ହିଞ୍ଜିଳିକାଟୁ ଓକିଲ ସଂଘ ନିର୍ବାଚନ ; ସଭାପତି, ସମ୍ପାଦକ ଓ ଉପସଭାପତି ନିର୍ବାଚିତ

ଓଡ଼ିଶା ତାଜା ନ୍ୟୁଜ୍ (୩୦ ନଭେମ୍ବର ସୋମବାର ) ହିଞ୍ଜିଳିକାଟୁ  :- ରାଜ୍ୟ ବାର କାଉନସିଲଙ୍କ ନିର୍ଦେଶ କ୍ରମେ ଡିସେମ୍ବର ୧୨ ତାରିଖରେ ସମସ୍ତ ବାର ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନଭେମ୍ବର ୨୪ ଓ ୨୫ ତାରିଖରେ ପ୍ରାର୍ଥୀପତ୍ର ନାମାଙ୍କନ ପତ୍ର ଦାଖଲ ନିମନ୍ତେ ଧାର୍ଯ୍ୟ କରାଯାଇଥିଲା । ସଭାପତି ରୂପେ ଦ୍ବିତିକୃଷ୍ଣ ସାବତ  ଉପସଭାପତି ଉପେନ୍ଦ୍ର ପଣ୍ଡା ଓ ସମ୍ପାଦକ ଭାବେ ସୁଶାନ୍ତ କୁମାର ପାଣିଗ୍ରାହୀ  ନିର୍ବାଚନ ଅଧିକାରୀ ମୁକ୍ତିରମ ସାବତ ଙ୍କ ନିକଟରେ ଜଣେ ଲେଖାଏଁ ନାମାଙ୍କନ ଦାଖଲ କରିଥିଲେ। ଜଣେ ଲେଖାଏଁ ନାମାଙ୍କନ ଦାଖଲ କରିଥିବା ଯୋଗୁଁ ସମସ୍ତେ ନିର୍ଦ୍ବନ୍ଦ ରେ ନିର୍ବାଚିତ ହୋଇଥିବା ଜଣାପଡିଛି । ନିର୍ଧାରିତ ନିର୍ବାଚନ କାଯ୍ୟସୂଚି ଅନୁଯାଇ ଡିସେମ୍ବର ୧୨ ତାରିଖରେ ଏନେଇ ବିଧିବଧ ଘୋଷଣା ବାକି ରହିଛି ।  ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version