ଗଜପତି ଜିଲ୍ଲର ଆର. ଉଦୟଗିରି ବ୍ଲକରେ ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୨୭ ନଭେମ୍ବର ଶୁକ୍ରବାର ) ଗଜପତି : – ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ମୋ ପରିବାର ପକ୍ଷରୁ ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକର ସଦର ମହକୁମା ଆର ରାଜସ୍ୱ ବଙ୍ଗଳା ଠାରେଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଏସ.ଲିଙ୍ଗରାଜ, ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ ମରୁତ ପାଳ ଓ ଯୁବ ପର୍ଯ୍ୟବେକ୍ଷକ ମୁକୁନ୍ଦ ଗୌଡ଼ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ଓଡ଼ିଶା ମୋ ପରିବାରର ଗଜପତି ଜିଲ୍ଲା ସଂଯୋଜିକା ଇନ୍ଦିରା ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରୁ ମୋଟ 120 ୟୁନିଟ ରକ୍ତ ସଂଗ୍ରହ ହୋଇଅଛି । (ରପାରଳାଖେମୁଣ୍ଡି /ଗରୁଡ଼ ଧ୍ୱଜ ଚୌଧୁରୀ)

Exit mobile version