Home ଓଡ଼ିଶା “ମୋ ଖତ”ର ଶୁଭାରମ୍ଭ କଲେ ବିଧାୟିକା ଲତିକା ପ୍ରଧାନ ; ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ୭୨ ଲକ୍ଷ ଟଙ୍କାର ଶୁଭ ଦେଲେ by Proprietor Abhimanyu Maharana 6 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୩ ଡିସେମ୍ବର ଗୁରୁବାର ) ଗଞ୍ଜାମ ,କୋଦଳା : – ବୁଧବାର କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ବର୍ଯ୍ୟବସ୍ତୁ କେନ୍ଦ୍ରରୁ ବାହାରୁଥିବା ଜୈବ ଖତ “ମୋ ଖତ ” ର ଶୁଭାରମ୍ଭ ମାନନୀୟା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି l ଏନଏସି କଲ୍ୟାଣମଣ୍ଡପ ପରିସରରେ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ନେତୃତ୍ୱରେ ସ୍ୱଚ୍ଛତା ବିଶେଷଜ୍ଞ ଚନ୍ଦ୍ର ମାରାଣ୍ଡିଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନରେ ଏନଏସି କର୍ମକର୍ତ୍ତା,ଶତାଧିକ ଚାଷୀ ଓ ମହିଳାଙ୍କ ଉପସ୍ଥିତିରେ ବିଧାୟିକା “ମୋଖତ”ର ଶୁଭାରମ୍ଭ କରିବା ସହିତ ୨ କେଜି ଖତ କୁ ୪୦/- ଟଙ୍କା ଦେଇ କିଣିଥିବା ବେଳେ ୧୦ ଜଣ ଚାଷିଙ୍କୁ ମାଗଣା ରେ ୨କେଜି ଲେଖାଏ ଖତ ପ୍ରଦାନ କରିଥିଲେ!ପରେ ପରେ ଜଣ ସଫେଇ କର୍ମଚାରିଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କାର ରାଶି ସହିତ ମାନପତ୍ର ପ୍ରଦାନ କରିଥିଲେ ଏବଂ ୪୫ ସଫେଇ କର୍ମଚାରିଙ୍କୁ ସୁରକ୍ଷ୍ୟା କବଚ କିଟ ପ୍ରଦାନ କରିଥିଲେ l ପରେ ପରେ ବିଧାୟିକା ସେଠାରୁ ବାହାରି କଲ୍ୟାଣ ମଣ୍ଡପ ଠାରେ ଏକ ନୂତନ ଗୃହ ନିର୍ମାଣ ନିମନ୍ତେ ୩୮ଲକ୍ଷ୍ୟ, ବସଷ୍ଟାଣ୍ଡ ଠାରେ ପୋଲିସ ପରିଦର୍ଶିକା ଗୃହ, ଏବଂ “ଆଇ ଲଭ କୋଦଳା “ସେଲ୍ଫି ପଇଁଟ ଦୁଇଗୋଟି ପାଇଁ ୨୪ ଲକ୍ଷ୍ୟ ଟଙ୍କାର ଉନ୍ନୟନ କାର୍ଯ୍ୟ କୁ ଶୁଭ ଦେବା ସହ ସେଗୁଡିକୁ ଶୀଘ୍ର ଆରମ୍ଭ କରିବା ପାଇଁ କନିଷ୍ଠ ୟନ୍ତ୍ରୀ ଯତୀନ୍ଦ୍ର ମୋହନ ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି l ସେଠାରୁ ଫେରି ଗୋଲାସାହିର ରୋଗକ୍ରାନ୍ତ ଦୁଇ ନାଵାଳାକ ଚିକିଛା ସମୟରେ ଜଣେ ମୃତ୍ୟୁ ବରଣ କରିଥିଲେ ଏବଂ ଅନ୍ୟ ଜଣେ ସୁସ୍ଥ ହୋଇ ଫେରିଥିବା ପରିବାର ନିକଟକୁ ଯାଇ ସେମାନଙ୍କୁ ସମବେଦନା ଜଣାଇବା ସଂଗେ ସଂଗେ ଅନ୍ୟ ଜଣେ ରୋଗାକ୍ରାନ୍ତ ମହିଳା ସସ୍ମିତାଙ୍କ ଘରକୁ ଯାଇ ତାକୁ ଦେଖିବା ସହିତ ମେଡିକାଲ ପହଞ୍ଚାଇବା ପାଇଁ ପରାମର୍ଶ ଦେଇ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଏବଂ ସେହି ସାହିର ଉନ୍ନୟନ କାର୍ଯ୍ୟକୁ ଯୁଦ୍ଧକାଳିନ ଭିତ୍ତିରେ ଶେଷ କରିବାକୁ ନିର୍ବାହୀ ଅଧିକାରିଙ୍କୁ ନିର୍ଦ୍ଦେଶ ଦେଇଥିଲେ l (ରିପୋର୍ଟ/ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ) Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ଓଡ଼ିଶାର ସର୍ବୋଚ୍ଚତମ ଗଣେଶ ପ୍ରତିମୂର୍ତ୍ତି (୭୧) ଫୁଟ ଉଚ୍ଚତା... by Proprietor Abhimanyu Maharana September 7, 2026 ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026