।। ପରୀ ହତ୍ୟା ମାମଲା କୁ ରାଜନୈତିକ ପରଦା ରେ ଦର୍ଶାଇ କାହା ସ୍ୱାର୍ଥ ଖୋଜୁଛନ୍ତି ସରପଞ୍ଚ ।।

1. ଏହି ଭଳି ସ୍ଥିତି ରେ ଏକାକୀ ସରପଞ୍ଚ ମାଇଲେଜ୍ ନବାକୁ ରାଜନୀତି ରେ ମାତି ନାହାନ୍ତି ତ ଉଠୁଛି ପ୍ରଶ୍ନ ?

2. ଘଟଣା ରେ ପୋଲିସ ର କାର୍ଯ୍ୟ କୁ ନେଇ ମଧ୍ୟ ସନ୍ଦେହ ଘେର ରେ ରଖିଲେ ସରପଞ୍ଚ , ପାଞ୍ଚ ମାସ ହେଲା ଅଭିଯୁକ୍ତ ଙ୍କୁ ଉଚିତ ଦଣ୍ଡ ମିଳିନାହିଁ କାହିଁକି ?

3. ଆମ ସରପଞ୍ଚଙ୍କ ସଚୋଟ ପଣିଆ ; ମାତ୍ର ଥାନାରେ ୯ ଟି ଦଫା – ଆଉ ଆଗକୁ ଅପେକ୍ଷା

ଓଡ଼ିଶା ତାଜା ନ୍ୟୁଜ୍ (୨୯ ନଭେମ୍ବର /ରବିବାର) ଭୁବନେଶ୍ୱର : –  ପରୀ ହତ୍ୟାକାଣ୍ଡ ର ମାମଲା କୁ ରାଜନୈତିକ ରୂପ ରେ ବଦଳାଇବାକୁ ବଳ ପୂର୍ବକ ଉଦ୍ୟମ କରୁଛନ୍ତି ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ । ସୂଚନା ପୂର୍ବକ ସରପଞ୍ଚ ସୌମ୍ୟ ଙ୍କ ର ଥାନାରେ ରହିଛି ଫୌଜଦାରୀ ମାମଲା ଯେପରିକି 2019 ମସିହା ରେ ତାଙ୍କ ପ୍ରତିପକ୍ଷ ତାଙ୍କ ଘର ଉପର କୁ ବୋମା ପକାଇଥିଲେ ବୋଲି ଥାନା ରେ ମିଛ ଆଭିଯୋଗ କରିଥିଲେ । ନିଜେ ଅଭିଯୁକ୍ତ ହୋଇ ରାଜନୈତିକ ଅଭିସନ୍ଧି ରଖି ବାରମ୍ବାର ଅନ୍ୟକୁ ଆଙ୍ଗୁଳି ନିର୍ଦେଶ କରିବା ଏହା ସମ୍ପୁର୍ଣ୍ଣ ନିନ୍ଦନୀୟ ବୋଲି ଜଣା ଯାଉଛି ।

ପୂର୍ବରୁ ସରପଞ୍ଚ ଙ୍କ ନାମରେ ୯ ଟି କେସ୍ ରହିଛି ଯାହାକି ଅଶ୍ଳୀଳ ଵ୍ୟଵହାର ପାଈଁ ଆଈପିସି ଧାରା ୨୯୪, ବଳପୂର୍ବକ ଅଟକାଇବା ହେତୁ ଧାରା ୩୪୧ , ମହିଳା ଙ୍କୁ ଅଶ୍ଳୀଳ ଵ୍ୟଵହାର କରିବା ହେତୁ ୩୫୪(କ) ଧାରା , ଶାରିରୀକ ଆକ୍ରମଣ କରି ଧାରା ୩୨୩ , ଚୋରୀ ମାମଲା ରେ ୩୭୯ ଧାରା , ଧମକାଇବା ହେତୁ ୫୦୬ ଧାରା , ସାମୁହିକ ଦଙ୍ଗା ସୃଷ୍ଟି କରିବା ପାଈଁ ପ୍ରୋତ୍ସାହିତ କରିଥିବାରୁ ଧାରା ୧୪୭ , ଦାୟିତ୍ୱ ରେ ଥିବା ଅଧିକାରୀ ଙ୍କୁ ଆକ୍ରମଣ କରି ୩୫୩ ଧାରା ଭଳି ସଙ୍ଗିନ ମାମଲା ରହିଛି ସରପଞ୍ଚ ଙ୍କ ବିରୋଧରେ ।

ଏଥିରୁ ଜଣା ପଡୁଛି କି ସରପଞ୍ଚ ସୌମ୍ୟ କେତେ ସଚୋଟ୍ ! ପରୀ ପରିବାର କୁ ସହାନୁଭୁତି ଦେଖେଇବା ବଦଳରେ ପରୀ ପରିବାର ଙ୍କୁ ରାଜ ରାସ୍ତା କୁ ଆଣି ରାଜନୈତିକ ମୋଡ଼ ଦେବା ପାଈଁ ଯଥା କଥିତ ପରିଶ୍ରମ କରୁଥିବାର ଦେଖିବାକୁ ମିଳୁଛି । ଏହି ଭଳି ସରପଞ୍ଚ ଙ୍କ ନାଟକବାଜି ପାଈଁ ବିଜେପି ଆନ୍ଦୋଳନ କଲେ ପରୀ କୁ କଣ ମିଳିପାରେ ନ୍ୟାୟ ? ଏହି ପ୍ରଶ୍ନ କୁ ନେଇ ସାଧାରଣ ରେ ଜୋର ଉଠିଛି । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version