ରାଜସ୍ଥାନରେ ଅଙ୍ଗ ଦାନକାରୀଙ୍କ ସମ୍ମାନରେ ଅଙ୍ଗଦାତା ସ୍ମାରକ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ଦ୍ୱାରା ଉଦ୍‌ଘାଟିତ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ନଭେମ୍ବର ଶନିବାର ) ଭୁବନେଶ୍ୱର :– ଭାରତୀୟ ଅଙ୍ଗଦାନ ଦିବସରେ ରାଜ୍ୟ ରାଜଧାନୀରେ ଅଙ୍ଗଦାତା ସ୍ମାରକକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଗେହଲଟ୍ ଉଦଘାଟନ କରିଛନ୍ତି ଯାହା ହେଉଛି ଦେଶରେ ଅଙ୍ଗାଦାତାଙ୍କ ପ୍ରତି ଉତ୍ସର୍ଗୀକୃତ ଥିବା ପ୍ରଥମ ଧରଣର ସ୍ମାରକ । ମୋହନ ଫାଉଣ୍ଡେସନ ଜୟପୁର ସିଟିଜେନ୍ ଫୋରମ୍‌ ନବଜୀବନ (ଏମଜେସିଏଫ୍ ନବଜୀବନ) ତରଫରୁ ଏହି ଅଭିଯାନକୁ ଆରମ୍ଭ କରାଯାଇଥିବା ବେଳେ ତାହାର ପରିକଳ୍ପନା ପ୍ରସ୍ତୁତ କରାଯାଇଛି । ଜୟପୁରର ବିଶିଷ୍ଟ ଡିଜାଇନର ସମୀର ହ୍ୱିଟନ୍ ଏହାର ଡିଜାଇନ୍ ତିଆରି କରିଥିବା ବେଳେ ଡାଲମିଆ ଭାରତ ସିମେଂଟ୍ ଅନୁପ୍ରାଣିତ ଡିଜାଇନ୍ ଓ କ୍ରିଏଟିଭ୍ ଶାଖା କ୍ରାଫ୍ଟ ବେଟନ୍ ପକ୍ଷରୁ ଏହି ସ୍ମାରକକଙ୍କୁ ଏସଏମଏସ ହସ୍ପିଟାଲ୍ ନିକଟସ୍ଥ ଟଙ୍କ ରୋଡ୍ ଓ ପୃଥ୍ୱୀରାଜ ରୋଡ୍‌ର ଜଙ୍କସନ୍ ନିକଟରେ ସ୍ଥାପନ କରାଯାଇଛି । ଜୟପୁରର ଏତିହ୍ୟ ସ୍ଥଳ ଜନ୍ତର ମନ୍ତରରୁ ଅନୁପ୍ରାଣିତ ହୋଇ ଅଙ୍ଗାଦାତା ସ୍ମାରକର ଢ଼ାଂଚା ପ୍ରସ୍ତୁତ କରାଯାଇଛି । ଏହି ଅବସରରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ କୁମାର ଗେହଲଟ୍ କହିଛନ୍ତି ଯେ, “ମୁଁ ଏହା ଜାଣି ବହୁତ ଖୁସି ଯେ ମୋହନ ଫାଉଣ୍ଡେସନ- ଜୟପୁର ସିଟିଜେନ୍ ଫୋରମ “ନବଜୀବନ ପକ୍ଷରୁ ଦେଶର ପ୍ରଥମ ଧରଣର ଅଙ୍ଗ ଦାନ ସ୍ମାରକୀ ଅଙ୍ଗାଦାତା ସ୍ମାରକକୁ ଜାତୀୟ ଅଙ୍ଗଦାନ ଦିବସ-୨୦୨୦ ନଭେମ୍ବର ୨୭ରେ ଉନ୍ମୋଚନ କରାଯାଇଛି । ସେହି ସାହସୀ ହୃଦୟର ବ୍ୟକ୍ତିମାନଙ୍କୁ ଆମେ ସମ୍ମାନିତ କରିବାକୁ ଲକ୍ଷ୍ୟ ରଖିଛୁ ଯେଉଁମାନେ ଅଙ୍ଗଦାନ କରିବାକୁ ଆଗେଇ ଆସିଛନ୍ତି ଏବଂ ଅଙ୍ଗ ଆବଶ୍ୟକ କରୁଥିବା ଲୋକଙ୍କୁ ନୂଆ ଜୀବନ ଦେଇଛନ୍ତି । ଏହି ସ୍ମରକୀ ନିର୍ମାଣ କରାଯାଇଥିବାରୁ ତାହା ଅନ୍ୟମାନଙ୍କୁ ଅଙ୍ଗଦାନ ପାଇଁ ଅନୁପ୍ରାଣିତ କରିବ ଏବଂ ପୀଡ଼ିତ ଲୋକମାନେ ନୂଆ ଜୀବନ ପାଇପାରିବେ ।

ଏହି ଅଙ୍ଗଦାନ ସ୍ମରକୀକୁ ଉନ୍ମୋଚନ କରି ମୁଁ ଅତ୍ୟନ୍ତ ଗର୍ବିତ ।’’ ଶ୍ରୀଯୁକ୍ତ ମହେନ୍ଦ୍ର ସିଂଘି, ଏମ୍‌ଡି ଓ ସିଇଓ, ଡାଲମିଆ ସିମେଂଟ୍‌ (ଭାରତ) ଲିମିଟେଡ୍ କହିଛନ୍ତି ଯେ, “ରାଜସ୍ଥାନର ଅଙ୍ଗଦାନ ପାଇଁ ଏହା ବାସ୍ତବରେ ଏକ ମହତ୍ୱପୂର୍ଣ୍ଣ ସ୍ମାରକୀ ଓ ନିଜର କ୍ରିଏଟିଭ୍ ବ୍ରାଣ୍ଡ୍ କ୍ରାଫ୍‌ଟ ବେଟନ୍ ଜରିଆରେ ଏହାକୁ ବାସ୍ତବତାରେ ପରିଣତ କରିବାରେ ଜଡ଼ିତ ହୋଇଥିବାରୁ ଆମେ ଗର୍ବିତ ମନେ କରୁଛୁ । ଏହା କେବଳ ନିସ୍ୱାର୍ଥପର ଆତ୍ମା ପାଇଁ ଏକ ଶ୍ରଦ୍ଧାଞ୍ଜଳି ନୁହେଁ ଯେଉଁମାନେ ଅନ୍ୟମାନଙ୍କୁ ଜୀବନ ଉପହାରରେ ଦେଇଛନ୍ତି ବରଂ ଏକ ସାର୍ବଜନୀନ କଳା ଯାହା ସହରରେ ଜୀବନ ପ୍ରବେଶ କରାଇବା ଲାଗି ଜରୁରୀ । ପୁନଶ୍ଚ, ଏହି ସ୍ମାରକୀ ଉନ୍ମୋଚନ ଜରିଆରେ ଆମେ ଅଙ୍ଗଦାନ ଭଳି ମହତ୍ୱପୂର୍ଣ୍ଣ ବିଷୟକୁ ନେଇ ସଚେତନତା ସୃଷ୍ଟି କରିବାକୁ ଚାହୁଛୁ ।’’ ଶ୍ରୀଯୁକ୍ତ ସୁନ୍ଦୀପ କୁମାର, ସିଇଓ, କ୍ରାଫ୍‌ଟ ବେଟନ କହିଛନ୍ତି ଯେ, “ସିମେଂଟ୍‌କୁ ବ୍ୟବହାର କରି ତିଆରି କରାଯାଉଥିବା ସାର୍ବଜନୀନ କଳାରେ ଆମ ବ୍ରାଣ୍ଡ୍‌ କ୍ରାଫ୍‌ଟ ବେଟନ ଜଡ଼ିତ ରହିଛି । ଏହି ସ୍ମାରକୀ ତାହାର ହେଉଛି ଅନ୍ୟ ଏକ ଉଦାହରଣ । ରାଜସ୍ଥାନର ଅଙ୍ଗ ଦାତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ଓ ସଚେତନତା ସୃଷ୍ଟି କରିବା ସହ ଜୟପୁର ସହରର ସୌନ୍ଦର୍ଯ୍ୟକୁ ମଧ୍ୟ ଏହା ବଢ଼ାଉଛି ।’’

Exit mobile version