ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର ତା -18.1.2020 :- ସୂଚନା, ଯୋଗାଯୋଗ ଓ ପ୍ରଯୁକ୍ତବିଦ୍ୟାର ପ୍ରୟୋଗ ଜରିଆରେ ‘ଭୋଟର ହେଲ ପ୍ ଲାଇନ୍’ ଏବଂ ସି-ଭିଜିଲ୍ ଆପ୍ର ସଠିକ୍ ଉପଯୋଗ କରି ଭାରତ ନିର୍ବାଚନ କମିଶନ ଇ-ଗଭର୍ଣ୍ଣାନାନ୍ସ କ୍ଷେତ୍ରରେ କମ୍ପ୍ୟୁଟର ସୋସାଇଟି ଅଫ୍ ଇଣ୍ଡିଆ ଦ୍ୱାରା ୨୦୧୯ ମସିହା ପାଇଁ ‘ଆଓ୍ୱାର୍ଡ ଅଫ୍ ଏକ୍ସିଲେନ୍ସି’ ପୁରସ୍କାର ଲାଭ କରିଛନ୍ତି । କମ୍ପ୍ୟୁଟର ସୋସାଇଟି ଅଫ୍ ଇଣ୍ଡିଆ ତରଫରୁ ଭୁବନେଶ୍ୱରର କିଟ୍ ପରିସରରେ ପ୍ରଦାନ କରାଯାଇଥିବା ପୁରସ୍କାରକୁ ଭାରତ ନିର୍ବାଚନ କମିଶନଙ୍କ ତରଫରୁ ଆଇ.ସି.ଟି ଓ ସି.ଆଇ.ଏସ.ଓର ନିର୍ଦ୍ଦେଶକ ଡ. କୁଶଲ ପାଠକ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ୍ କୁମାର ଲୋହାନୀ ଗ୍ରହଣ କରିଥିଲେ । ସି-ଭିଜିଲ୍ ଆ ପ୍ ନିର୍ବାଚନ ସମୟରେ ଆଦର୍ଶ ଆଚରଣବିଧିର ଉଲଂଘନ, ଲାଞ୍ଚ କାରବାର, ମାଗଣା ଦାନ, ମଦ ବଣ୍ଟନ, ନିର୍ଦ୍ଧାରିତ ସମୟସୀମା ବାହାରେ ଡାକବାଜି ଯନ୍ତ୍ର ବଜାଇବା ଇତ୍ୟାଦି କାର୍ଯ୍ୟଗୁଡ଼ିକୁ ମୋବାଇଲ୍ରେ ଫଟୋନେବା କାର୍ଯ୍ୟରେ ସାହାଯ୍ୟ କରିଥାଏ । ଜଣେ ନାଗରିକ ଏହି ଆପ୍ ମାଧ୍ୟମରେ ନିର୍ବାଚନ ସମୟରେ କୌଣସି ଅନୈତିକ କାର୍ଯ୍ୟର ଫଟୋ ବା ଭିଡିଓ କଣ୍ଟ୍ରୋଲ୍ ରୁମ୍କୁ ପଠାଇବାର ୧୦୦ ମିନିଟ୍ ମଧ୍ୟରେ କାର୍ଯ୍ୟାୟାନୁଷ୍ଠାନ ଗ୍ରହଣ କରାଯ୍ୟଇଥାଏ । ସମୁଦାୟ ୧,୭୧,୭୪୫ ଗୋଟି କେସ୍ ସି-ଭିଜିଲ୍ ଆପ୍ ଜରିଆରେ ଗ୍ରହଣ କରାଯାଇଥିବା ବେଳେ ୧,୨୭,୫୬୭(୭୪%) ଗୋଟି କେସ୍ ସଠିକ୍ ଥିବା ଜଣାଯାଇଛି । ସେହି ପରି ଭୋଟର ହେଲ ପ୍ ଲାଇନ୍ ଆ ପ୍ ଜରିଆରେ ସମୁଦାୟ ୨.୧୬ କୋଟି ନାଗରିକ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନ୍ଲୋଡ୍ କରି ବ୍ୟବହାର କରିଥିବା ଜଣା ପଡ଼ିଛି । ଏହି ଆ ପ୍ ଜରିଆରେ ଭୋଟର ତାଲିକାରେ ଜଣେ ଭୋଟରଙ୍କ ନାମ ତନଖି, ପଞ୍ଜୀକରଣ, ସ୍ଥାନାନ୍ତରଣ, ସଂଶୋଧନ ଆଦି କାଯ୍ୟୟ କରାଯାଇ ପାରିବ । ‘ଭୋଟର ହେଲ ପ୍ ଲାଇନ୍’ ଏବଂ ସି-ଭିଜିଲ୍ ଆ ପ୍ ଗୁଗୁଲୁ ପ୍ଲେ ଷ୍ଟୋରରେ ଉପଲବ୍ଧ ହେଉଛି ।
ଭୋଟର ହେଲ ପ୍ ଲାଇନ୍ ଓ ସି-ଭିଜିଲ୍ ଆ ପ୍ ପାଇଁ ଭାରତ ନିର୍ବାଚନ କମିଶନକୁ ସମ୍ମାନଜନକ ପୁରସ୍କାର

Related Content
ଭୁବନେଶ୍ୱର, ରୋଡ -୮ ଜଗନ୍ନାଥ ନଗର ଲନ ଜୋନରେ ବଡ ଆଡମ୍ବରରେ ମା ଗଜଲକ୍ଷ୍ମୀ ପୂଜା ପାଳନ ହେଉଛି
by
Proprietor Abhimanyu Maharana
October 26, 2026
କୋଣାର୍କ ନାଟ୍ୟ ମଣ୍ଡପ ପକ୍ଷରୁ କୁମାର ଉତ୍ସବ : ଶିଳ୍ପୀଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟ ପରିବେଷଣ
by
Proprietor Abhimanyu Maharana
October 26, 2026
ସ୍ୱାଧୀନତାର ଏତେ ବର୍ଷ ପରେ ବି ଅନ୍ଧାରରେ କୁମୁଟିପଙ୍କାଳ ଗାଁ, ବିଦ୍ୟୁତ ସଂଯୋଗକୁ ଅପେକ୍ଷା
by
Proprietor Abhimanyu Maharana
October 26, 2026
ଯୁବ ଶିକ୍ଷାବିତ୍ ଙ୍କ ଜାତୀୟ ସ୍ତରରେ ସମ୍ମାନ
by
Proprietor Abhimanyu Maharana
October 26, 2026
5 କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇକୁ ପୋଡି ନଷ୍ଟ କଲା ପୁଲିସ
by
Proprietor Abhimanyu Maharana
October 26, 2026
ନୟାଗଡ଼ ଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବିରୁଡ଼ା ପଞ୍ଚାୟତରେ ସଫେଇ କାର୍ଯ୍ୟକ୍ରମ ଓ ଭୋଟ୍ ଚୋରି ବିରୋଧୀ ପଦଯାତ୍ରା
by
Proprietor Abhimanyu Maharana
October 26, 2026