ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ବୁଦ୍ଧ ମନ୍ଦି ତା – ୧୭.୧.୨୦୨୦ :- ଓଡିଶା ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଆଜି ପୂର୍ବାହ୍ନରେ ବିଶିଷ୍ଟ ପ୍ରଶାସକ ତଥା ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ରୋଟାରୀଆନ୍ ନରେନ୍ଦ୍ର କୁମାର ମିଶ୍ରଙ୍କ ୭୯ତମ ସ୍ୱନକ୍ଷତ୍ର ଉପଲକ୍ଷେ ଏକ ସାଧୁସନ୍ଥ ମିଳନ ମହୋତ୍ସବ ସ୍ଥାନୀୟ ବୁଦ୍ଧ ମନ୍ଦିର ଠାରେ ଅନୁଷ୍ଠାନର ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟକ ଭାବେ ଯୋଗଦେଇ ନିଗମ କଳ୍ପତରୁ ଆଶ୍ରମର ପ୍ରତିଷ୍ଠାତା ଅଧ୍ୟକ୍ଷ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ କହିଲେ ଯେ ସାଧୁସନ୍ଥମାନଙ୍କ ଆଶୀର୍ବାଦରେ ସମାଜର ମଙ୍ଗଳ ହେବା ସହ ବ୍ୟକ୍ତିର କଲ୍ୟାଣ ହୋଇଥାଏ । ଆଜକୁ ୨୫୦୦ ବର୍ଷ ତଳେ ବିଭିନ୍ନ କ୍ଷେତ୍ରରେ ସମାଜକୁ ସୁରକ୍ଷା ଦେବା ପାଇଁ ଆଦିଶଙ୍କରାଚାର୍ଯ୍ୟ ଦଶନାମୀ ସାଧୁ ସଂପ୍ରଦାୟର ବ୍ୟବସ୍ଥା କରିଥିଲେ । ଉଦାହରଣ ସ୍ୱରୂପ ପର୍ବତର ସୁରକ୍ଷା ପାଇଁ ପର୍ବତ ସଂଜ୍ଞା ଧାରୀ ସନ୍ନ୍ୟାସୀ ପର୍ବତର ସୁରକ୍ଷା କରୁଥିଲେ । ସେହିଭଳି ତୀର୍ଥକ୍ଷେତ୍ରର ସୁରକ୍ଷା ଦାୟିତ୍ୱରେ ତୀର୍ଥସଂଜ୍ଞା ଧାରୀ ସନ୍ନ୍ୟାମୀମାନେ ଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ବିଦ୍ୱାନ ପଣ୍ଡିତ ଡ. ନିରଞ୍ଜନ ବ୍ରହ୍ମା କହିଲେ ଯେ ଜନ୍ମ ସ୍ୱନକ୍ଷତ୍ରର ପୌରାଣିକ ବ୍ୟବସ୍ଥା ରହିଛି । ଏହାର ବିଧି ବିଧାନକୁ ଆଧୁନିକ ସମାଜ ଭୁଲିଯିବା ଦ୍ୱାରା ସମାଜର କ୍ଷତି ହେବା ସହ ବ୍ୟକ୍ତିର ମଧ୍ୟ କ୍ଷତି ହେଉଛି । ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ସନ୍ଥ ବାବା ଅଭିରାମ ସରସ୍ୱତୀ, ବାବା ବାଳକାନନ୍ଦ ଦାସ, ସ୍ୱାମୀ ଜଗନ୍ନାଥାନନ୍ଦ ମହାରାଜ, ସ୍ୱାମୀ ଅଭେଦାନନ୍ଦ ସରସ୍ୱତୀ, ଭୁବନେଶ୍ୱର ବୁଦ୍ଧ ମନ୍ଦିରର ବୌଦ୍ଧଭିକ୍ଷୁ ପ୍ରମୁଖ ନରେନ୍ଦ୍ର ବାବୁଙ୍କୁ ଆଶୀର୍ବାଦ କରି କହିଲେ ଯେ ଜୀବନକାଳ ମଧ୍ୟରେ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଦର୍ଶନ ଓ କୈଳାସ ମାନସରୋବର ଦର୍ଶନ କେବଳ ଭାଗ୍ୟବାନ ମଣିଷଙ୍କୁ ହିଁ ମିଳିଥାଏ । ନରେନ୍ଦ୍ର ବାବୁ ଜଣେ ଭାଗ୍ୟବାନ ମଣିଷ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ପୂର୍ବତନ ଡିଜି ଅମୀୟ ଭୂଷଣ ତ୍ରିପାଠୀ, ପୂର୍ବତନ ବରିଷ୍ଠ ପ୍ରଶାସକ ମଦନମୋହନ ପଣ୍ଡା, ମହାବୋଧି ସୋସାଇଟିର ଟ୍ରଷ୍ଟି ଡ. ସୌରେନ୍ଦ୍ର କୁମାର ମହାପାତ୍ର, ସମାଜସେବୀ ପାରେଶ୍ୱର ଖଣ୍ଡାୟତରାୟ, ଡ. ବେଦବତୀ ମହାନ୍ତି ପ୍ରମୁଖ କାର୍ଯକ୍ରମରେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପଣ୍ଡିତ ବିନୋଦ ବିହାରୀ ଦାସ ବେଦପାଠ କରିଥିବା ବେଳେ ବରିଷ୍ଠ ପ୍ରଶାସିକା ଶ୍ରୀମତୀ ନନ୍ଦିତା ମିଶ୍ର ସ୍ୱାଗତ ଭାଷଣ ଓ ରେଳବାଇ ବରିଷ୍ଠ ପ୍ରଶାସକ ଜ୍ୟୋତିପ୍ରକାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ପ୍ରଫେସର କନକମଞ୍ଜରୀ ମିଶ୍ର କୃତଜ୍ଞତା ଜ୍ଞାପନ କରିଥିଲେ ।
ସାଧୁସନ୍ଥଙ୍କ ଆଶୀର୍ବାଦରେ ସମାଜର ମଙ୍ଗଳ ହେବା ସହ ବ୍ୟକ୍ତିର କଲ୍ୟାଣ ହୋଇଥାଏ – ସ୍ୱାମୀ ବ୍ରହ୍ମାନନ୍ଦ

Related Content
ଚୋରାଚାଲାଣ ପାଇଁ ଜଙ୍ଗଲ ମଧ୍ୟରେ ଲୁଚାଇ ରଖିଥିବା କିଲୋଗ୍ରାମ ଗଞ୍ଜେଇ ଜବତ
by
Proprietor Abhimanyu Maharana
September 11, 2026
୧୬ ଲକ୍ଷ ଟଙ୍କା ଠକେଇ ମାମଲାରେ ପାରଳା ପୋଲିସ ଦ୍ୱାରା ଜଣେ ଯୁବକ ଗିରଫ
by
Proprietor Abhimanyu Maharana
September 11, 2026
ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବେଟି ବଚାଅ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
September 11, 2026
ରଣପୁର ଏନଏସି ରେ ଏକକ ବ୍ଯବହୃତ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ପ୍ରଶାସନର ଚଢାଉ : ୧୧ ଜଣଙ୍କ ଠାରୁ ଟ ୫୦୦୦/- ଜୋରିମାନା ଆଦାୟ
by
Proprietor Abhimanyu Maharana
September 10, 2026
ଏମଏମଡ଼ିଆର ଆକ୍ଟ (MMDR ACT)ସଂଶୋଧନ ଆଇନର ପ୍ରତିବାଦରେ ଆପ୍ ଓଡ଼ିଶାର ସମାବେଶ ଏବଂ ମୋଦୀ ସରକାରର ପୁତ୍ତଳିକା ଦାହ
by
Proprietor Abhimanyu Maharana
September 10, 2026
ଟାଙ୍ଗୀରେ ବିଭିନ୍ନ ବିକାଶ ମୂଳକ ସରକାରୀ ନିର୍ମାଣ କାର୍ଯ୍ୟ କରିବାକୁ କେବଳ ଜଙ୍ଗଲ ଓ ଗୋଚର ଜମି ଭରସା. ପରିବର୍ତ୍ତିତ ପରିସ୍ଥିତିରେ ଜଙ୍ଗଲ ଜମିରେ ନିର୍ମାଣ କାମ ଆଇନ ଦୃଷ୍ଟିରୁ କଷ୍ଟକର ହୋଇପଡିଛି
by
Proprietor Abhimanyu Maharana
September 10, 2026