ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ଘୋଷଣା – ଭୁବନେଶ୍ୱର

ଓଡ଼ିଶା ତାଜା ନ୍ୟୁଜ୍ ( ୨୭ ନଭେମ୍ବର ଶୁକ୍ରବାର ) ଭୁବନେଶ୍ୱର :- ଓଡିଶା ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ “ଧର୍ମପଦ ସମ୍ମାନ” ଆଜି ଘୋଷଣା କର।।ଇଛି । ରାଜ୍ୟ ର୍ପ୍ୟଟନ, ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଜି ଅପରାହ୍ଣରେ ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ପରିସରରେ ଥିବା ଏହି ଘୋଷଣା କରିଛନ୍ତି । ୨୦୧୬ରୁ ୨୦୨୦ ମସିହା ର୍ଯ୍ୟନ୍ତ ୫ ଜଣ ବିଶିଷ୍ଟ ଶିଳ୍ପୀ ଧର୍ମଦ ପୁରସ୍କାରରେ ପୁରସ୍କୃତ ହେବାକୁ ଥିବାବେଳେ ୨୫ ଜଣ ଶିଳ୍ପୀ ସମ୍ବର୍ଦ୍ଧିତ ହେବେ । ୨୦୧୬ ମସିହା ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ବନବିହାରୀ ପରିଡା, ୨୦୧୭ ପାଇଁ ବିଶିଷ୍ଟ ସ୍ଥପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, ୨୦୧୮ ପାଇଁ ଜଗଦିଶ ଚନ୍ଦ୍ର କାନୁନ୍‌ଗୋ, ୨୦୧୯ ପାଇଁ ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା ଏବଂ ୨୦୨୦ ମସିହା ପାଇଁ ବିଶିଷ୍ଟ ଚିତ୍ରଶିଳ୍ପୀ ମହେନ୍ଦ୍ର ୍ରସାଦ ମହ।।ତ୍ର ଧର୍ମଦ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଧର୍ମଦ ଶିଳ୍ପୀଙ୍କୁ ୫ ଲକ୍ଷ ଟଙ୍କାର ଚେକ୍‌, ତାମ୍ରଫଳକ ଏବଂ ଉପଢୌକନ ଏବଂ ସମ୍ବର୍ଦ୍ଧିତ ହେବାକୁ ଥିବା ଶିଳ୍ପୀକୁ ୧ ଲକ୍ଷ ଟଙ୍କା, ତାମ୍ର ଫଳକ ଏବଂ ଉପଢୌକନ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାିବ ବୋଲି ଘୋଷଣା କର।।ଇଛି । ସମ୍ବର୍ଦ୍ଧିତ ହେବାକୁ ଥିବା ଶିଳ୍ପୀମାନେ ହେଲେ ୨୦୧୬ ମସିହା ପାଇଁ ଚନ୍ଦ୍ର କୁମାର ସାମନ୍ତରାୟ, ଶରତ ଚନ୍ଦ୍ର ମହାନ୍ତି, ବସନ୍ତ କୁମାରୀ ସାମନ୍ତ, ବାଂଛାନିଧି ପଟ୍ଟନାୟକ ଓ ଯୋଗେଶ ପ୍ରସାଦ ଦାନୀ, ୨୦୧୭ ମସିହା ପାଇଁ ରାଧାଶ୍ୟାମ ବିଶୋଇ, ଦେବେନ୍ଦ୍ର ଦାସ, ବନମାଳି ମହ।।ତ୍ର, ଲଲାଟମୋହନ ପଟ୍ଟନାୟକ ଓ ଡକ୍ଟର ଅଲେଖ ଚରଣ ସାହୁ, ୨୦୧୮ ମସିହା ପାଇଁ ଶ୍ରୀଧର ମହାରଣା, ଗୋକୁଳାନନ୍ଦ ଦାସ, ଟୁନେନ୍ଦ୍ର ପଟ୍ଟନାୟକ, କଳ୍ପତରୁ ମହାରଣା ଏବଂ ଅଶୋକ କୁମାର ମହାନ୍ତି,୨୦୧୯ ମସିହା ପାଇଁ

ଶ୍ରୀନିବାସ ପଢିହାରୀ, ଲକ୍ଷ୍ମୀଧର ରଣା, ବ୍ରଜକିଶୋର ଜେନା, ପ୍ରଶାନ୍ତ କୁମାର ଦାସ ଓ ଗୌରାଙ୍ଗ ବାରିକି ଏବଂ ୨୦୨୦ ମସିହା ପାଇଁ ରବିନାରାୟଣ ରଥ, ବିଜୟ କୁମାର ରିଡା, ପ୍ରଭାକର ମହାରଣା, ଦୀନବନ୍ଧୁ ମହ।।ତ୍ର ଏବଂ ବୃନ୍ଦାବନ ମହାରଣା ।  ଏହି କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଂଜନ କୁମାର ଦାସ, ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ,ଏକାଡେମୀର କାର୍ଯ୍ୟକାରୀ କମିଟି ସଦସ୍ୟ ପଂଚାନନ ସାମଲ, ଶ୍ୟାମ ସୁନ୍ଦର ମେହେର ଏବଂ ଅକ୍ଷୟ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଏକାଡେମୀର ସଚିବ ଗଜେନ୍ଦ୍ର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ଣ କରିଥିଲେ

Exit mobile version