ଧରାପଡିଥିବା ଅପମିଶ୍ରଣ ଘିଅ କାରଖାନାର ମାଲିକ ଏବଂ ବ୍ୟବସାୟୀଙ୍କୁ କୋର୍ଟ ଚାଲାଣ

ଦୀର୍ଘ ଦିନ ଧରି ବିଭିନ୍ନ ବ୍ରାଣ୍ଡର ଅପମିଶ୍ରଣ ଘିଅ ତିଆରି କରି ବିଭିନ୍ନ ସ୍ଥାନକୁ ପଠାଯାଉଥିଲା ମାଲଗୋଦାମ, ଜଗତପୁର, କଟକ ସଦର ଥାନା ଅଞ୍ଚଳରେ ଅପମିଶ୍ରଣ କାରବାର ଚାଲୁଥିଲା ବେଳେ, ଏଥିପ୍ରତି ପୋଲିସ କାହିଁକି ନଜର ଦେଉନଥିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ..?

ଓଡ଼ିଶା ତାଜା ନ୍ୟୁଜ (୨୭ ନଭେମ୍ବର ଶୁକ୍ରବାର ) କଟକ  :- କଟକସଦର ଥାନା ଅନ୍ତର୍ଗତ ହରିଅନ୍ତା ପଞ୍ଚାୟତର ଉଲାର ଠାରେ ଦୀର୍ଘ ବର୍ଷ ଧରି , ଚାଲିଥିବା ଅପମିଶ୍ରଣ ଘିଅ କାରଖାନା ଉପରେ, କଟକ ମାଲଗୋଦାମ ପୋଲିସ ଏବଂ କଟକ ସଦର ପୋଲିସ ଗୁରୁବାର ଦିନ , ମିଳିତ ଭାବେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ପୋଲିସ ୨୦ କୁଇଣ୍ଟାଲ ଅପମିଶ୍ରଣ ଘିଅ ଏବଂ ବହୁ ପରିମାଣର ଆସବାବପତ୍ର ଜବତ କରିଥିଲେ । ଏହି ଅପମିଶ୍ରଣ କାରବାରରେ ଲିପ୍ତ ଅପମିଶ୍ରଣ ଘିଅ କାରଖାନାର ମାଲିକ , କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ କିଆପଲା ନୂଆଗାଁ ର ନରସିଂହ ଦାସ ,ଏବଂ ମାଲଗୋଦାମରେ ଦୋକାନ କରିଥିବା କଟକ ବାରଙ୍ଗ ଥାନା ଜୟପୁର ବେଲଗଛିଆ ଗ୍ରାମର କାଳିଆ ଓରଫ କାଳନ୍ଦି ସାହୁଙ୍କୁ ଶୁକ୍ରବାର ମାଲଗୋଦାମ ପୋଲିସ କୋର୍ଟ ଚାଲାଣ କରିଛି ।

ଏନେଇ ମାଲଗୋଦାମ ଥାନାରେ ୨୩୩/୨୦ ରେ ଏକ ମାମଲା ରୁଜୁ କରିଛି । ମାଲଗୋଦାମ ,ଜଗତପୁର ପରେ ଏବେ କଟକ ସଦରଥାନା ହରିଅନ୍ତା ପଞ୍ଚାୟତ ବାଇଁଲୋହାଟ ନିକଟସ୍ଥ , ଉଲାର ଠାରେ ଦୀର୍ଘ ଦିନ ଧରି ବିଭିନ୍ନ ବ୍ରାଣ୍ଡର ଅପମିଶ୍ରଣ ଘିଅ ତିଆରି କରି ବିଭିନ୍ନ ସ୍ଥାନକୁ ପଠାଉଥିଲା । ମାଲଗୋଦାମ, ଜଗତପୁର, କଟକ ସଦର ଥାନା ଅଞ୍ଚଳରେ ଅପମିଶ୍ରଣ କାରବାର ଚାଲୁଥିଲା ବେଳେ ,ଏଥିପ୍ରତି ପୋଲିସ କାହିଁକି ନଜର ଦେଉନଥିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)  

Exit mobile version