ବହୁ ପ୍ରତୀକ୍ଷିତ ରାୟଗଡ ବସଷ୍ଟାଣ୍ଡ କାର୍ଯ୍ୟ ଆରମ୍ଭ ହେଲା

ଓଡ଼ିଶା ତାଜା ନ୍ୟୁଜ୍ (୨୯ ନଭେମ୍ବର /ରବିବାର ) ରାୟଗଡ :- ଗଜପତି ,ରାୟଗଡ ସଦର ମହକୁମା ଠାରେ ବହୁବର୍ଷର ଅପେକ୍ଷା ପରେ ଆଜି ସଖାଲୁ ବସଷ୍ଟାଣ୍ଡ କାର୍ଯ୍ୟ ଜେସିବି ଗାଡିଦ୍ଵାରା ଖାଲ ଢ଼େପ ସମତଳ ସହ ଫାଉଣ୍ଡେସନ ଖୋଳା ଯାଉଥିବା ଦେଖିବାକୁ ମେଳିଛି ରାୟଗଡ ପଞ୍ଚଯାତ ଦାୟିତ୍ୱରେ ଥିବା କନିଷ୍ଟ ଯନ୍ତ୍ରୀ ଉମାଶଙ୍କର ପାତ୍ର, ରାୟଗଡ ଗ୍ରାମ ପଂଚାୟତ (ସରପଞ୍ଚ )ଦୀପ୍ତିପ୍ରଭାଲାଲ ଶବର ଯୁବନେତା ମୋଫିଏଲ ସ୍ୱାଲସିଂ (ସମିତି ସଭ୍ୟ) ଯୁବନେତା ପ୍ରଦିପ କୁମାର ସାହୁ (ୱାର୍ଡସଭ୍ୟ)ଙ୍କ ନେତୃତ୍ୱରେ କାର୍ଯ୍ୟ ଚାଲୁଛି !

2005 ମସିହା ରେ ତତ କାଳୀନ ବ୍ରାହ୍ମପୁରୁ ସଂସଦ କେନ୍ଦ୍ରମନ୍ତ୍ରିଥିବା ସମୟରେ ବର୍ତ୍ତମାନ ର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଥିବାବେଳେ ଏହି ବସଷ୍ଟାଣ୍ଡର ଶୁଭ ଭିତ୍ତିପ୍ରସ୍ଥର ହୋଇଥିଲା ତାହାଆଜି କାର୍ଯ୍ୟ ଚାଲୁଥିବା ଯୋଗୁ ରାୟଗଡ ଅଞ୍ଚଳରେଖୁସି ଦେଖିବାକୁ ମେଳୁଛି ! ରାୟଗଡ ଗ୍ରାମ ମଧ୍ୟରେ ଦିନକୁ ଦିନ ଗାଡିଘୋଡା ଅଧିକ ଦେଖିବାକୁ ମିଳୁଛି ଏଣୁ ଯଥା ଶୀଘ୍ର ଏହି କାର୍ଯ୍ୟ ସମ୍ପୁର୍ଣ୍ଣ ହେଲେ ରାୟଗଡ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦୂର ହୋଇପାରିବ ବୋଲି ଜଣାପଡିଛି ଏହା ଛଡା ଶୌଚାଳୟ କାର୍ଯ୍ୟ ଅତିଶୀଘ୍ର କରାଯିବ ବୋଲି ସରପଞ୍ଚ ଦୀପ୍ତିପ୍ରଭା ଲାଲ ଶବର କହିଛନ୍ତି ! (ସଞ୍ଜୀବ କୁମାର ପାଣି ରାୟଗଡ ଗଜପତି )

Exit mobile version