ତାଳମୁଣ୍ଡା ସଉରା ବାପଟିଷ୍ଟ ଖ୍ରୀଷ୍ଟିଆନ ମଣ୍ଡଳୀର ନୂତନ ଚର୍ଚ୍ଚଗୃହ ଛାତପକା ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୪ ଡିସେମ୍ବର,ଶୁକ୍ରବାର ) ରାୟଗଡ ଗଜପତି :- ରାୟଗଡ ବ୍ଲକ ତାଳମୁଣ୍ଡା ଠାରେ ସଉରା ବାପଟିଷ୍ଟ ଖ୍ରୀଷ୍ଟିଆନ ମଣ୍ଡଳୀର ନୂତନ ଉପାସନା ଗୃହ ଛାତପକା କାର୍ଯ୍ୟ ଆଖପାଖ ଅଂଚଳର ଖ୍ରୀଷ୍ଟୀୟପ୍ରେମି କର୍ମକର୍ତ୍ତା ତାଳମୁଣ୍ଡାଗ୍ରାମର ଆବାଳ ବୃଦ୍ଧ ମା ବାପାମାନଙ୍କ ସହଯୋଗରେ ଛାତପକା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ,ନିଜ ହାତପାଣ୍ଠିରୁ ପାଞ୍ଚଲକ୍ଷଟଙ୍କା ଦେଇଥିଲେ ରାୟଗଡ ବ୍ଲକ ଜିଲ୍ଲା ପରିଷଦ ଜଗନ୍ନାଥ ଭୂୟାଁ ଦୁଇଲକ୍ଷଟଙ୍କା ଅନୁଦାନ ଦେଇଛନ୍ତି ଆର ଉଦୟଗିରିବ୍ଲକ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଜାକୁବମାଝୀ,

ସ୍ଥାନୀୟ ସରପଞ୍ଚ ବନମାଳି ଭୂୟାଁ,ଗଜପତି ଜିଲ୍ଲା ସେରଙ୍ଗ ସଉରା ଖ୍ରୀଷ୍ଟିଆନ ମଣ୍ଡଳୀ ଉପଦେଷ୍ଟା ଜୋସେଫ ମାଝୀ ଭୂୟାଁ,ଉପସଭାପତି.ଆଖ ପାଖ ଅଞ୍ଚଳରୁ ସତାଧିକ ମଣ୍ଡଳୀ କାର୍ଯ୍ୟ କର୍ତ୍ତା ଏହିଛାତପକା କାମରେ ଉପସ୍ଥିତ ହୋଇଥିଲେ,ଶ୍ୟାମସୋନ କାର୍ଜି,ପଲକ ଯୋୟଲ ଭୂୟାଁ,ଦିକନ ପ୍ରମରାଇକା,ପ୍ରଦୀପ ବଡ଼ରଇତ,ସୁଧୀର ଶବର,ମହିଳା ସଭନେତ୍ରୀ ସରଜିନୀ ଗମାଙ୍ଗ,ସୁମନ୍ତି ଭୂୟାଁ ସମ୍ପାଦିକା,ଉପସ୍ଥିତ ଥିଲେ l (ଗଜପତି/ରାୟଗଡ ସଂଜୀବ କୁମାର ପାଣି)

Exit mobile version