ବାଇକ୍‌ରେ ବୋମାଧରି ଯାଉଥିବା ବେଳେ ଚକା ସ୍ଲିପ କରିବାରୁ ଫୁଟିଗଲା ବୋମା : ଜଣେ ମୃତ, ୧ ଗୁରୁତର

ଓଡ଼ିଶା ତାଜା ନ୍ୟୁଜ (୧ ଡିସେମ୍ବର ମଙ୍ଗଳବାର ) ଗଞ୍ଜାମ :- ବାଇକ୍‌ରେ ବୋମା ଧରି ଯିବା ବେଳେ ଗାଡି ଚକା ସ୍ଲିପ କରିଯିବାରୁ ଫାଟିଗଲା ବୋମା । ପ୍ରଚଣ୍ଡ ଶବ୍ଦ କରି ବୋମାଟି ଫାଟିବା ଫଳରେ ବାଇକରେ ବୋମା ଧରି ଯାଉଥିବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବକ ଜଣକ ହେଲେ ମିଟୁ ମହାରଣା ଓ ଆହତଙ୍କ ନାମ ସିଲୁ ପ୍ରଧାନ । ଗୁରୁତର ଅବସ୍ଥାରେ ସିଲୁଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଗଞ୍ଜାମ ଖଲ୍ଲିକୋଟ ଥାନା ନିର୍ମଳଝର ଛକରେ ଦୁଇ ବାଇକ୍‌ ଆରୋହୀ ବୋମା ନେଇ ଯାଉଥିଲେ । ବାଇକ ଚକା ସ୍ଲିପ୍ କରିଯିବାରୁ ତଳେ ପଡ଼ି ଯାଇଥିଲା । ତଳେ ପଡିଥିବା ଫଳରେ ସେହି ସ୍ଥାନରେ ହିଁ ବୋମା ବିସ୍ଫୋରଣ ହୋଇଥିଲା । ବୋମାଟି ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ ହୋଇଥିଲା । ପଛ ସିଟରେ ଯେଉଁ ଯୁବକ ବୋମା ଧରି ବସିଥିଲେ ତାଙ୍କ ହାତ ଉଡ଼ିଯିବା ସହ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଅପରପକ୍ଷରେ ବାଇକ ଚଳାଉଥିବା ଯୁବକ ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି । ଉଭୟ ଯୁବକ ବୋମା ଧରି କୁଆଡ଼େ ଯାଉଥିଲେ ତାହା ଜଣାପଡ଼ିନି ।   (ରିପୋର୍ଟ ଶେଷଦେବ ସାହୁ )

Exit mobile version