଆମ ର ଦୃଢ଼ ଦାବୀ ଜଣାଉଛୁ,(କେନ୍ଦ୍ରାପଡ଼ା ପ୍ରତିନିଧି /ଅନିରୁଦ୍ଧ ସେଠୀ )

Exit mobile version