ଭାଜପାରୁ ଇସ୍ତଫା ଦେଲେ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାନେତ୍ରି ବନଜା ପଣ୍ଡା – ପାରଳଖେମୁଣ୍ଡି

ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ନଭେମ୍ବର ସୋମବାର ) ପାରଳଖେମୁଣ୍ଡି : –ଭାରତିୟ ଜନତା ପାର୍ଟି (ଭାଜପା) ର ପୁର୍ବତନ ଗଞ୍ଜାମ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବନଜା ପଣ୍ଡା l ପାର୍ଟିର ପ୍ରାଥମିକ ସଦସ୍ଯା ପଦରୁ ରବିବାର ସନ୍ଧ୍ୟାରେ ଇସ୍ତଫା ଦେଇଛନ୍ତି। ଭାଜପା ର ଗଞ୍ଜାମ ଜିଲା ସଭାପତି ବିଭୂତି ଜେନାଙ୍କ ନିକଟକୁ ପ୍ରେରିତ ଇସ୍ତଫା ପତ୍ରରେ ପାର୍ଟି ପକ୍ଷରୁ ତାଙ୍କୁ ଦୀର୍ଘଦିନ ଧରି ଅଣଦେଖା କରାଯିବା ସହ ଗତ ପ୍ରାୟ ୧ ବର୍ଷ ହେଲା ଜିଲା ର ପଦ ପଦବୀ ରେ ଥିବା ଦଳୀୟ ନେତୃବୃନ୍ଦ ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ସାମାନ୍ୟତମ ସୂଚନା ଦେଉନଥିବା

ସହ ତାଙ୍କୁ ପାର୍ଟିରେ ଆଦୌ ଗୁରୁତ୍ୱ ଦିଆ ଯାଉ ନଥିବା କାରଣରୁ ସେ ପାର୍ଟି ରୁ ସମସ୍ତ ପ୍ରକାର ସମ୍ପର୍କ ଚ୍ଛିନ୍ନ କରିଥିବା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଦିଗପହଣ୍ଡି ସହରରେ ରହୁଥିବା ବନଜା ତାଙ୍କର ଆଗାମୀ ରାଜନୈତିକ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ ମଧ୍ୟ ଭାଜପା ରୁ ତାଙ୍କର ଆକସ୍ମିକ ଇସ୍ତଫା ଗଞ୍ଜାମ ଜିଲ୍ଲାରେ ଦଳର ଅନ୍ତଃକନ୍ଦଳକୁ ପଦାରେ ପକାଇ ଦେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।(ପାରଳଖେମୁଣ୍ଡି : ଗରୁଡ଼ ଧ୍ୱଜ ଚୌଧୁରୀ )

Exit mobile version