କୋର୍ଟ ଆଦେଶକୁ ଅବମାନନାକରି ଗୃହ ନିର୍ମାଣ, ଘର ପ୍ରବେଶ ରାସ୍ତାକୁ ବାଡ଼ ପୋତି ଅବରୋଧ

ଓଡ଼ିଶା ତାଜା ନ୍ୟୁଜ (୩ ଡିସେମ୍ବର ଗୁରୁବାର )କଟକ, ମାହାଙ୍ଗା :- କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ଅଧୀନ ଝଡ଼େଶ୍ୱରପୁର ଗ୍ରାମରେ ଜୈନିକ ବ୍ୟକ୍ତିଙ୍କ ଜମିଜମା ବିବାଦକୁ ନେଇ କୌଣସି କାର୍ଯ୍ୟ ନକରିବାକୁ ନ୍ୟାୟାଳୟର ଆଦେଶ ରହିଥିବାବେଳ ଉକ୍ତ ସ୍ଥାନରେ ଗୃହ ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି, ଏହି ବିବାଦ ଯୋଗୁଁ ଜଣେ ବ୍ୟକ୍ତିଙ୍କ ବାସଗୃହର ପ୍ରବେଶ ରାସ୍ତାକୁ ବାଡ଼ ପୋତି ଅବରୋଧ କରାଯାଇଥିବା ଦେଖିବାକୁ ମିଳିଛି, ଯାହାଫଳରେ ଜଣେ ସଂଖ୍ୟାଲଘୁ ପରିବାର ସଦସ୍ୟ ଏକପ୍ରକାର ଗୃହବନ୍ଦୀ ହୋଇ ରହିଥିବାବେଳେ ପୋଲିସ ଘଟଣାକୁ ଗୁରୁତ୍ୱ ନଦେବା ଘଟଣା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି, କୋର୍ଟଙ୍କ ବାରଣ ସତ୍ୱେ କିପରି ଉକ୍ତ ଘରୋଇ ରାସ୍ତାକୁ ଅବରୋଧ କରାଗଲା ତାହା ପୋଲିସର ଭୂମିକା ଉପରରେ ସନ୍ଦେହ ପ୍ରକାଶ ପାଇଛି, ସୂଚନାରୁ ଜଣାଯାଇଛି ଜେ ଝାଡ଼େଶ୍ୱର ଗ୍ରାମର ଅବଦୁଲ ଗୁଫାର ଖାଁ ଜମିଜମା ବିବାଦ ନେଇ ସାଲେପୁର ନ୍ୟାୟାଳୟଙ୍କ ଦ୍ୱାରସ୍ତ ହୋଇଥିଲେ,

କୋର୍ଟ ପକ୍ଷରୁ ଉକ୍ତ ଜମିରେ ରହିତା ଦେଶ ଜାରିକରଯାଇଥିଲା, ଏହି କୋର୍ଟ ଆଦେଶ କୁ ଅବମାନନା କରି ଝଡ଼େଶ୍ୱରପୁର ଗ୍ରାମର ଅକ୍ତର ଗୃହ ନିର୍ମାଣ କରୁଥିବା ନେଇ ଫାଣ୍ଡିରେ ଅଭିଯୋଗ ହୋଇଥିଲା, ଅଭିଯୋଗ ପରେ ଫାଣ୍ଡି ପୋଲିସ ଗୃହ ନିର୍ମାଣ ସ୍ଥଳରେ ପହଂଚି ନିର୍ମାଣ କାର୍ଯ୍ୟ ବନ୍ଦ କରିଥିଲେ, କିନ୍ତୁ ଅବଦୁଲ ଗଫାର ଖାନଙ୍କ ବାସଗୃହ ସମ୍ମୁଖରେଥିବା ଘରୋଇ ରାସ୍ତାକୁ ପ୍ରତିପକ୍ଷ ମାନେ ଆଜି ଜୋର ଜବରଦସ୍ତ ହାଣି ଖାଲ କରିବା ସହ ବାଡ଼ ବୁଝି ଅବରୋଧ କରିଛନ୍ତି, ଯାହାଫଳରେ ଅବଦୁଲ ଙ୍କ ପରିବାରଲୋକ ଏକ ପ୍ରକାର ଗୃହ ବନ୍ଦୀ ହୋଇ ରହିଛନ୍ତି, ଏଥିନେଇ ଅବଦୁଲ ଙ୍କ ପକ୍ଷରୁ ଭଦ୍ରେଶ୍ୱର ଫାଣ୍ଡି ପୋଲିସ ନିକଟରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ମୋ ପାଖକୁ କୌଣସି କୋର୍ଟ ନିର୍ଦେଶ ଆସିନାହିଁ କହି ଘଟଣାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ କରିଛନ୍ତି,

ଏ ସମ୍ପର୍କରେ ଫାଣ୍ଡି ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ମୋ ପାଖକୁ କୋର୍ଟ ନିର୍ଦେଶ ଆସିଲେ ମୁଁ ଘଟଣା ସମ୍ପର୍କରେ କୋର୍ଟକୁ ଲେଖି ଜଣାଇବି ବୋଲିକହିଥିଲେ,ଉକ୍ତ ଜାଗାଟି ଆମ ନିଜର ହୋଇଥିବାରୁ ଆମେ ବନ୍ଦ କରିଛୁବୋଲି ପ୍ରତିପକ୍ଷଙ୍କ ପରିବାର ପକ୍ଷରୁ କୁହାଯାଇଛି, ଯଦି ଉକ୍ତ ରାସ୍ତାରୁ ଅବରୋଧ ତୁରନ୍ତ ହଟାନଯାଏ ତେବେ ଅବଦୁଲ ପରିବାର ପକ୍ଷରୁ ପୋଲିସ ଥାନା ଫାଣ୍ଡି ଆଗରେ ଧାରଣା ଦେବେବୋଲି କହିଛନ୍ତି (ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆ )   

Exit mobile version