ସିଏମସି ପକ୍ଷରୁ ଅବରୋଧ ଉଛେଦ

ଓଡ଼ିଶା ତାଜା ନ୍ୟୁଜ (୨ ଡିସେମ୍ବର ବୁଧବାର ) କଟକ :- କଟକ ସଦର ତହସିଲ ଅନ୍ତର୍ଗତ ତେଲଙ୍ଗାପେଣ୍ଠ ଆର ଆଇ ସର୍କଲ ଅଧିନସ୍ଥ ନୂଆହାଟ ମୌଜାର , ସିଏମସି ୫୯ ନମ୍ବର ୱ।ର୍ଡ଼ ଇନ୍ଦିରା କଲୋନୀରେ , ଜାଗା ମିଶନ ନିକଟରେ ,ସିଏମସି ପକ୍ଷରୁ ଉଛେଦ କାର୍ଯ୍ୟ କରାଯାଇଥିଲା । ଏହି ସ୍ଥାନରେ ଥିବା ଗୋଚରେ ଜମିରେ କେତେକ ଗରିବ ଲୋକ ଘର କରି ରହିଥିବା ବେଳେ ,ଅନ୍ୟ କେତେକ ଥିଲାବାଲା ବ୍ୟକ୍ତି କେତେ ଦଲାଲଙ୍କୁ ସହାୟତାରେ ୩୦ରୁ ୫୦ ହଜାର ଟଙ୍କା ଲାଞ୍ଚ ଦେଇ ଏକ ହଜାର ବର୍ଗ ଫୁଟରେ ପକା ଘର କରି ବାହାର ଲୋକଙ୍କୁ ଭଡା ଦେଉଛନ୍ତି । ଏସବୁ ଲୋକଙ୍କ ପାଇଁ ପ୍ରକୃତ ଗରିବ ଲୋକ ଆଜି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ବୋଲି , ସରକାରୀ ଜାଗାରେ ଘର କରି ରହି ଥିବା ଲୋକେ କହିଛନ୍ତି । ମଙ୍ଗଳବାର ଦିନ ସିଏମସି ପକ୍ଷରୁ ସରକାରୀ ଜାଗାରେ ଘର କରିଥିବା ଲୋକମାନଙ୍କୁ ସେସ୍ଥାନରୁ ଉଠିଯିବା ପାଇଁ , ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଥିଲା । ବୁଧବାର ସକାଳ ୧୦ଟାରେ ସିଏମସିର ଅଧିକାରୀ ମାନେ ପୋଲିସ ଫୋର୍ସ ଧରି ଜାଗା ମିଶନ ସ୍ଥାନରେ ପହଞ୍ଚିଥିଲେ । ଜେସିବୀ ମେସିନ ଦ୍ୱାରା ସେଠାରେ ପାଞ୍ଚ ବର୍ଷ ଧରି ବାହାରୁ ଆସି , ଘର କରି ରହି ଥିବା ଲୋକମାନଙ୍କ ଘର ଭାଙ୍ଗି ଦେବାକୁ ପ୍ରସ୍ତୁତ ହେଉଥିବା ରୁ କେତେକ ଗରିବ ଲୋକ ସେମାନଙ୍କୁ ,ସମୟ ଦେବାପାଇଁ ଉପସ୍ଥିତ ଅଫିସଙ୍କୁ କାକୁତି ମିନତୀ ହୋଇ ନିଜର ଦୁଃଖ ଜଣାଇଥିଲେ ।

ଅଫିସର ମାନେ ସେସବୁ ଛାଡ଼ି ନୂତନ ଭାବେ ତିଆରି ହେଉଥିବା ଘରକୁ ଭାଙ୍ଗି , ଜାଗା ମିଶନରେ ଥିବା ( ଏମସିଏ ) ମାଇକ୍ରୋ ଆକ୍ଟିଭିଟି ସେଣ୍ଟର ନିର୍ମାଣ ସ୍ଥାନକୁ ଯାତାୟାତ ପାଇଁ ରାସ୍ତା ନିର୍ମାଣ କରି ଚାଲି ଯାଇଥିଲେ । ଏହି ସ୍ଥାନରେ ବହୁ ସରକାରୀ ଜମି ରହିଛି । କେତେକ ପ୍ରଭାବଶାଳୀ ଧନୀ ବ୍ୟକ୍ତି ବିଲଡ଼ରଙ୍କ ଠାରୁ ସ୍କୈୟାର ବର୍ଗ ଫୁଟ ଦୁଇ ହଜାର ଟଙ୍କାରେ ଜମି କିଣି ସାରିବା ପରେ ପଟା ପାଇ ସାରି , ତାଙ୍କ ପ୍ଲଟକୁ ଲାଗି ରହିଥିବା ସରକାରୀ ଗୋଚର ଜମିକୁ, ନିଜ କବଜାକୁ ନେଇ ବାଉଣ୍ଡାରୀ କରି ,ନିଜ ଦଖଲରେ ରଖିଛନ୍ତି । ଏସବୁ କାର୍ଯ୍ୟ ସ୍ଥାନୀୟ ଆର ଆଇ ଅଫିସର କର୍ମଚାରୀ ,ତହସିଲ କର୍ମଚାରୀଙ୍କ ଜାଣତରେ ହୋଇଛି । ସେମାନଙ୍କ ଦଖଲରେ ଥିବା ସରକାରୀ ଜମି ଉଦ୍ଧାର, କରା ନଯାଇ ଗରିବ ଲୋକମାନଙ୍କ ଘରକୁ ଭାଙ୍ଗିବା ପାଇଁ ଉଦ୍ୟମ କରାଯାଉଛି ବୋଲି ସରକାରୀ ଜାଗାରେ ଘର କରି ରହିଥିବା ଲୋକମାନେ ଅଭିଯୋଗ କରିଛନ୍ତି । ସିଏମସି କମିଶନର ନୂଆହାଟ ମୌଜାର ଜାଗା ମିଶନ ସ୍ଥାନରେ ଥିବା ସରକାରୀ ଗୋଚର ଜମିକୁ ତୁରନ୍ତ ଚିହ୍ନଟ କରି ମାପଚୁପ କରି ୫୯ ନମ୍ବର ୱ।ର୍ଡ଼ର ଭୂମିହୀନ ଲୋକଙ୍କୁ ବସ୍ତି ନିର୍ମାଣ କରି ଥଇଥାନ କଲେ ବହୁ ଗରିବ ବାସହୀନ ଗୃହ ପାଇ ପାରନ୍ତେ ବୋଲି ସାଧାରଣ ରେ ଦାବି ହେଉଛି ।  ( ରିପୋର୍ଟ – ଅମୂଲ୍ୟ କୁମାର ବାରିକ )

Exit mobile version