ଓଡ଼ିଶା ତାଜା ନ୍ୟୁଜ୍ (୨୯ ନଭେମ୍ବର /ରବିବାର) ଭୁବନେଶ୍ୱର : – ସରକାରୀ କାର୍ଯ୍ୟାଳୟଗୁଡ଼ିକ ପାଇଁ ଅଫିସ ଗାଇଡ୍ଲାଇନ୍ ସ୍ଥିର କରିଛନ୍ତି ରାଜ୍ୟ ସରକାର । ଡିସେମ୍ବରରେ ୭୫% କର୍ମଚାରୀଙ୍କୁ ନେଇ ରାଜ୍ୟରେ ଚାଲିବ ସରକାରୀ ଅଫିସ । ଡିସେମ୍ବର ୨୦୨୦ରେ ଭୁବନେଶ୍ୱର ଓ କଟକରେ ଥିବା ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏବଂ ଏହା ଅଧୀନସ୍ଥ କାର୍ଯ୍ୟାଳୟଗୁଡ଼ିକ କର୍ମଚାରୀ କ୍ଷମତାର ୭୫ ପ୍ରତିଶତ (ଗ୍ରୁପ୍-ଏ ଅଧିକାରୀଙ୍କ ସମେତ)କୁ ନେଇ କାର୍ଯ୍ୟ କରିବ ଏବଂ ଏହା ସୁନିଶ୍ଚିତ କରାଯିବ ଯେ କାର୍ଯ୍ୟାଳୟର କାର୍ଯ୍ୟରେ ବ୍ୟାଘାତ ହେବ ନାହିଁ ।
