ମୋହନା ବିଧାୟକଙ୍କ ରାୟଗଡବ୍ଲକ ଗସ୍ତ ରୁଇସିଂ ମହେନ୍ଦ୍ରତନୟା ନାଳବ୍ରିଜ ପରିଦର୍ଶନ

ଓଡ଼ିଶା ତାଜା ନ୍ୟୁଜ (୪ ଡିସେମ୍ବର,ଶୁକ୍ରବାର ) ରାୟଗଡ ଗଜପତି : – ଆଜି ମୋହନା ବିଧାୟକ ରାୟଗଡ ବ୍ଲକର ତାଳମୁଣ୍ଡା ଠାରେ ସଉରା ଖ୍ରୀଷ୍ଟିଆନ ମଣ୍ଡଳୀ ଚର୍ଚ୍ଚର ଛାତପକା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ l ସେଠାରେ କିଛିସମୟ ରହଣି ମଧ୍ୟରେ ଆଖ ପାଖ ଅଞ୍ଚଳରୁ ଆସିଥିବା ବୟଜଷ୍ଠବ୍ୟକ୍ତି ମାନଙ୍କପାଖକୁ ଯାଇ ସାକ୍ଷତ କରି ଅଞ୍ଚଳର ସମସ୍ୟା ଉପରେ ଆଲୋଚନା କରିଥିବା ଦେଖିବାକୁ ମଳିଥିଲା l

ସେଠାରେ ମଧ୍ୟାନ ଭୋଜନ କରି ଡମ୍ବାଳ ପଂଚାୟତର ରୁଇସିଂ ଗ୍ରାମରେ ଗତ ଲଘୁଚାପ ଜନିତ ବର୍ଷାରେ ମହେନ୍ଦ୍ର ତନୟା ନାଳବ୍ରିଜ ସମ୍ପୂର୍ଣ୍ଣ ଧୋଇହୋଇ ଯାଇଥିବା ଜାଗା କୁ ପରିଦର୍ଶନ କରି ସେଠାକର ଗ୍ରାମବାସୀଙ୍କ ସଂଗେ,ଆଲୋଚନା କରିଥିଲେ l ଗ୍ରାମବାସୀ ବିଧାୟକ ମୋହାଦ୍ୱୟଙ୍କୁ ଏଠାରେ ଏକସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ. ନିଵେଦନ କରିଥିଲେ ବିଧାୟକ ଗ୍ରାମବାସୀଙ୍କୁ ଏହି ପୋଲ କାମ କିପରି ଯଥା ଶୀଘ୍ର ହୋଇପାରିବ ମୁଁ ବିଭାଗୀୟ ଅଧିକାରୀଏ ଏବଂ ଜିଲ୍ଲାପାଳଙ୍କ ସଙ୍ଗେ ଆଲୋଚନା କରି ଯଥାଶୀଘ୍ର କାମକରିବାକୁ ପ୍ରତିସ୍କୃତୀ ଦେଇଥିଲେ l

ତାଙ୍କ ସାଥିରେ ଆର ଉଦୟଗିରି ଜିଲ୍ଲାପରିଷଦ ଶ୍ରୀ ଯାକୁବ ମାଝୀ,ରାୟଗଡ଼ ସମିତିସଭ୍ୟ ମୋଫିଏଲ ସ୍ବାଲସିଂ,ଶ୍ୟାମସନ ମଣ୍ଡଳ ମହିଳାନେତ୍ରୀ ରାଧିକା କାର୍ଜି ପ୍ରମୁଖ ଦଳୀୟ କର୍ମୀ, ଉପସ୍ଥିତ ଥିଲେ l      (ଗଜପତି/ରାୟଗଡ ସଂଜୀବ କୁମାର ପାଣି)

Exit mobile version