ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ ଉପସଭାପତି, ପ୍ରଦୋଷ ପରିଡ଼ାଙ୍କ ନେତୃତ୍ୱରେ ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ନଭେମ୍ବର /ରବିବାର ) ଭୁବନେଶ୍ୱର :- ମାନନୀୟ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହନ କ୍ରମେ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ଅନୁମୋଦନ କ୍ରମେ ଆଜି ମଧ୍ୟ ରାତ୍ରି ରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ପ୍ରଦୋଷ ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ଦଳୀୟ କାର୍ଯ୍ୟକର୍ତ୍ତା ଙ୍କ ତତ୍ତ୍ଵାବଧାନରେ ଭୁବନେଶ୍ୱର ରେଳ ଷ୍ଟେସନ୍ ଏବଂ ରାଜମହଲ ଠାରେ ଅସହାୟ ଭୋକିଲା ବ୍ୟକ୍ତି ବିଶେଷ ଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି ।

ଏହି କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ପ୍ରଦୋଷ ପରିଡ଼ା ପରିଚାଳନା କରିଥିଲେ। ଏହା ସହ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ସ୍ଥିତପ୍ରଜ୍ଞା ପଣ୍ଡା ଏବଂ ବିଜୁ ଛାତ୍ର ଜନତା ଦଳର ଅନ୍ୟାନ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସମ୍ପାଦିତ କରିଥିଲେ । ଏହା ସହ ଛାତ୍ର ମାନେ କିପରି ଆଗାମୀ ଦିନରେ ସାମାଜିକ ନୈତିକତା ପ୍ରତି ଦୃଷ୍ଟି ଦେବେ ଓ ଛାତ୍ର ସମାଜ ନିଜକୁ ସମାଜସେବା କ୍ଷେତ୍ରରେ କିିପରି ଅଗ୍ରଣୀ କରିପାରିବେ ସେଥିପାଇଁ ବିଜୁ ଛାତ୍ର ଜନତା ଦଳ ଆଗାମୀ ଦିନରେ ତାର ସାମାଜିକ କାର୍ଯ୍ୟକ୍ରମକୁ ଆହୁରି ଅଧିକରୁ ଅଧିକ ତ୍ଵରାନିତ କରିବ ବୋଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ପ୍ରଦୋଷ ପରିଡ଼ା କହିଛନ୍ତି ।(ରିପୋର୍ଟ/ସୋନାଲି ମହାରଣା ) 

 

Exit mobile version