ଜିଲ୍ଲା ପ୍ରଶାସନ ତରଫରୁ କରୋନା ଖିଲାପୀଙ୍କ ଉପରେ ଚଢ଼ାଉ, ଛଅ ହଜାର ସାତଶହ ଆଦାୟ – ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ନଭେମ୍ବର /ରବିବାର )  ଢେଙ୍କାନାଳ :- ଆଜି ଜିଲ୍ଲା ପ୍ରଶାସନ ତରଫରୁ ସହରର ବିଭିନ୍ନ ସ୍ଥାନରେ କରୋନା ଖିଲାପକାରୀଙ୍କ ଉପରେ ଚଢ଼ାଉ କରାଯାଇ ସମୁଦାୟ ଛଅ ହଜାର ସାତଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

ଜନସାଧାରଣ କୋଭିଡ୍ ଅନୂପାଳନ କରି ଶୀତରୁତୁ ସମୟରେ ପୂଜା ପାର୍ବଣର ସମାଗମ ଠାରୁ ଦୂରରେ ରହି ମାସ୍କ୍, ସାମାଜିକ ଦୂରତା ରକ୍ଷା ସହିତ ଜରୁରୀ କାମ ନଥିଲେ ଘରୁ ନ ବାହାରିବା ଓ ନିଜ ସ୍ୱାସ୍ଥ୍ୟ ଏବଂ ପରିବାର ସ୍ୱାସ୍ଥ୍ୟ ପ୍ରତି ସତର୍କ ରହି କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବାରମ୍ବାର ଅନୁରୋଧ ସତ୍ତ୍ୱେ କିଛି ବ୍ୟକ୍ତି ବିଶେଷ ଏହାର ଖିଲାପ କରିଛନ୍ତିି ।

ଏଣୁ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶକ୍ରମେ ଆଜି ପୂର୍ବାହ୍ନରେ ସଦର ତହସିଲଦାର ଶ୍ରୀ ଲକ୍ଷ୍ମୀଧର ରାଉତ ଏବଂ ପୋଲିସ କର୍ମଚାରୀ ସହରର ବିଭିନ୍ନ ସ୍ଥାନରେ ଚଢାଉ କରି କରୋନା ଖିଲାପୀ ବ୍ୟବସାୟୀ ଏବଂ ବ୍ୟକ୍ତି ବିଶେଷଙ୍କ ଠାରୁ ସମୁଦାୟ ଛଅ ହଜାର ସାତଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି । (ରିପୋର୍ଟ୍, ଅମର ରଞ୍ଜନ ଦାସ) 

Exit mobile version