ଅଖିଳ ଭାରତ କିଷାନ କ୍ଷେତ ମଜଦୁର ସଂଗଠନ ପକ୍ଷରୁ ବାରଙ୍ଗ ବ୍ଲକ ସମ୍ମୁଖରେ ଭିକ୍ଷୋଭ

ଓଡ଼ିଶା ତାଜା ନ୍ୟୁଜ (୩ ଡିସେମ୍ବର ଗୁରୁବାର ) କଟକ :- କେନ୍ଦ୍ରରେଥିବା କ୍ଷମତାସୀନ ବିଜେପି ସରକାର ଜାରି କରିଥିବା କୃଷି ଆଇନକୁ ସଂଶୋଧନ କରି, ଚାଷୀଙ୍କୁ ଉଚିତ ନ୍ୟାୟ ପ୍ରଦାନ କରନ୍ତୁ ଦାବିରେ ମଙ୍ଗଳବାର ଦିନ, କଟକ ଜିଲ୍ଲା ଅଖିଳ ଭାରତ କିଷାନ କ୍ଷେତ ମଜଦୁର ସଂଗଠନ ପକ୍ଷରୁ, କଟକ ଜିଲ୍ଲା ବାରଙ୍ଗ ବ୍ଲକ କାର୍ଯ୍ୟ।ଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଚାଷୀମାନେ ବିଭିନ୍ନ ସ୍ଲୋଗାନ ଦେଇ କେନ୍ଦ୍ରରେ ଥିବା ମୋଦି ସରକାର ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରି, ଚାଷୀଙ୍କୁ ସେମାନଙ୍କର ନ୍ୟାଜ ଦାବି ହାସଲ କରିବାର ସୁଯୋଗ ଦେଵାକୁ ଦାବି କରିଥିଲେ । ଏନେଇ ଏକ ଦାବି ପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାରଙ୍ଗ ବ୍ଲକ ବିଡ଼ିଓଙ୍କ ଜରିଆରେ ପ୍ରଦାନ କରିଥିଲେ । (କଟକରୁ ଅମୂଲ୍ୟ ବାରିକଙ୍କ ରିପୋର୍ଟ )  

Exit mobile version