ରାୟଗଡ଼ ସଦରମହକୁମାରେ ଥଣ୍ଡା ଦିନରେ ପାନୀୟ ଜଳ ସମସ୍ୟା

ଓଡ଼ିଶା ତାଜା ନ୍ୟୁଜ୍ (୨୮ ନଭେମ୍ବର ଶନିବାର ) ରାୟଗଡ ଗଜପତି  :- ରାୟଗଡ ବ୍ଲକ ସଦର ମୋହକୁମା ଠାରେ ଅଧିକାଂଶ ସାହି ମାନଙ୍କରେ ଦିନକୁ ଦିନ ପାନୀୟ ଜଳ ର ସମଶ୍ୟା ବଢ଼ିବାରେ ଲାଗିଛି ଖବର ନେବାରୁ ଜଣାପଡିଛି ଜେ ବହୁଦିନର ଏହି ପାନୀୟ ଜଳ ସମସ୍ୟା କେନ୍ଦ୍ର ରାଜ୍ୟ ସରକାର ପ୍ରତ୍ୟକ ଗ୍ରାମକୁ ପାନୀୟ ଜଳ ଯୋଗାଣ ସକାଶେ କୋଟି କୋଟି ଖର୍ଚ୍ଚ କରୁଥିବା ବେଳେ ଏଠାରେ ଶୀତ ମାସରେ ମଧ୍ୟ ବାଢ଼େଇସାହି,ଓଡ଼ିଆ ସାହି,କୁ ସମ୍ପୂର୍ଣ୍ଣ ପାଣି ଆସୁ ନଥିବା ଅଭିଯୋଗହଉଛି ଏହି ସମ୍ପର୍କରେ ବିଭାଗୀୟ ଯନ୍ତ୍ରି ସିମାଞ୍ଚଳ ସାହୁ ଙ୍କୁ ପଚାରିବାରୁ ସେ ଅହିଛନ୍ତି ଗ୍ରାମରେ ପ୍ରତି ଘରକୁ ପାଣି ଯୋଗାଇବା ର ଯୋଜନା ହୋଇଛି ତାର କାମ ଟେଣ୍ଡର ମଧ୍ୟ ସରିଯାଇଛି ଅଳ୍ପ ଦିନରେ କାମ ଆରମ୍ଭ ହୋଇଯିବ ଯାହା ଦ୍ଵାରା ପାନୀୟ ଜଳ ର ଆଉ ସମସ୍ୟା ରହିବ ନାହିଁ ବୋଲି ପ୍ରକାଶ କରିଥିଲେ

ବିଭାଗୀୟ ଯନ୍ତ୍ରୀ କହିବାନୁସାରେ ପ୍ରତି ଘରକୁ ପାଣି ଯୋଗାଣହେବ ମାତ୍ରେ କାମ ସାରିବାକୁ କେତଦିନ ଲାଗିବ ଏତିକି ଦିନ ମାନଙ୍କ ରେ ପାଣି ଆଶୁନଥିବା ସାହିମାନଙ୍କର ପରିବାର କେମିତି ପାଣି ପାଇବେ ? ତାହା ବର୍ତମାନ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ତେଣୁ ଟେଣ୍ଡର କାମ ସାରିବା ଯାଏ ବାଢ଼େଇସାହି,ଓଡ଼ିଆ ସାହି କୁ ବିକଳ୍ପ ପନ୍ଥା ରେ ପାଣି ଯୋଗାଇବା କୁ ସାହି ବାସିନ୍ଦା  ମାନେ ଦାବୀ ଜଣାଇଛନ୍ତି ଉକ୍ତ ସମସ୍ୟା ବିଷୟରେ ସ୍ଥାନୀୟ ସରପଞ୍ଚ  ଦୀପ୍ତି ପ୍ରଭା ଲାଲ ଶବର ଙ୍କୁ ପଚାରିବାରୁ ପାଣିଯୋଗାଣ ନିମନ୍ତେ

ଗ୍ରାମରେ ପାଣି କମିଟି ଗଠନ କରାଯାଇଛି ଯେଉ ବ୍ୟକ୍ତି ମାନେ ଘରକୁ ପାଇପ ଯୋଗେ ପାଣି ନେଉଛନ୍ତି ସେମାନେ ମାସକୁ ଶହେ ଟଙ୍କା ହିସାବରେ ଜଳ କର ଆଦାୟ କରୁଛନ୍ତି ସେହି ଆଦାୟ ଟଙ୍କା ମାଧ୍ୟମରେ ସେହି ଟଙ୍କା ରେ ପାଣି ସମ୍ୱନ୍ଧିୟ ସମସ୍ୟା କୁ ସୁଧାରିବା ପାଇଁ ଖର୍ଚ୍ଚ ଜରିପରିବେ ! ପାଣି କମିଟି ଦାୟିତ୍ୱ ନେବାର ଚାରି ବର୍ଷ ବିତିଯାଇଥିଲେ ମଧ୍ୟ ଆୟବ୍ୟୟ ହିସାବ ନ ଦେଇ କମିଟି ଚୁପ ବସିଛି ! ଗ୍ରାମର ପାନୀୟ ଜଳ ସମସ୍ୟା ଆମକୁ ଜଣାଉ ନାହାନ୍ତି ତେଣୁ ଏହିପରି ସମସ୍ୟା ଉପୁଜୁଛି ବୋଲି କହିଥିଲେ ! (ସଞ୍ଜୀବ କୁମାର ପାଣି /ଗଜପତି )

Exit mobile version