ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ବୈଠକ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ନଭେମ୍ବର ,ରବିବାର ) ଭୁବନେଶ୍ୱର :- ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀ ସରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ରାଉତରାୟ କହିଥିଲେ ଯେ, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ପୁନଃ ବିନ୍ୟାସ ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା । ଏଥିସହ ତୃଣମୂଳସ୍ତରରେ ସଂଗଠନକୁ ମଜଭୁତ କରିବା ପାଇଁ ପାୟତ ୟୁନିଟ୍‌ଗୁଡ଼ିକୁ ଅଧିକ କ୍ରିୟାଶୀଳ କରାଯିବା, କେନ୍ଦ୍ର ଓ ରାଜ୍ୟ ସରକାର ଦୁର୍ନୀତି, ଭ୍ରଷ୍ଟାଚାର, ଜନବିରୋଧୀ ନୀତି ବିରୁଦ୍ଧରେ ପାୟତରୁ ବିପ୍ଲବ ହେବ ।

ଅଧିକରୁ ଅଧିକ ଯୁବକ ଯୁବତୀମାନଙ୍କୁ ସଂଗଠନରେ ସ୍ଥାନିତ କରାଯିବ । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ପ୍ରଭାରୀ ଶ୍ରୀ ସୁରେଶ ମହାପାତ୍ର ଯୋଗଦେଇ କହିଥିଲେ ଯେ, ପୂର୍ବ ଗୌରବ ଫେରାଇ ଆଣିବାକୁ ଆମକୁ ସୁସଂଗଠିତ ହେବାକୁ ପଡ଼ିବ । ଆଗାମୀ ଦିନରେ ଖୋର୍ଦ୍ଧା ଜିଲ୍ଲାର ସଂଗଠନ ଓଡ଼ିଶା କଂଗ୍ରେସ କର୍ମୀମାନଙ୍କ ପାଇଁ ଉଦାହରଣ ହେବ । ପର୍ଯ୍ୟବେକ୍ଷକ ବ୍ଲକ ଓ ପାୟତସ୍ତରକୁ ଯାଇ କର୍ମୀଙ୍କ ସହ ଆଲୋଚନା କରିବେ ବୋଲି ସ୍ଥିର ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଜାନକୀ ବଲ୍ଲଭ ପଟ୍ଟନାୟକ, ଲିଙ୍ଗରାଜ ସାହୁ, ବେଣୁଧର ଭୋଇ, ପ୍ରଦୀପ ସାହୁ, ପ୍ରଦୀପ ସ୍ୱାଇଁ, ଶିଶିର ପରିଡ଼ା, ସ୍ୱାଗତ କର, ବଟକୃଷ୍ଣ ରାଉତରାୟ, ବିପିନ ପାତ୍ର, ମନୋଜ ନାୟକ, କ୍ଷେତ୍ରମୋହନ ତ୍ରିପାଠୀ, ଜୟନ୍ତ ଭୋଇ, ସୁଧୀର ଦାସ, ଶୈଳେନ୍ଦ୍ର ଦାଶ, ତାପସ ସେଠୀ, ସନ୍ତୋଷ ଭୋଳ, ମୁ ସାହୁ, ଦିଲ୍ଲୀପ ସ୍ୱାଇଁ, ନଳିନୀ ବେହେରା, ବଂଶୀଧର ସାହୁ, ଓମ୍ ପ୍ରକାଶ ବାହୁବଳେନ୍ଦ୍ର, ରାକେଶ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version