‘ପରୀ’ ପାଇଁ କାନ୍ଦୁଛନ୍ତି ଆଖିମେନ୍ଥା ନେତା

1. ଚାରିମାସ ହେଲା ଏହି ତଥାକଥିତ ଆଖିମେନ୍ଥା ନେତା ମାନେ ଥିଲେ କେଉଁଠି ?

2. କେତେଥର ଥାନାକୁ ଯାଇ କିମ୍ବା ଥାନା ଅଧିକାରୀଙ୍କ ସହ ପରୀ ଘଟଣାକୁ ନେଇ ଏମାନେ ଆଲୋଚନା କରିଛନ୍ତି ?

3. କେତେଥର ନୟାଗଡ଼ ଏସ୍‌ପି କିମ୍ବା ଏସ୍‌ଡିପିଓଙ୍କୁ ଘଟଣା ସଂମ୍ପର୍କରେ ପଚାରିଛନ୍ତି ?

4. କେତେଥର ପରୀ ପରିବାକୁ ଧରି ଗଣମାଧ୍ୟମ ସାମନାକୁ ଆସିଛନ୍ତି ?

ଓଡ଼ିଶା ତାଜା ନ୍ୟୁଜ (୨୮ ନଭେମ୍ବର ଶନିବାର) ନୟାଗଡ଼ :- ପରୀ, ପରୀ, ପରୀ ସବୁଠି ଗୋଟିଏ ସ୍ୱର ପରୀକୁ ନ୍ୟାୟ ମିଳୁ । ଏହାକୁ ନେଇ ରାଜନୀତି ମଧ୍ୟ ବେଶ ସରଗରମ୍ ହୋଇଛି । ବିଧାନସଭା କମ୍ପୁଛି, ସୋସିଆଲ ମିଡିଆ ଉଠୁଛି ପଡ଼ୁଛି । ମାତ୍ର ପରୀ ଆଳରେ ଏବେ ନୟାଗଡ଼ରେ ଦେଖିବାକୁ ମିଳୁଛି, ନିର୍ବାଚନ ପରଠୁ ମୁହଁ ଦେଖାଉ ନଥିବା ନେତାଙ୍କର । ଗତକାଲି ଏବଂ ଆଜି ଏମିତି କିଛି କିଛି ଘଟଣା ଦେଖିବାକୁ ମିଳିଛି । ନୟାଗଡ଼ର ହାଲ୍‌ଚାଲ୍ ବୁଝୁନଥିବା ଏବଂ ଜନସଂମ୍ପର୍କ ନଥିବା ନେତା ମଧ୍ୟ ଏବେ ପରୀ, ପରୀ ହୋଇ ଆଖି ମେନ୍ଥୁଛନ୍ତି । ଏମିତି ଅଭିନୟ ଚାଲିଛି, ଯେମିତି ତାଙ୍କ ପରିବାର ସଦସ୍ୟ କେହି ଚାଲି ଯାଇଛି ।

ଏଠାରେ ପ୍ରଶ୍ନ ଉଠୁଛି, ଚାରିମାସ ହେଲା ଏହି ତଥାକଥିତ ଆଖିମେନ୍ଥା ନେତା ମାନେ ଥିଲେ କେଉଁଠି ? କେତେଥର ଥାନାକୁ ଯାଇ କିମ୍ବା ଥାନା ଅଧିକାରୀଙ୍କ ସହ ପରୀ ଘଟଣାକୁ ନେଇ ଏମାନେ ଆଲୋଚନା କରିଛନ୍ତି ? କେତେଥର ନୟାଗଡ଼ ଏସ୍‌ପି କିମ୍ବା ଏସ୍‌ଡିପିଓଙ୍କୁ ଘଟଣା ସଂମ୍ପର୍କରେ ପଚାରିଛନ୍ତି ? କେତେଥର ପରୀ ପରିବାକୁ ଧରି ଗଣମାଧ୍ୟମ ସାମନାକୁ ଆସିଛନ୍ତି ? ନା , ଏମାନେ କେବଳ ସମୟ ଓ ସୁବିଧାକୁ ଅନେଇ ରହିଥାନ୍ତି । କେଉଁ ଘଟଣାର ଗଣମାଧ୍ୟମର ଶିରୋନାମା ହେବ ଆଉ ଏମାନେ ଗର୍ଜ୍ଜନ କରିବେ ଅଥବା ଟିଭି ଓ କାଗଜରେ ମୁହଁ ଦେଖାଇବେ ? ନୟାଗଡ଼ରେ କ’ଣ ଘଟଣାର ଅଭାବ ରହିଛି, ନାଁ ସମସ୍ୟାର ଅଭାବ ରହିଛି ।

କାଇଁ ଅନ୍ୟ ବେଳେ ତ ଦେଖା ମିଳୁନି । ଏବେ କଣ ନା ନୟାଗଡ଼ରେ ଭ୍ରଷ୍ଟାଚାର ଶାସନ ଚାଲିଛି । ନୟାଗଡ଼ରେ ଗୁଣ୍ଡାରାଜ୍ ଚାଲିଛି । ଏ ତମାମ୍ ଘଟଣାକୁ ଆଲୋଚନା କଲେ ଗୋଟିଏ କଥା ସ୍ପଷ୍ଟ ହେଉଛି, ଏ ଆଖିମେନ୍ଥା ମାନେ କେବଳ ବାହାନାବାଜି କରୁଛନ୍ତି ନା ଏମାନେ ନୟାଗଡ଼ ପାଇଁ ଚିନ୍ତିତ ନା ଏମାନେ ନୟାଗଡ଼ିଆଙ୍କ ପାଇଁ ଚିନ୍ତିତ ପରୀ ଭଳି ଅନେକ ଘଟଣାକୁ ଏମାନେ ନିଜର ରାଜନୀତି ପାଇଁ ମୋହରା ସଜାନ୍ତି ।

Exit mobile version