ପଞ୍ଚୁକର ତୃତୀୟ ସଂଧ୍ଯ୍ୟା ଦର୍ଶନରେ ଦଧିବାମନ ଜିଉଙ୍କ ନାଗାର୍ଜୁନ ବେଶ – କୁରାଳ

ଯୋଦ୍ଧା ବେଶ ଧାରଣ କରି ୧୬ ପ୍ରକାର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜେଇ ହୋଇଛନ୍ତି ଜଗନ୍ନାଥ । ଏଭଳି ଅପୂର୍ବ ଦୃଶ୍ୟକୁ ଦେଖି ଭାବବିହ୍ୱଳ ହୋଇଛନ୍ତି ଭକ୍ତ

ଓଡ଼ିଶା ତାଜା ନ୍ୟୁଜ୍ ( ୨୭ ନଭେମ୍ବର ଶୁକ୍ରବାର ) ଓଡ଼ଗାଁ  :- ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ପବିତ୍ର କାର୍ତ୍ତିକ ମାସରେ ପଡ଼େ। ବିଶେଷକରି ପଞ୍ଚୁକ ସମୟରେ ଛଅ ଦିନ ପାଇଁ ଏହା ପାଳିତ ହୋଇଥାଏ। ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ସମ୍ପନ୍ନ ହୋଇଛି । ଯଥାବିଦ୍ଧି ମତେ ଆଜି ଓଡଗାଁ ବ୍ଲକ ଅନ୍ତର୍ଗତ କୁରାଳ ପଞ୍ଚାୟତର ଦଧିବାମନ ଜିଉ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି । ଯୋଦ୍ଧା ବେଶ ଧାରଣ କରି ୧୬ ପ୍ରକାର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜେଇ ହୋଇଛନ୍ତି ଜଗନ୍ନାଥ ।

ଏଭଳି ଅପୂର୍ବ ଦୃଶ୍ୟକୁ ଦେଖି ଭାବବିହ୍ୱଳ ହୋଇଛନ୍ତି ଭକ୍ତ । ପରମ୍ପରା ଅନୁଯାୟୀ ପର୍ଶୁରାମଙ୍କ ଦ୍ୱାରା ସହସ୍ରାର୍ଜୁନ ବଧକୁ ସ୍ମରଣ କରିବା ପାଇଁ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ହୋଇଥାଏ। ଏହି ଅବସରରେ ଶ୍ରୀଜୀଉମାନଙ୍କୁ ନାଗା ଯୋଦ୍ଧାଙ୍କ ରୂପରେ ସଜାଇ ଦିଆଯାଏ। ହାତରେ ସୁବର୍ଣ୍ଣ ଅସ୍ତ୍ର ଓ ଅନ୍ୟାନ୍ୟ ଉପକରଣ ମଧ୍ୟ ସଜା ଯାଇଥାଏ। ମହାପ୍ରଭୁ ସବୁ ବେଶରେ ହାତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରିଥାନ୍ତି। କିନ୍ତୁ ଏହି ବେଶ ମହାପ୍ରଭୁଙ୍କର ସ୍ୱତନ୍ତ୍ର। ଏଥିରେ ମହାପ୍ରଭୁଙ୍କୁ କିନ୍ତୁ ସ୍ୱତନ୍ତ୍ର ବେଶ ଧରିଥାନ୍ତି। ନିଶ, ଧାଡ଼ି ସହିତ ପ୍ରଭୁ ନାଗା ବା ଯୋଦ୍ଧା ବେଶରେ ଦର୍ଶନ ଦେଇଥାନ୍ତି ।ଭକ୍ତ ମାନେ କରୋନା ନିୟମ ଅନୁସାରେ ମନ୍ଦିର ବାହାରୁ ପ୍ରଭୁଙ୍କ ଦୁର୍ଲଭ ବେଶ ଦର୍ଶନ କରିପାରୁଛନ୍ତି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version