Home ଓଡ଼ିଶା ପାରଳାଖେମୁଣ୍ଡି ସ୍ଥିତ ଭକ୍ତି ସଙ୍ଗୀତ ସଂସଦ ପରିସରରେ ହିନ୍ଦୀ ଓ ଓଡିଆ ଭଜନ ଲୋକାର୍ପଣ by Proprietor Abhimanyu Maharana 6 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୧ଡିସେମ୍ବର ମଙ୍ଗଳବାର ) ପାରଳାଖେମୁଣ୍ଡି :- ଭକ୍ତି ସଙ୍ଗୀତ ସଂସଦ ପରିସରରେ ହିନ୍ଦୀ ଓ ଓଡ଼ିଆ ଭଜନ ଭିଡ଼ିଓର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମହନ୍ତ ମହାରାଜ ଶ୍ରୀ ରାମନନ୍ଦ ଦାସ ଜି ଯୋଗ ଦେଇଥିବା ବେଳେ ବିଶିଷ୍ଠ ଓଡ଼ିଶୀ ସଙ୍ଗୀତ ତଥା ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର, ଅନୁଷ୍ଠାନର ସଭାପତି ବସନ୍ତ ଦାସ, ଉପ-ସଭାପତି ପ୍ରଦୀପ ନାୟକ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ ଲୋକାର୍ପିତ ହୋଇଥିବା ଏହି ଭଜନ ଗୁଡିକରେ କଣ୍ଠ ଦାନ କରିଛନ୍ତି ଗୁରୁ ରଘୁନାଥ ପାତ୍ରଙ୍କ ସମେତ ତାଙ୍କ ଛାତ୍ରଛାତ୍ରୀ ଯଥା ଆଶୁତୋଷ ମିଶ୍ର, ଅନ୍ୱେସା ରଥ ଓ ଶୁଭଶ୍ରୀ ନାୟକ . ଏଥିରେ ଭାରତର ପ୍ରସିଦ୍ଧ କବି ସନ୍ଥ ସୁରଦାସ, ମୀରାବାଇଙ୍କ ରଚିତ ଦୁଇଟି ହିନ୍ଦୀ ଭଜନ ସ୍ଥାନ ପାଇଥିବାବେଳେ ବାବାଜୀ ଚରଣ ଜେନାଙ୍କ ଦୁଇଟି ଓଡ଼ିଆ ଭଜନ ସ୍ଥାନୀତ ହୋଇଛି । ଏହି ଗୀତଗୁଡିକର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁରୁ ରଘୁନାଥ ପାତ୍ର । ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରାଜେଶ ପାତ୍ର, ରାଜେନ୍ଦ୍ର ରଥ, ସ୍ନିଗ୍ଧା ମିଶ୍ର, ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଭିଭାବକ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । (ପାରଳାଖେମୁଣ୍ଡି/ଗରୁଡ଼ ଧ୍ଵଜ ଚୌଧୁରୀ) Categories: ଓଡ଼ିଶା, ଗଜପତି, ଗଞ୍ଜାମ, ହୋମ୍ Related Content ଓଡ଼ିଶାର ସର୍ବୋଚ୍ଚତମ ଗଣେଶ ପ୍ରତିମୂର୍ତ୍ତି (୭୧) ଫୁଟ ଉଚ୍ଚତା... by Proprietor Abhimanyu Maharana September 7, 2026 ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026