ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ଜିଲ୍ଲାପାଳ ଭିନ୍ନକ୍ଷମଙ୍କ ଦ୍ୱାରା ଦ୍ଵୀପପ୍ରଜ୍ୱଳ ସହ ସେମାନଙ୍କୁ ନିତ୍ୟ ଆବଶ୍ୟକ ସରଞ୍ଜାମ ବଣ୍ଟନ

 

ଓଡ଼ିଶା ତାଜା ନ୍ୟୁଜ (୩ ଡିସେମ୍ବର ଗୁରୁବାର ) ଗଞ୍ଜାମ /ବ୍ରହ୍ମପୁର : – ଗଞ୍ଜାମ ଜିଲ୍ଲାସ୍ତର ରେ ବ୍ରହ୍ମପୁର ସିଟି ହସ୍ପିଟାଲ ପାର୍ଶ୍ୱ ରେ ଥିବା ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ପରିସରରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ବୃତ କୁଲାଙ୍ଗ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ l ଆଜି ଭିନ୍ନକ୍ଷମ ଦିବସ ରହିଥିବାରୁ ଭିନ୍ନକ୍ଷମ ଲୋକଙ୍କୁ ନେଇ ଜଗନ୍ନାଥଙ୍କ ଫୋଟୋରେ ପ୍ରଦୀପ ଜ୍ବଳନ କରିଥିଲେ l ଏବଂ ସମାଜରେ ଥିବା ଭିନ୍ନକ୍ଷମ ମାନଙ୍କ ଗତିଵିଧିକୁ ଲକ୍ଷ୍ୟ କରି ସେମାନଙ୍କୁ ପ୍ରଣାମ ଜଣାଇ ବିଭିନ୍ନ ସମସ୍ୟା ଉପରେ ବୁଝିଥିଲେ ଏଥିସହ ଭିନ୍ନକ୍ଷମଙ୍କୁ ସରକାରଙ୍କ ତରଫରୁ କିଛି ମିଳୁଥିବା ଆର୍ଥିକ ଟଙ୍କା ଏବଂ ରାସନ ସାମଗ୍ରୀ ମିଳୁଛି କି ନାହିଁ ତାହା ଉପରେ ଆଲୋଚନା କରିଥିଲେ l

ଏବଂ ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟଶ୍ରତରେ ଆଗେଇ ନେବାପାଇଁ ଆୱାନ ଦେଇଥିଲେ l ଏଥିରେ ସହରାଞ୍ଚଳ ଭିନ୍ନକ୍ଷମ ସମେତ ଗ୍ରାମାଞ୍ଚଳ ଭିନ୍ନକ୍ଷମ ଯୋଗଦେଇ ସରକାରଙ୍କ ତରଫରୁ ମିଳୁଥିବା ସହାୟତା 27ଟି ୩ ଚକିଆ ହାତପେଡାଲ ସାଇକେଲ, 20ଟି ହୁଇଲ ଚେୟାର, ୧0ହଳ ଆଶାବାଡ଼ି,୧0ଟି ବ୍ଲାଇଣ୍ଡ ଷ୍ଟିକ, ୫ ଟି ଡେଜି ପ୍ଲେୟାର,20ଟି ଶ୍ରବଣ ଯନ୍ତ୍ର, ଟେବଲ ସମେତ ଅନ୍ୟାନ୍ୟ ସାମଗ୍ରୀ ଜିଲ୍ଲାପାଳ ଭିନ୍ନକ୍ଷମ ମାନଙ୍କୁ ପ୍ରଧାନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ପ୍ରତିଶୃତି ଅନୁଯାୟୀ ସମସ୍ତ ବ୍ଲକ ଲେବଲରେ ଭିନ୍ନକ୍ଷମ ଦିବସ କାର୍ଯ୍ୟକାରୀ କରାଯିବା ନେଇ କହିଥିଲେ l

ଏଥିରେ ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା, ଅଜିତ କୁମାର ରାଉଳ, ପ୍ରଦୀପ ଧଳ, ମୁରଲୀ ଧର ବେହେରା, ପ୍ରଶାନ୍ତ କୁମାର ନାହାକ, ଡି.ମାନସ ରାଜ ସମେତ ଅନ୍ୟାନ୍ୟ କର୍ମଚାରି ଉପସ୍ଥିତ ଥିବା ବେଳେ ଜନ ଜାଗରଣ ସଙ୍ଘଠନର ଜିଲ୍ଲା ଅଧିକାରୀ ସନ୍ତୋଷ ଚୌଧୁରୀ ଏବଂ ସଙ୍ଘଠନ କର୍ମକର୍ତ୍ତା ଉପସ୍ଥିତରେ କାର୍ଯ୍ୟ ସମ୍ପାଦନ କରିଥିଲେ l
(ରିପୋର୍ଟ/ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Exit mobile version