ବିଶିଷ୍ଟ ସାହିତ୍ୟିକ ଦୁର୍ଯ୍ୟୋଧନ ନାୟକଙ୍କ ବିୟୋଗରେ ସଂସଦ ପକ୍ଷରୁ ଶୋକ

ଓଡ଼ିଶା ତାଜା ନ୍ୟୁଜ୍ ( ୨୭ ନଭେମ୍ବର ଶୁକ୍ରବାର ) କୋରାଇ :- ସୁକିନ୍ଦା ସାହିତ୍ୟ ସମାଜର ସଭାପତି ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ବିଶିଷ୍ଟ ସାହିତ୍ୟିକ ଦୁର୍ଯ୍ୟୋଧନ ନାୟକଙ୍କ ନିଧନରେ କୋରାଇ ମଣ୍ଡଳ ସାହିତ୍ୟ ସଂସଦ ଗଭୀରଶୋକ ପ୍ରକାଶ କରିଛି । ସ୍ୱର୍ଗତ ନାକୟ ଜଣେ ସାରସ୍ୱତ ସଙ୍ଗଠକ ଭାବରେ ବିଶେଷ ପରିଚିତ ଥିଲେ । ସେ ଅନେକ ଗଳ୍ପ କବିତା ରାଚନା କରିଥିଲା ବେଳେ ‘ସୁକିନ୍ଦା’ର ଏକ ସଂକ୍ଷିପ୍ତ ଇତିହାସ ରଚନା କରିଛନ୍ତି । ୨୦୧୮ମସିହାରେ କୋରାଇ ମଣ୍ଡଳ ସାହିତ୍ୟ ସଂସଦ ‘କୋରାଇ ମହୋତ୍ସବ ’ ଅବସରରେ ତାଙ୍କୁ ସଂସଦ ସ୧ାନରେ ସ୧ାନିତ କରିଥିଲା ।

ତାଙ୍କ ବିୟୋଗରେ ସଂସଦର ସଭାପତି ନନ୍ଦକିଶେର ସିଂହ, କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ଶିବଚରଣ ମାଝି, ଉପସଭାପତି ବିନୋଦବିହାରୀ ସାହୁ, ଆଇନିଜୀବୀ ମମତାଜ ଅଲ୍ଲୀ, ସଂସଦର ସାଧାରଣ ସଂପାଦକ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଂଟିଆ, କାର୍ଯ୍ୟନିର୍ବାହୀ ସଂପାଦକ ଦୟାନିଧି ନାୟକ, ସହସଂପାଦକ ଅଧ୍ୟାପକ ମଳୟକୁମାର ମଲ୍ଲିକ, ଅକ୍ଷୟକୁମାର ବାରିକ ଓ ଅଶୋକ କୁମାର ପାତି, ସାଂସ୍କୃତିକ ସଂପାଦକ ବାଇଧର ମାଝି, ସଂଗଠନ ସଂପାଦକ  ଭୁବନମୋହନ ମହାନ୍ତି, ବ୍ରଜେଶ୍ୱରୀ ସିଂହ, ପ୍ରଦୀପକୁମାର ଦାସ, ମହ୧ଦ ନସିମୁଲ ଗନି, କାର୍ତିକଚନ୍ଦ୍ର ଦ୍ୱିବେଦୀ, କୋଷାଧ୍ୟକ୍ଷ ନବଘନ ସ୍ୱାଇଁ, ମୁଖପତ୍ର ‘କସ୍ତୁରୀ’ ସଂପାଦକ ପ୍ରାଧ୍ୟାପକ ଅକ୍ଷୟକୁମାର ମହାନ୍ତି, ଡକ୍ଟର ମୋହନଚରଣ ଖୁଂଟିଆ ପ୍ରମୁଖ କର୍ମକର୍ତା ଓ ସଦସ୍ୟଗଣ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ )

Exit mobile version