ରାଜ୍ୟରେ ମେଡିକାଲ କଲେଜ ଖୋଲିବାକୁ ନିର୍ଦ୍ଧେଶ ଦେଲେ ରାଜ୍ଯ ସରକାର

 

ଓଡ଼ିଶା ତାଜା ନ୍ୟୁଜ୍ (୨୯ ନଭେମ୍ବର ରବିବାର) ପାରଳାଖେମୁଣ୍ଡି :- ଆସନ୍ତା ଡିସେମ୍ବର ମାସ ୧ତାରିଖରୁ ରାଜ୍ୟର ସମସ୍ତ ମେଡ଼ିକାଲ୍‌ କଲେଜ ଖୋଲିବ । ଏନେଇ ରାଜ୍ୟର ସମସ୍ତ ମେଡ଼ିକାଲ୍‌ କଲେଜ କର୍ତ୍ତୃପକ୍ଷଙ୍କୁ ସ୍ବାସ୍ଥ୍ୟ ବିଭାଗ ଏସିଏସ୍‌ ନିର୍ଦେଶ ଦେଇଛନ୍ତି ।

ମେଡ଼ିକାଲ୍‌ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପା ପୂଣି ମେଡ଼ିକାଲ୍‌ କଲେଜ ଖୋଲାଯିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ଗାଇଡ୍‌ଲାଇନ୍‌ ମାନିବା ସହ ଏସ୍‌ଓପି ପାଳନ ପାଇଁ ନିର୍ଦେଶ ଜାରି କରାଯାଇଛି । ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । (ପାରଳାଖେମୁଣ୍ଡି, ଗରୁଡ଼ ଧ୍ୱଜ ଚୌଧୁରୀ )

Exit mobile version