ଶିକ୍ଷା ବିଭାଗର ଶ୍ରୀପୁର କ୍ଲଷ୍ଟର ସ୍ତରୀୟ କାର୍ଯ୍ୟାନ୍ୱୟନ ବୈଠକ – କଳାହାଣ୍ଡି

ଓଡ଼ିଶା ତାଜା ନ୍ୟୁଜ (୨ ଡିସେମ୍ବର ବୁଧବାର ) କଳାହାଣ୍ଡି :-ନର୍ଲା ବ୍ଳକରେ ଶିକ୍ଷା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ଅଣ୍ଟା ଭିଡିଛି ନର୍ଲା ଶିକ୍ଷା ବିଭାଗ। ଏଥିପାଇଁ କ୍ଲଷ୍ଟର ସ୍ତରୀୟ ବୈଠକମାନ ଅନୁଷ୍ଠିତ ହେଉଛି। ଆଜି ଏହି କ୍ରମରେ ନର୍ଲା ବ୍ଳକ ଅନ୍ତର୍ଗତ ଟକର୍ଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶ୍ରୀପୁର କ୍ଲଷ୍ଟର ସ୍ତରୀୟ କାର୍ଯ୍ୟାନ୍ୱୟନ ବୈଠକ ଅନୁଷ୍ଠିତ ହୋଇଛି । ମୋ ସ୍କୁଲ ଅଭିଯାନ, ପୁଷ୍ଟିକର ବଗିଚା, ରେଡ଼ିଓ ପାଠଶାଳା,ଶୈକ୍ଷଣୀୟ ଉପକରଣ ତିଆରି,ଶିକ୍ଷଣ ଫଳାଫଳ,

 

ମଧ୍ୟାହ୍ନ ଭୋଜନ ଆଦି ଉପରେ ଗୁରୁତ୍ବ ଦେଇ ଏହାର ସୁବ୍ୟବସ୍ଥିତ କରିବା ପାଇଁ ବିସ୍ତୃତ ଆଲୋଚନା କରାଯାଇଛି। ଏଥିରେ ନର୍ଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟସେନ ନିଆଲ, ସଚ୍ଚିଦାନନ୍ଦ ନାୟକ, ରୁପ୍ରା ସିଆରସିସି ଆଦିକନ୍ଦ ସାହୁ,ଭୀମକେଲା ସିଆରସିସି କିଶୋର ଚନ୍ଦ୍ର ଭୋଇ, ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲ ବିଜ୍ଞାନ ଶିକ୍ଷକ ସନ୍ତୋଷ କର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଶ୍ରୀପୁର ସିଆରସିସି ଫକୀର ମହାନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରୀପୁର କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ଏଥିରେ ସାମିଲ ହୋଇ ବୈଠକଟିକୁ ସଫଳ କରିଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ)

Exit mobile version