ବ୍ରହ୍ମପୁରରେ ବ୍ରାଉନ ସୁଗାର ସହ ଦୁଇ ଯୁବକ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୨ ଡିସେମ୍ବର ବୁଧବାର ) ବ୍ରହ୍ମପୁର :- ବ୍ରହ୍ମପୁର ମହାନଗର ନିଗମରେ ନିଶା ବେପାରୀଙ୍କ ସଂଖ୍ୟା କ୍ଷିପ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି , କେତେ ନିଶା ଦ୍ରବ୍ୟ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରୁଥିବା ବେଳେ ଅନ୍ୟ କିଛି ବଡ଼ ବ୍ୟବସାୟୀ ଲୁପ୍ତ ଅବସ୍ଥାରେ ବ୍ୟାପାର କରୁଥିବା ସହରରେ ଚର୍ଚ୍ଚା ଯୋରଧରିଛି । ପୋଲିସ ସେମାନଙ୍କ ଟେର ପାଇ ପାରୁନାହାନ୍ତି ନା ଜାଣି ଶୁଣି ନିରବ ସାଜୁଛନ୍ତି ତାହାକୁ ନେଇ ଏଠି ପ୍ରଶ୍ନ ସୃଷ୍ଟି ହେଉଛି । ସହରରେ ଗତକାଲି ବ୍ରହ୍ମପୁର ଟାଉନ ଥାନା ପୋଲିସ ପକ୍ଷରୁ ମିଳିଛି ଆଉ ଏକ ବ୍ରାଉନ ସୁଗାର ଆଣୁଥିବା ଦୁଇବ୍ୟକ୍ତିଙ୍କୁ ଟାଉନ ଥାନା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଚଢାଉରେ ଦୁଇ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୫.୭୭ ଗ୍ରାମର ଧଳା ଜହର ଜବତ କରାଯାଇଛି ।

ଜବତ ବ୍ରାଉନ ସୁଗାର ର ମୂଲ୍ୟ ପାଖାପାଖି ୧ଲକ୍ଷ ୫୨ ହଜାର ଟଙ୍କା ହେବା ନେଇ ପୋଲିସ ପକ୍ଷରୁ ଆକଳନ କରାଯାଉଛି । ଦୁଇ ଅଭିଯୁକ୍ତ ହେଲେ ଗାନ୍ଧୀ ନଗର ତୃତୀୟଗଳିର ସନ୍ଦୀପ ଅଗ୍ରୱାଲ ଓରଫ ସାନ୍ଦୀ(୩୨)ଏବଂ ଅରବିନ୍ଦ ନଗର ଦ୍ଵିତୀୟ ଗଳିର ପ୍ରଭୁ କଲ୍ୟାଣ ପଣ୍ଡା (୨୩) । ଏମାନଙ୍କ ଠାରୁ ବ୍ରାଉନ ସୁଗାର ସମେତ ଏଥି ନିମନ୍ତେ ବ୍ୟବହୃତ ବାଇକ ନଂ ଓଡି ୦୭ଆର ୬୧୬୬, ଦୁଇ ମୋବାଇଲ ସେଟ ଓ ୩ ହଜାର ଟଙ୍କା ନଗଦ ଜବତ କରିଛି ପୋଲିସ । ପୋଲିସ ଟାଉନ ଥାନା କେଶ ନଂ ୨୩୮ /୨୦, ୟୁ ଏସ ୨୧ ଏନ ଡ଼ି ପି ଏସ ଆକ୍ଟରେ ମାମଲା ରୁଜୁ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଜେରା କରି ତଦନ୍ତ ଚଳାଇଛି । (ରିପୋର୍ଟ ଶେଷଦେବ ସାହୁ )

Exit mobile version