ବନ୍ଧୁଗାଁ ବ୍ଲକ ଝଞ୍ଜାବତି ନଦୀ ପ୍ରକୃତିର ଅତି ସୌନ୍ଦର୍ଯ୍ୟମୟ ବାତା ବରଣମଧ୍ୟରେ ଗୋଦଗୋଦା ଜଳପ୍ରପାତ

ଓଡ଼ିଶା ତାଜା ନ୍ୟୁଜ (୧ ଡିସେମ୍ବର ମଙ୍ଗଳବାର) କୋରାପୁଟ :- କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କରାମୋଡା ଗ୍ରାମରେ ଥିବା ପ୍ରକୃତିର ଅତି ଆପଣାର ସୁନ୍ଦର ଦୃଶ୍ୟ ଜଳପ୍ରପାତ ରହିଛି।ଆମ ଅଞ୍ଚଳରେ ସମସ୍ତଛୋଟଶିଶୁ ,ଯୁବାଯୁବତି ଓ ବୃଦ୍ଧବୃଦ୍ଧା ଙ୍କ ଦ୍ଵାରା ପରିଚିତ ନାମ ଗୋଦଗୋଦା , ଏହି ଜଳପ୍ରପାତ ବନ୍ଧୁଗାଁ ଠାରୁ ୩ କି ମି ଦୂରରେ କରାମଡ଼ା ଗ୍ରାମ ନିକଟ ଦେଇ ବହିଯାଉଥିବା ଝଂଜାବତି ନଦୀ ରହିଛି ।ଏହି ନଦୀର ମଧ୍ୟଭାଗରେ ଉଭୟ କୂଳକୁ ଲାଗି ରହିଛି ବିରାଟ ପଥର ,ଯେଉଁ ପାଣି ଆସୁଛି ପଥର ଉପର ଦେଇ ନିମ୍ନକୁ ଖସି ପଡୁଛି ।ବହୁ ଥିବା ପାଣି ଉପରରୁ ତଳକୁ ପ୍ରାୟ ୩୦ ରୁ ୩୫ ପୁଟ ରହିଛି ।

ଏହି ଖସି ପଡୁଥିବା ପାଣି ଅତି ସୁନ୍ଦର ଦେଖା ଯିବା ସହିତ ଗର୍ଜନ ଶୁଣିବାକୁ ମିଳେ ଏହାରି ଗର୍ଜନରେ ପାଖରେ ଥିଲେ ମଧ୍ୟ କଥାବାର୍ତ୍ତା ଶୁଣିବାକୁ କଷ୍ଟ ହୁଏ।ଏହାରି ପାଖରେ ରହିଛି ସାତିଆଲି ଗୁମି ବହୁତ୍ ଗଭୀର ଲୋକଙ୍କ କହିବା ଅନୁଯାୟୀ ଏହାରି ଭିତରେ ବହୁତ ବଡ ବଡ ମାଛ ରହନ୍ତି ଏବଂ ଏହି ମାଛ ଙ୍କ ନାକରେ ସୁନାର ରିଙ୍ଗ ଥିବାର ବହୁ ବୁଡ଼ାବୁଡ଼ିଙ୍କ ଠାରୁ ଶୁଣିବାକୁ ମିଳେ। ଏହି ଜଳସ୍ରୋତ ଗୋଦଗୋଡା ଓ ସାତିଆଲି ଗୁମୀ (ଗଭୀର ଜଳ ଥିବା ସ୍ଥାନ) ଚାରି ଦିଗରେ ନୀରବ ଘଞ୍ଚବଣଜଙ୍ଗଲ ଦିନର ସବୁ ସମୟରେ ବହୁ ପକ୍ଷୀ ଉଡ଼ି ଆସି ଅତି ସୁନ୍ଦର ଶଦ୍ଧ ରାବ ଶୁଣିବାକୁ ମିଳେ। ପ୍ରତି ଦିନ ଯିଏ ଚାହିଁଲେ ଯାଇ ଭୋଜି କରି ଫୋଟ ଉଠାଇ ନାଚ ଗୀତରେ ଉପଭଗ କରିଥାନ୍ତି ।

ଯିଏ ଏହି ସ୍ଥାନକୁ ଆସନ୍ତି ସୁନ୍ଦର ଦୃଶ୍ୟ ଜଳପ୍ରପାତ ମଧ୍ୟରେ ମଜି ଯାଆନ୍ତି ଓ ନିଜ ଘରକୁ ଫେରିବା ସମୟ ନିଶ୍ଚିତ ସାନ୍ଧ୍ୟ ହୋଇଯାଏ ।ଏହି ଜଳପ୍ରପାତ ଠାରେ ଝୋଡ଼ିଆ ଗୋଷ୍ଟି ର ଲୋକମାନେ ଜାଲ ରଖି ଉପରକୁ ଡେଉଁ ଥିବା ମାଛ ମାନଙ୍କୁ ଧରିଥାନ୍ତି ସେହି ମାଛ ବିକ୍ରି କରି ନିଜ ପରିବାର ଚଳାଇ ଥାନ୍ତି । ଏହି ଗୋଦଗୋଦା ଜଳସ୍ରୋତ ଠାରେ ବହୁ ଯୁବକ ଗାଧେଇ ଥାନ୍ତି ଓ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ଭାବେ କାହାରି ଜୀବନ ଯାଇ ନାହିଁ ଓ ସମ୍ପୂର୍ଣ ବିପଦ ମୁକ୍ତ ଭାବେ ଲୋକ ଜାଣନ୍ତି ।ଏହି ଜଳପ୍ରପାତ ସ୍ଥାନକୁ ବନ୍ଧୁଗାଁ ବ୍ଲକ ପାଇଁ ସୁଯୋଗ ରହିଛି ପର୍ଯ୍ୟଟନ ସ୍ଥଳୀ ଭାବରେ କରିବାକୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ବ୍ଲକ ବାସି ଅନୁରୋଧ କରିବା ସହିତ ଅପେକ୍ଷାରେ ରହିଛନ୍ତି ।

ଆପଣ ମାନେ ଡିସେମ୍ବର ରୁ ଜାନୁଆରୀ ମାସ ମଧ୍ୟରେ ବହୁ ଲୋକ ଏଠାରେ ପହଞ୍ଚି ଭୋଜି ଖାଇ ନିଜ ଘରକୁ ଫେରନ୍ତି ।ଏହି ସ୍ଥାନରେ ନିକଟସ୍ଥ ଆନ୍ଧ୍ରପ୍ରଦେଶ ର ବିଭିନ୍ନ ଗାଁ ଠାରୁ ଲୋକ ମାନେ ଆସନ୍ତି ।ଏଥିପାଇଁ ଜିଲ୍ଲା ପ୍ରଶାସନ ଏଠାରେ କିଛି ଟଙ୍କା ଖର୍ଚ୍ଚ କରି ଭୋଜି ରାନ୍ଧିବା ଘୋର କରିବା ସହିତ ଇକୋ ଫ୍ରେଣ୍ଡଲି ଗୃହ କଲେ ଆଉ ଅଧିକ ମନୋରମ ଦୃଶ୍ୟ ଜଳପ୍ରପାତ ମଧ୍ୟରେ ଅବସ୍ଥିତ ଥିବା ଦେଖିବାକୁ ମିଳିବ (ପାରଳଖେମୁଣ୍ଡି/ଗରୁଡ଼ ଧ୍ୱଜ ଚୌଧୁରୀ) 

Exit mobile version