ବିଭିନ୍ନ ସ୍ଥାନରେ ମୁରୁଜ ପ୍ରତିଯୋଗିତା

ଓଡ଼ିଶା ତାଜା ନ୍ୟୁଜ୍ (୩୦ ନଭେମ୍ବର ସୋମବାର ) କଟକ :- ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା । ଏହି ପୂର୍ଣିମାରେ ପାରମ୍ପାରିକ ମୁରୁଜ ପ୍ରତିଯୋଗିତା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କଟକ ସଦରଥାନା ଅନ୍ତର୍ଗତ ତେଲଙ୍ଗାପେଣ୍ଠ କୋଠସାହି ଗ୍ରାମର ବିବେକାନନ୍ଦ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ , ଦ୍ୱିତୀୟ ବର୍ଷ ମୁରୁଜ ପ୍ରତିଯୋଗିତା କୋଭିଡ଼ ନିୟମ ଭିତରେ କରାଯାଇଥିଲା । ୧୫ ଜଣ ପ୍ରତି ଯୋଗୀଙ୍କୁ ନେଇ , ସାମାଜିକ ଦୂରତା ରକ୍ଷାକରି ଏହି ପ୍ରତିଯୋଗିତା କରାଯାଇଥିଲା ।

ଆୟୋଜିତ ପ୍ରତିଯୋଗୀତାର ଚାରିଜଣ ବିଚାରକ ଉପସ୍ଥିତ ରହି କୃତି ପ୍ରତି ଯୋଗୀଙ୍କୁ ବାଛଥିଲେ । ବଦ୍ରିନାରାୟଣ ପଣ୍ଡ , ତପନ ପାତ୍ରଙ୍କ ଉଦ୍ୟମରେ ଆୟୋଜିତ ପୁରସ୍କାର ବିତରଣୀ ଉସ୍ଚବରେ କୋଠସାହି ଗ୍ରାମ୍ୟ କମିଟିର ସଭାପତି ବସନ୍ତ କୁମାର ଜେନା, ରାମନଗର ଗ୍ରାମ୍ୟ କମିଟିର ସଭାପତି ପ୍ରକାଶ ନାୟକ ,ସୁରେନ୍ଦ୍ର ନାଥ ବେହେରା, ବିରବର ସାହୁ, ଆରତୀ ସାହୁ ,ଲକ୍ଷ୍ମୀ ପ୍ରିୟା ବେହେରା , ସୁବାସ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ ।

ଚଳିତ ବର୍ଷ ମୁରୁଜ ପ୍ରତି ଯୋଗୀତାରେ ସରସ୍ୱତୀ ଆଚାର୍ଯ୍ୟ ପ୍ରଥମ , ଅନିତା ଦ୍ୱିତୀୟ , ସ୍ମୀତା ବେହେରା, ସୁମିତ୍ରା ପ୍ରଧାନ ଯୁଗ୍ମ ତୃତୀୟ ବିଜେତା ହୋଇଥିଲେ । ଏହାକୁ ଗ୍ରାମରନ ସମସ୍ତ ଯୁବକ, ଗ୍ରାମବାସୀ ପରିଚାଳନା କରିବାରେ ସହଯୋଗ କରିଥିଲେ । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) 

Exit mobile version