ପରୀ କେସ କୁ ରାଜନୀତି ନ କରି ପ୍ରକୃତ ହତ୍ୟାକାରୀ କୁ ଚିହ୍ନଟ କରାଯାଉ ; ଉଚିତ ନ୍ୟାୟ ମିଳୁ – ମନ୍ତ୍ରୀ ଅରୁଣ କୁମାର ସାହୁ

1. ମନ୍ତ୍ରୀ ଅକ୍ଟୋବର ୨୫ ତାରିଖରୁ ପ୍ରାୟ ସମସ୍ତ ଘଟଣା ବିଷୟରେ ସରପଞ୍ଚଙ୍କ ସହ ନିଜେ କଥା ହୋଇଛନ୍ତି । ଘଟଣା ପରେ ୧୨ ଜଣଙ୍କୁ ଗିରଫ କରାଯାଇ କିଛି ଦିନ ମଧ୍ୟ ଜେଲରେ ରହି ଘରକୁ ଫେରିଛନ୍ତି ।

2. ମନ୍ତ୍ରୀ ଯଦି ବିଶ୍ୱାସରେ କର୍ମୀଙ୍କ ସହ କଥାବାର୍ତ୍ତା ସମୟରେ ତାଙ୍କ  ଅଜାଣତରେ ଫୋନ କଲ ରେକର୍ଡିଂ କରି ହଇରାଣ କରିବେ ତେବେ ଏଥିପାଇଁ ଦାୟୀ କିଏ ରହିବ ।

3. ମନ୍ତ୍ରୀଙ୍କର କ’ଣ କର୍ମୀଙ୍କ ସହ କଥା ହେବା ଭୁଲ..?

4. ପରୀପ୍ରକୃତ ହତ୍ୟାକାରୀ କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ଓ ଏସଆଇଟି କୁ ଦେଲେ ନିର୍ଦ୍ଦେଶ

ଓଡ଼ିଶା ତାଜା ନ୍ୟୁଜ (୨୭ ନଭେମ୍ବର ଶୁକ୍ରବାର ) ଭୁବନେଶ୍ୱର (ରିପୋର୍ଟ /ଅଭିମନ୍ୟୁ ):- ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମର ପରୀ ହତ୍ୟାକାଣ୍ଡ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରକୃତ ହତ୍ୟାକାରୀକୁ ନ ଧରି କେସ ର ମୋଡ଼ ବଦଳାଇବାରେ ଲାଗିଛନ୍ତି ମନ୍ତ୍ରୀ ଅରୁଣ ସାହୁ ଜଣେ ଲୋକପ୍ରିୟ ନେତା ଭାବରେ ସାରା ଓଡିଶା ରେ ପରିଚିତ । ସେ ସଦାବେଳେ ନିଜ କର୍ମୀଙ୍କୁ ଆହ୍ୱାନ ଦିଅନ୍ତି ମୋ ମୋବାଇଲ ଫୋନ ୨୪ ଘଣ୍ଟା ଅନ ଅଛି, ଯେତେବେଳେ ଯାହାର ଯେଉଁ ଅସୁବିଧା ହେବ ସଙ୍ଗେ ସଙ୍ଗେ ଜଣାଇବ । ଠିକ ଅନ୍ୟ ମାନଙ୍କ ଭଳି ସେଦିନ ମଧ୍ୟ ସରପଞ୍ଚ ସୌମ୍ୟ ମନ୍ତ୍ରୀଙ୍କୁ ଫୋନ କରିଥିଲେ । ପଞ୍ଚାୟତ ର କର୍ମୀଙ୍କ ଦୁଃଖ ସୁଖ ରେ ସାମିଲ ହେବାରେ ନିଜକୁ ଟିକେ ହେଲେ ହେଳା କରନ୍ତି ନି କି ଦୁର୍ନୀତି କୁ ପ୍ରଶୟ ଦିଅନ୍ତିନି ।

ଏ ଭିତରେ ମନ୍ତ୍ରୀ ଅକ୍ଟୋବର ୨୫ ତାରିଖରୁ ପ୍ରାୟ ସମସ୍ତ ଘଟଣା ବିଷୟରେ ସରପଞ୍ଚଙ୍କ ସହ ନିଜେ କଥା ହୋଇଛନ୍ତି । ଘଟଣା ପରେ ୧୨ ଜଣଙ୍କୁ ଗିରଫ କରାଯାଇ କିଛି ଦିନ ମଧ୍ୟ ଜେଲରେ ରହି ଘରକୁ ଫେରିଛନ୍ତି । ବାବୁଲି ନାୟକ ହାଇ କୋର୍ଟରୁ ବେଲ ପାଇ ଜାମିନିରେ ଆସି ଗାଁ ରେ ଅଛନ୍ତି। ମନ୍ତ୍ରୀ ଯଦି ବିଶ୍ୱାସରେ କର୍ମୀଙ୍କ ସହ କଥାବାର୍ତ୍ତା ସମୟରେ ତାଙ୍କ ଅଜାଣତରେ ଫୋନ କଲ ରେକର୍ଡିଂ କରି ହଇରାଣ କରିବେ ତେବେ ଏଥିପାଇଁ ଦାୟୀ କିଏ ରହିବ । ମନ୍ତ୍ରୀଙ୍କର କ’ଣ କର୍ମୀଙ୍କ ସହ କଥା ହେବା ଭୁଲ..? ପଞ୍ଚାୟତ ର କର୍ମୀଙ୍କ ଦୁଃଖ ସୁଖ ରେ ସାମିଲ ହେବା ସମୟରେ ଯଦି ତାଙ୍କ ଅଜାଣତରେ କେହି ଏହି ଭଳି କାହାଣୀ ସୃଷ୍ଟି କରିବେ ତେବେ ସେମାନଙ୍କର ପ୍ରକୃତ ହତ୍ୟାକାରୀ ପାଇଁ କେତେ ଦରଦ ଏହିଥିରୁ ସ୍ପଷ୍ଟ ଜଣାପଡୁଛି ।

ଏ ସବୁ ଭିତରେ ପରୀପ୍ରକୃତ ହତ୍ୟାକାରୀ କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ଓ ଏସଆଇଟି କୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ମନ୍ତ୍ରୀ ଅରୁଣ କୁମାର ସାହୁ ପରୀ କେସ କୁ ରାଜନୀତି ନ କରି ପ୍ରକୃତ ହତ୍ୟାକାରୀ କୁ ଚିହ୍ନଟ କରିବା ସହିତ ପରୀକୁ ଉଚିତ ନ୍ୟାୟ ମିଳିବା ଦରକାର ବୋଲି କହିଛନ୍ତି ।

Exit mobile version