ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ବୁଦ୍ଧ ମନ୍ଦି ତା – ୧୭.୧.୨୦୨୦ :- ଓଡିଶା ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଆଜି ପୂର୍ବାହ୍ନରେ ବିଶିଷ୍ଟ ପ୍ରଶାସକ ତଥା ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ରୋଟାରୀଆନ୍ ନରେନ୍ଦ୍ର କୁମାର ମିଶ୍ରଙ୍କ ୭୯ତମ ସ୍ୱନକ୍ଷତ୍ର ଉପଲକ୍ଷେ ଏକ ସାଧୁସନ୍ଥ ମିଳନ ମହୋତ୍ସବ ସ୍ଥାନୀୟ ବୁଦ୍ଧ ମନ୍ଦିର ଠାରେ ଅନୁଷ୍ଠାନର ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟକ ଭାବେ ଯୋଗଦେଇ ନିଗମ କଳ୍ପତରୁ ଆଶ୍ରମର ପ୍ରତିଷ୍ଠାତା ଅଧ୍ୟକ୍ଷ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ କହିଲେ ଯେ ସାଧୁସନ୍ଥମାନଙ୍କ ଆଶୀର୍ବାଦରେ ସମାଜର ମଙ୍ଗଳ ହେବା ସହ ବ୍ୟକ୍ତିର କଲ୍ୟାଣ ହୋଇଥାଏ । ଆଜକୁ ୨୫୦୦ ବର୍ଷ ତଳେ ବିଭିନ୍ନ କ୍ଷେତ୍ରରେ ସମାଜକୁ ସୁରକ୍ଷା ଦେବା ପାଇଁ ଆଦିଶଙ୍କରାଚାର୍ଯ୍ୟ ଦଶନାମୀ ସାଧୁ ସଂପ୍ରଦାୟର ବ୍ୟବସ୍ଥା କରିଥିଲେ । ଉଦାହରଣ ସ୍ୱରୂପ ପର୍ବତର ସୁରକ୍ଷା ପାଇଁ ପର୍ବତ ସଂଜ୍ଞା ଧାରୀ ସନ୍ନ୍ୟାସୀ ପର୍ବତର ସୁରକ୍ଷା କରୁଥିଲେ । ସେହିଭଳି ତୀର୍ଥକ୍ଷେତ୍ରର ସୁରକ୍ଷା ଦାୟିତ୍ୱରେ ତୀର୍ଥସଂଜ୍ଞା ଧାରୀ ସନ୍ନ୍ୟାମୀମାନେ ଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ବିଦ୍ୱାନ ପଣ୍ଡିତ ଡ. ନିରଞ୍ଜନ ବ୍ରହ୍ମା କହିଲେ ଯେ ଜନ୍ମ ସ୍ୱନକ୍ଷତ୍ରର ପୌରାଣିକ ବ୍ୟବସ୍ଥା ରହିଛି । ଏହାର ବିଧି ବିଧାନକୁ ଆଧୁନିକ ସମାଜ ଭୁଲିଯିବା ଦ୍ୱାରା ସମାଜର କ୍ଷତି ହେବା ସହ ବ୍ୟକ୍ତିର ମଧ୍ୟ କ୍ଷତି ହେଉଛି । ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ସନ୍ଥ ବାବା ଅଭିରାମ ସରସ୍ୱତୀ, ବାବା ବାଳକାନନ୍ଦ ଦାସ, ସ୍ୱାମୀ ଜଗନ୍ନାଥାନନ୍ଦ ମହାରାଜ, ସ୍ୱାମୀ ଅଭେଦାନନ୍ଦ ସରସ୍ୱତୀ, ଭୁବନେଶ୍ୱର ବୁଦ୍ଧ ମନ୍ଦିରର ବୌଦ୍ଧଭିକ୍ଷୁ ପ୍ରମୁଖ ନରେନ୍ଦ୍ର ବାବୁଙ୍କୁ ଆଶୀର୍ବାଦ କରି କହିଲେ ଯେ ଜୀବନକାଳ ମଧ୍ୟରେ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଦର୍ଶନ ଓ କୈଳାସ ମାନସରୋବର ଦର୍ଶନ କେବଳ ଭାଗ୍ୟବାନ ମଣିଷଙ୍କୁ ହିଁ ମିଳିଥାଏ । ନରେନ୍ଦ୍ର ବାବୁ ଜଣେ ଭାଗ୍ୟବାନ ମଣିଷ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ପୂର୍ବତନ ଡିଜି ଅମୀୟ ଭୂଷଣ ତ୍ରିପାଠୀ, ପୂର୍ବତନ ବରିଷ୍ଠ ପ୍ରଶାସକ ମଦନମୋହନ ପଣ୍ଡା, ମହାବୋଧି ସୋସାଇଟିର ଟ୍ରଷ୍ଟି ଡ. ସୌରେନ୍ଦ୍ର କୁମାର ମହାପାତ୍ର, ସମାଜସେବୀ ପାରେଶ୍ୱର ଖଣ୍ଡାୟତରାୟ, ଡ. ବେଦବତୀ ମହାନ୍ତି ପ୍ରମୁଖ କାର୍ଯକ୍ରମରେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପଣ୍ଡିତ ବିନୋଦ ବିହାରୀ ଦାସ ବେଦପାଠ କରିଥିବା ବେଳେ ବରିଷ୍ଠ ପ୍ରଶାସିକା ଶ୍ରୀମତୀ ନନ୍ଦିତା ମିଶ୍ର ସ୍ୱାଗତ ଭାଷଣ ଓ ରେଳବାଇ ବରିଷ୍ଠ ପ୍ରଶାସକ ଜ୍ୟୋତିପ୍ରକାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ପ୍ରଫେସର କନକମଞ୍ଜରୀ ମିଶ୍ର କୃତଜ୍ଞତା ଜ୍ଞାପନ କରିଥିଲେ ।
ସାଧୁସନ୍ଥଙ୍କ ଆଶୀର୍ବାଦରେ ସମାଜର ମଙ୍ଗଳ ହେବା ସହ ବ୍ୟକ୍ତିର କଲ୍ୟାଣ ହୋଇଥାଏ – ସ୍ୱାମୀ ବ୍ରହ୍ମାନନ୍ଦ

Related Content
ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା
by
Proprietor Abhimanyu Maharana
October 27, 2026
Amway India Opens revamped, upgraded stores in Berhampur and Balasore
by
Proprietor Abhimanyu Maharana
October 27, 2026
୧୨୭ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥଯାତ୍ରାରେ
by
Proprietor Abhimanyu Maharana
October 27, 2026
ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ଦାବିରେ ଚାଲିଥିବା ସଚେତନତା ପଦଯାତ୍ରା ୨୧୦ ଦିନରେ
by
Proprietor Abhimanyu Maharana
October 27, 2026
ପୁରୀରେ ଅର୍ଣ୍ଣବ ବାତ୍ୟାର ପ୍ରଭାବ ସମୁଦ୍ରରେ ଉଠୁଛି ଜୁଆର ପ୍ରବଳ ବର୍ଷା
by
Proprietor Abhimanyu Maharana
October 27, 2026
କାର୍ତ୍ତିକ ବ୍ରତରୁ ପଞ୍ଚୁକ, ଆଧ୍ୟାତ୍ମିକତାରେ ମହକେ ଓଡ଼ିଶା
by
Proprietor Abhimanyu Maharana
October 27, 2026