ଘରୁ ଲିଭିନି ବାହାବେଦୀର ଚିତା ; ସ୍ୱାମୀ ଆତ୍ମହତ୍ୟା ସହିନପାରି ସ୍ତ୍ରୀ ରଶି ଦେଇ ଗୁରୁତର

ଓଡ଼ିଶା ତାଜା ନ୍ୟୁଜ (୨ ଡିସେମ୍ବର ବୁଧବାର )ମାହାଙ୍ଗା :- ଘରୁ ଲିଭିନି ବାହାବେଦୀର ଚିତା , ସ୍ୱାମୀ ଆତ୍ମହତ୍ୟା ସହିନପାରି ସ୍ତ୍ରୀ ରଶି ଦେଇ ଗୁରୁତର ହେବା ଘଟଣା କଟକ ଜିଲ୍ଲା ମାହାଙ୍ଗା ଅଂଚଳରେ ରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିବା ସହ ସମସ୍ତଙ୍କୁ ସ୍ତଂଵିଭୂତ କରିଦେଇଛି । କଟକ ଜିଲ୍ଲା ମାହାଙ୍ଗା ଥାନା ଗୋତରା ପଂଚାୟତ ର ପ୍ରହରାଜପୁର ଗ୍ରାମରେ ଘରୋଇ କଳିରୁ ସ୍ୱାମୀ ମାନସ ବେହେରା ଆଜି ସକାଳେ ନିଜ

ଦୋକାନ ଘରେ ବେକରେ ରସିଦେଇ ଆତ୍ମହତ୍ୟା କରିଥିବା ବେଳେ ସ୍ୱାମୀର ମୃତ୍ୟୁ ଘଟଣାକୁ ସହ୍ୟ କରିନପାରି ନବବିବାହିତା ସ୍ତ୍ରୀ ଉସଶ୍ରୀ ବେହେରା ଘରେ କବାଟଦେଇ ଗାମୁଛା ସାହାଯ୍ୟରେ ରସି ଦେଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗାଁ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ନିଶ୍ଚନ୍ତକୋଇଲି ମେଡିକାଲ ନେଇଥିବା ବେଳେ ସେଠାରେ ସେ ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲ ପଠାଯାଇଛି । ଉଭୟ ନବ ଦମ୍ପତି ଗତ ମାର୍ଚ୍ଚ ମାସରେ ବିଭାହ କରିଥିବା ବେଳେ ସବୁ ଭଲ ଥିଲା ।

ହଠାତ ଆଜି ସ୍ୱାମୀ ସ୍ତ୍ରୀ ମଧ୍ୟରେ କଣ ହେଲା ଯେ ସ୍ୱାମୀ ସକାଳୁ ଦୋକାନ ଯାଉଛି କହି ସେଠାରେ ଆତ୍ମହତ୍ୟା କଲା । ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଚାଲିଥିବା ବେଳେ ଆତ୍ମହତ୍ୟାର ସଠିକ କାରଣ ଜଣା ପଡିନି । ମୃତ ଯୁବକ ଜଣକ ହେଉଛନ୍ତି ଶିକ୍ଷକ ବସନ୍ତ ବେହେରାଙ୍କ ଏକମାତ୍ର ପୁତ୍ର । ପୁଅର ଅକାଳ ବିୟୋଗରେ ଶିକ୍ଷକ ବାପା ଭାଙ୍ଗି ପଡିଛନ୍ତି । ମୃତ ଯୁବକ ସ୍ଥାନୀୟ ଅଂଚଳରେ ଜଣେ ଭଲ ମଣିଷ ଭାବେ ପରିଚିତ ଥିଲେ (ରିପୋର୍ଟ – ଲଷ୍ମୀଧର ଖୁଣ୍ଟିଆ )

Exit mobile version