କଡମ୍ବାତାଳ ନାରିଙ୍ଗିଝୋଲା ଦୂରତା ମାତ୍ରପାଞ୍ଚ କିମି ରାସ୍ତାକାମ ପ୍ରତି ସରକାର ଙ୍କ ଦୃଷ୍ଟି କେବେ..?

ଓଡ଼ିଶା ତାଜା ନ୍ୟୁଜ (୩ ଡିସେମ୍ବର ଗୁରୁବାର ) ରାୟଗଡ ଗଜପତି :- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନୁସୂଚିତ ଜାତି ଜନଜାତି ବ୍ଲକ ମାନ୍ୟତା ରହିଆସିଥିଲେ ମଧ୍ୟ ସରକାରଙ୍କ ଏହି ଅଞ୍ଚଳ ପ୍ରତିଦୃଷ୍ଟି ପଡୁନଥିବା ଅଭିଯୋଗ ହେଉଛି l କଡମ୍ବାତାଳ ନାରିଙ୍ଗିଝୋଲା ମାତ୍ର ପାଞ୍ଚ କିଲୋମିଟର ରାସ୍ତାକାମ ପାଇଁଦୀର୍ଘ ବର୍ଷ ହେଲାଣି ପାରଳାଖେମୁଣ୍ଡି ଜିଲ୍ଲାପାଳ,ଏବଂ ଆର ଡ଼ି ଅଧିକାରୀ,ରାୟଗଡ ବ୍ଲକ ଗୋଷ୍ଠି ଉନୟନ ଅଧିକାରୀ,ଙ୍କୁ 2017, 2018, 2019, ଲଗାତାର ତିନି ବର୍ଷ ହେଲା ସରକାରୀ କାର୍ଯ୍ୟାଳୟ କୁ ଦୌଡ଼ି ଲିଖିତ ଆକାରରେ ଦେବାପରେ ମଧ୍ୟ ରାସ୍ତା ପାଇଁ କୌଣସି କାର୍ଯ୍ୟନୁଷ୍ଟାନ ନେଇନଥିବା ଦେଖିବାକୁ ମେଳୁଛି l

ଯଦି ବା କିଛି ରାସ୍ତା କାମ ହୋଇଛି କେବଳ ଏମ ଏନ ଆର ଇଜି ଏସ ପକ୍ଷରୁ ହୋଇଛି !ଆଜି ପୁଣି ଏହିରାସ୍ତା ସମ୍ପର୍କେ ରାୟଗଡ଼ ତହସିଲଦାର (ବିଡ଼ିଓ) ଦାୟୀତ୍ୱରେଥିବା ସୁଶ୍ରୀ ଲୀଲାବତି ଆଚାର୍ଯ୍ୟ ମୋହାଦ୍ୱୟାଙ୍କୁ ସାକ୍ଷାତ କରି ସେହି ଅଂଚଳର (ସମାଜସେବି)ଶ୍ରୀ ଲାବଣ୍ୟ ଶବର ଅବସରପ୍ରାପ୍ତ ଶିକ୍ଷକ ଲିଖିତ ଆକାରରେ ଗୁହାରି ଜଣାୟିଛନ୍ତି l ଗମନା ଗମନକୁ ଦେଖିଲେ ସ୍ୱାସ୍ଥ୍ୟ ଖରାପ,ଗର୍ଭବତୀ ମାଆ,କିମ୍ବା ଜ୍ଵର ହେଲେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସବା ବୋହୁ ଅସୁବିଧା ହୋଇଥାଏ ! ରାଜ୍ୟ ସରକାରଙ୍କ ନୂତନ ନିୟମ ନୁଯାୟୀ ଆଖ ପାଖରେ ଥିବା ବିଦ୍ୟାଳୟ ଗୁଡିକୁରେ ଛାତ୍ରଛତ୍ରୀ ଉପସ୍ଥାନ କମ ହଉଥିବା ଯୋଗୁଁ ବନ୍ଦ ହୋଇଛି ଯାହା ଫଳରେ କୁନି କୁନି ଛାତ୍ର ଛତ୍ରୀ ଆଠ ରୁ ଦଶ କିମି ଜଙ୍ଗଲ ପାହାଡ଼ ଘେରା ରାସ୍ତାଦେଇ ଯିବା ବିପଦ ଦେଖା ଦେଇଛି !

ଏହିଅଞ୍ଚଳ ମଧ୍ୟରୁ ଆଜି ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ ପଦବୀରେ ରହି ସେବା କରି ଆସୁଛନ୍ତି କିନ୍ତୁ ଏହି ଅଞ୍ଚଳ ଆଜି ରାସ୍ତାଘାଟ ଗମନା ଗମନର ଅସୁବିଧା ଦେଖାଯାଇଛି ଯଦି ଏହି ରାସ୍ତାକୁ ପ୍ରଧନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯାଏ ତେବେ ଏହି ରାସ୍ତା ଦେଇ ନିକଟସ୍ଥ ଡମ୍ବାଳ,ଅମେଡା,ଲୋବା,ପୁତାର,ଗ୍ରାମ ପଂଚାୟତର ଅନେକ ଗ୍ରାମକୁ ସଂଯୋଗୀ ହୋଇ ସାଧାରଣ ଜନତାଙ୍କ ସେବା ଏହି ରାସ୍ତା ଯୋଗେଇ ପାରିବ l  (ଗଜପତି/ରାୟଗଡ ସଂଜୀବ କୁମାର ପାଣି )

Exit mobile version