ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ୰ତ୍ରିନାଥ ସାହୁଙ୍କ ବିଲରୁ ୬ଟି ଟାର୍ପୋଲିନ୍ ଚୋରି

ଓଡ଼ିଶା ତାଜା ନ୍ୟୁଜ (୩ ଡିସେମ୍ବର ଗୁରୁବାର )ପାରଳାଖେମୁଣ୍ଡି :- ପାରଳଖେମୁଣ୍ଡିର ପୁର୍ବତନ ବିଧାୟକ ସ୍ୱର୍ଗତ ତ୍ରିନାଥ ସାହୁଙ୍କ ବିଲରୁ ୬ ଟି ଟାରପୋଲିନ ଚୋରିହୋଇ ଯାଇଛି । ଏ ନେଇ ୰ ସାହୁଙ୍କ ବଡ ପୁଅ କୁନା ସାହୁ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ କରିଛନ୍ତି । ରାଣିପେଣ୍ଠ ଗ୍ରାମ ନିକଟସ୍ଥ ସୁରିଆ ଟେକ୍ନୋ ବିଦ୍ୟାଳୟ ପଛପଟେ ଥିବା ରେଳଧାରଣା ନିକଟରେ ୩ ଏକର ଜମି ରହିଛି । ୨୮ତାରିଖ ରାତ୍ରରେ ଧାନ ବସ୍ତାରେ ବାନ୍ଧି ଟାର୍ପୋଲିନ୍ ଘୋଡାଇ ରଖା ଯାଇଥିଲା ।

କିନ୍ତୁ ୨୯ତାରିଖ ସକାଳୁ ଯାଇ ଦେଖିଲା ବେଳକୁ ଧାନ ବସ୍ତା ଗୁଡିକୁ ଘୋଡାଯାଇଥିବା ୬ଟି ଟାର୍ପୋଲିନ୍ କୌଣସି ଅଜଣା ଦୁର୍ବୃତ୍ତ ଚୋରୀ କରି ନେଇଯାଇଛି । ଚୋରୀ ହୋଇଥିବା ଟାର୍ପୋଲିନ୍ ର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫୦ହଜାର ଟଙ୍କା ହେବ ବୋଲି କୁନା ସାହୁ କହିଛନ୍ତି l  (ପାରଳାଖେମୁଣ୍ଡି /ଗରୁଡ ଧ୍ଵଜ ଚୌଧୁରୀ)

Exit mobile version