ଖର ସ୍ରୋତା ସଂଗ୍ରାମ ସମିତିର ପକ୍ଷରୁ ସର୍ବଦଳୀୟ ବୈଠକ – କେନ୍ଦ୍ରାପଡ଼ା ଜିଲ୍ଲାର ଆଳି

ଓଡ଼ିଶା ତାଜା ନ୍ୟୁଜ (୪ ଡିସେମ୍ବର,ଶୁକ୍ରବାର ) କେନ୍ଦ୍ରାପଡ଼ା :- କେନ୍ଦ୍ରାପଡ଼ା ଜିଲ୍ଲାର ଆଳି – ରାଜକନିକା ବ୍ଲକ ରେ ଖର ସ୍ରୋତା ନଦୀର ମଧୁର ଜଳ ପାଇଁ 890କୋଟି ଅର୍ଥ ମଞ୍ଜୁରୀ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ବେଳେ ମେଗା ପାନୀୟ ଜଳ ପ୍ରକଳ୍ପ ଯୋଜନା କୁ ବିରୋଧ କରିବା ପାଇଁ ସର୍ବ ଦଳୀୟ ବୈଠକ ସ୍ଥାନୀୟ ଅଚୁତି ପୁର ପଂଚାୟତ ଅଧିନସ୍ଥ ଭରି ଗଦା ପଡିଆ ଠାରେ ଖର ସ୍ରୋତା ସଂଗ୍ରାମୀ ସମିତିର ସଭାପତି ଓ ସମ୍ପାଦକ, 2ଜଣ ବିରୋଧୀ ଦଳରପୂର୍ବତନ ବରିଷ୍ଟ ବିଧାୟକ ଙ୍କ ସମେତ ବିଭିନ୍ନ ଅଞ୍ଚଳ ଏବଂ ସ୍ଥାନୀୟ ମହଲରୁ ଉଚ୍ଚ ସମ୍ପୂର୍ଣ ଓ ସରକାରୀ ସ୍ତରରେ ଅବସର ପ୍ରାପ୍ତ ଅଧିକାରୀ ଙ୍କ ସହିତ ଆଖ ପାଖ ରୁ ଯୋଗଦାନ ଦେଇଥିବା ବୟସ୍କ ମୁରବୀ ଓ ଛାତ୍ର ନେତା ମାନଂକୁ ନେଇ ଆମ ପାଇଁ ହେଉ ଥିବା ମେଗା ପ୍ରକଳ୍ପ ଜଳ ପାନୀୟ ଯୋଗାଣ କେତେ ଦୂର ଆମ ର ଭୁତ ଓ ଭବିଷ୍ୟତରେ ଆଳି – ରାଜକନିକା ବ୍ଲକ ର ଜନସାଧାରଣ ଙ୍କ ନିମନ୍ତେ କେତେ ଦୂର ପାଣି ର ସଙ୍କଟ ଓ ଅଭାବ ରହିବ ନା ନାହଁ ବୋଲି ଗୋଟିଏ ବଡ଼ ପ୍ରଶ୍ନ ବାଚୀ ହୋଇ ଉକ୍ତ ଅଂଚଳ ର ହଜାର ହଜାର ଲୋକ ମାନଙ୍କ ପାଇଁ ମହା ସମସ୍ୟା ର ମୁଣ୍ଡ ଟେକି ଛିଡା ହୋଇଛି,

ବର୍ତମାନ ସମୟରେ ତେବେ ଏନେଇ ଜିଲ୍ଲା ପ୍ରଶାସନ ଓ ଖର ସ୍ରୋତା ସଂଗ୍ରାମ ସମିତିର ଗୋଟିଏ ବଡ଼ ଧରଣ ର ମାନସ ମନ୍ଥନ ସହିତ ଚିନ୍ତାର କାରଣ ପାଲଟି ଯାଇଛି, ତେବେ ଆଗକୁ କି ପ୍ରକାର ସମାଧାନ ର ବାଟ ହେବ ବୋଲି ବର୍ତମାନ ପରିପ୍ରେକ୍ଷୀରେ ତାହା ଅସ୍ପଷ୍ଟ ରହିଛି, ତେବେ କହି ରଖିବୁ ଯାହା ଜନସାଧାରଣ ଙ୍କ ର ମଙ୍ଗଳ ହେବ ସେହିପରି ବିଚାର ଧାରାରେ କାର୍ଯ୍ୟ ହେଲେ ବୋଧେ ହୁଏ, ଭଲ ହେବ ବୋଲି ଆମର ବିଶ୍ୱାସ ଓ ଭରସା କରିଛୁ, ଖର ସ୍ରୋତା ରୁ ଭଦ୍ରକ କୁ ପାଣି ଦେବା ବିବାଦ, ଅନ୍ୟ ପଟେ ଭିତରକନିକା ଇକୋ ସେନସିଟିବି ଜୋନ ମନିଟରିଂ କମିଟିର ଏହି ନିଷ୍ପତି କୁ ଆମେ ସ୍ୱାଗତ କରୁଛୁ, ଅନ୍ୟ ପଟେ ମେଗା ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ପୂର୍ବରୁ ରାଜ୍ୟ ସରକାରଙ୍କ କିଛି ସ୍ଥାନୀୟ ଜନସାଧାରଣ ଏବଂ ପରିବେଶ ଉପରେ ହେବାକୁ ଥିବା କିଛି ନିୟମ ଥିବା ସ୍ଥଳେ କାହିଁକି ସଠିକ ଭବେ ତଦନ୍ତ କରାଯାଉନାହଁ, ବୋଲି ଆମେ ଆମ ମନରେ ବଡ଼ ପ୍ରଶ୍ନ ଆସୁଛି, କିଛି ଭିତିରି ଉଦେଶ୍ୟ ନାହିଁ ତ ଏନେଇ ଆମେ ଟିକେ ଭାବିବା ବେଳ ଆସିଯାଇଛି, (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ)

Exit mobile version