ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର ତା -18.1.2020 :- ସୂଚନା, ଯୋଗାଯୋଗ ଓ ପ୍ରଯୁକ୍ତବିଦ୍ୟାର ପ୍ରୟୋଗ ଜରିଆରେ ‘ଭୋଟର ହେଲ ପ୍ ଲାଇନ୍’ ଏବଂ ସି-ଭିଜିଲ୍ ଆପ୍ର ସଠିକ୍ ଉପଯୋଗ କରି ଭାରତ ନିର୍ବାଚନ କମିଶନ ଇ-ଗଭର୍ଣ୍ଣାନାନ୍ସ କ୍ଷେତ୍ରରେ କମ୍ପ୍ୟୁଟର ସୋସାଇଟି ଅଫ୍ ଇଣ୍ଡିଆ ଦ୍ୱାରା ୨୦୧୯ ମସିହା ପାଇଁ ‘ଆଓ୍ୱାର୍ଡ ଅଫ୍ ଏକ୍ସିଲେନ୍ସି’ ପୁରସ୍କାର ଲାଭ କରିଛନ୍ତି । କମ୍ପ୍ୟୁଟର ସୋସାଇଟି ଅଫ୍ ଇଣ୍ଡିଆ ତରଫରୁ ଭୁବନେଶ୍ୱରର କିଟ୍ ପରିସରରେ ପ୍ରଦାନ କରାଯାଇଥିବା ପୁରସ୍କାରକୁ ଭାରତ ନିର୍ବାଚନ କମିଶନଙ୍କ ତରଫରୁ ଆଇ.ସି.ଟି ଓ ସି.ଆଇ.ଏସ.ଓର ନିର୍ଦ୍ଦେଶକ ଡ. କୁଶଲ ପାଠକ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ୍ କୁମାର ଲୋହାନୀ ଗ୍ରହଣ କରିଥିଲେ । ସି-ଭିଜିଲ୍ ଆ ପ୍ ନିର୍ବାଚନ ସମୟରେ ଆଦର୍ଶ ଆଚରଣବିଧିର ଉଲଂଘନ, ଲାଞ୍ଚ କାରବାର, ମାଗଣା ଦାନ, ମଦ ବଣ୍ଟନ, ନିର୍ଦ୍ଧାରିତ ସମୟସୀମା ବାହାରେ ଡାକବାଜି ଯନ୍ତ୍ର ବଜାଇବା ଇତ୍ୟାଦି କାର୍ଯ୍ୟଗୁଡ଼ିକୁ ମୋବାଇଲ୍ରେ ଫଟୋନେବା କାର୍ଯ୍ୟରେ ସାହାଯ୍ୟ କରିଥାଏ । ଜଣେ ନାଗରିକ ଏହି ଆପ୍ ମାଧ୍ୟମରେ ନିର୍ବାଚନ ସମୟରେ କୌଣସି ଅନୈତିକ କାର୍ଯ୍ୟର ଫଟୋ ବା ଭିଡିଓ କଣ୍ଟ୍ରୋଲ୍ ରୁମ୍କୁ ପଠାଇବାର ୧୦୦ ମିନିଟ୍ ମଧ୍ୟରେ କାର୍ଯ୍ୟାୟାନୁଷ୍ଠାନ ଗ୍ରହଣ କରାଯ୍ୟଇଥାଏ । ସମୁଦାୟ ୧,୭୧,୭୪୫ ଗୋଟି କେସ୍ ସି-ଭିଜିଲ୍ ଆପ୍ ଜରିଆରେ ଗ୍ରହଣ କରାଯାଇଥିବା ବେଳେ ୧,୨୭,୫୬୭(୭୪%) ଗୋଟି କେସ୍ ସଠିକ୍ ଥିବା ଜଣାଯାଇଛି । ସେହି ପରି ଭୋଟର ହେଲ ପ୍ ଲାଇନ୍ ଆ ପ୍ ଜରିଆରେ ସମୁଦାୟ ୨.୧୬ କୋଟି ନାଗରିକ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନ୍ଲୋଡ୍ କରି ବ୍ୟବହାର କରିଥିବା ଜଣା ପଡ଼ିଛି । ଏହି ଆ ପ୍ ଜରିଆରେ ଭୋଟର ତାଲିକାରେ ଜଣେ ଭୋଟରଙ୍କ ନାମ ତନଖି, ପଞ୍ଜୀକରଣ, ସ୍ଥାନାନ୍ତରଣ, ସଂଶୋଧନ ଆଦି କାଯ୍ୟୟ କରାଯାଇ ପାରିବ । ‘ଭୋଟର ହେଲ ପ୍ ଲାଇନ୍’ ଏବଂ ସି-ଭିଜିଲ୍ ଆ ପ୍ ଗୁଗୁଲୁ ପ୍ଲେ ଷ୍ଟୋରରେ ଉପଲବ୍ଧ ହେଉଛି ।
ଭୋଟର ହେଲ ପ୍ ଲାଇନ୍ ଓ ସି-ଭିଜିଲ୍ ଆ ପ୍ ପାଇଁ ଭାରତ ନିର୍ବାଚନ କମିଶନକୁ ସମ୍ମାନଜନକ ପୁରସ୍କାର

Related Content
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ
by
Proprietor Abhimanyu Maharana
April 27, 2026
ବ୍ଲକସ୍ତରୀୟ ଜତୀୟ ପଞ୍ଚାୟତି ରାଜ ଦିବସ ପାଳିତ : ୪୩ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ
by
Proprietor Abhimanyu Maharana
April 27, 2026
ଗଞ୍ଜେଇର ଚରାଭୂଇଁ ପାଲଟିଛି ଗଜପତି, ୪ମାସରେ ଜବତ ହେଲାଣି ୧୬ ଟନ୍, ଦମନ କରିବାକୁ ଅଣ୍ଟା ଭିଡ଼ିଛି ପୁଲିସ
by
Proprietor Abhimanyu Maharana
April 27, 2026
ମୋହନା ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ
by
Proprietor Abhimanyu Maharana
April 27, 2026
ଦୁର୍ଗମରେ ଫେଲ ମାରିଛି ବସୁଧା ଯୋଜନା
by
Proprietor Abhimanyu Maharana
April 27, 2026
ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ
by
Proprietor Abhimanyu Maharana
April 26, 2026