ରାୟଗଡା ଥାନା ପକ୍ଷରୁ ବାଲି ଟ୍ରାକଟର ଜବତ ଡ୍ରାଇଭୋରକୁ କୋର୍ଟ ଚାଲାଣ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ନଭେମ୍ବର ଶନିବାର ) ରାୟଗଡ :–  ରାୟଗଡାବ୍ଲକ ଅନ୍ତର୍ଗତ ଜୀରାଙ୍ଗ ଠାରେ ଏକ ବାଲି ବୋଝେଇ ଟ୍ରାକଟର ଗାଡିକୁ ରାୟଗଡା ଥାନା ପକ୍ଷରୁ ଜବତ କରାଯାଇଛି । ଏହି ବାଲି ବୋଝେଇ ଗାଡିଟି ଗରାବନ୍ଧ ଠାରୁ କଇଁପୁର ଅଣ୍ଡର ଘାଇ ଦେଇ ଜିରାଙ୍ଗ ପଟକୁ ଆସୁଥିବା ବେଳେ ରାୟଗଡା ଥାନା ଆଇଆଇସି ଶ୍ରବଣ କୁମାର ମହାରଣା ସମୁଖରେ ଗାଡିଟି ଧରାପଡିଥିଲା । ସଂଗେ ସଂଗେ ଗାଡିକୁ ରାୟଗଡା ଥାନା କୁ ଅଣା ଯାଇଥିଲା

ଗାଡ଼ି ନମ୍ବର ଓ ଡ଼ି 20A 6033,ବିନାୟକ ଯୋଗୀ ଡ୍ରାଇଭର ଘର ଗଣ୍ଡାହାତୀ, ବୋଲି ଜଣାପଡିଛି ବାଲି ଚୋରା ଚାଲାଣ ଦିନକୁ ଦିନ ବଡୁଥିବା ରାୟଗଡା ବ୍ଲକ ମଧ୍ୟରେ ଚର୍ଚ୍ଚା ହଉଅଛି ରାୟଗଡା ଥାନା କେଶ ନମ୍ବର 86/20.u/s – 379/34 , ipc / rwsec12 ଓଡିଶା ବାଲି ଚୋରା ଆଇନ ବଳରେ ଗିରଫ କରାଯାଇ ଥିବା ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ଜଣାଇଛନ୍ତି ।  (ସଞ୍ଜୀବ କୁମାର ପାଣି /ଗଜପତି )

Exit mobile version