ଆଜି ୭୧ ତମ ସମ୍ବିଧାନ ଦିବସ ପାଳନ କରୁଛି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଓ ବିଭିନ୍ନ ରାଜନୈତିକ ସଂଗଠନ, ଢେଙ୍କାନାଳ

1. ଆଜି ଢେଙ୍କାନାଳ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ୭୧ତମ ସମ୍ବିଧାନ ଦିବସ କୋଭିଡ୍ କଟକଣା ଅନୁପାଳନ ପୂର୍ବକ ପାଳନ ହୋଇଯାଇଅଛି ।

ଓଡ଼ିଶା ତାଜା ନ୍ୟୁଜ (୨୬ ନଭେମ୍ବର ଗୁରୁବାର) ଢେଙ୍କାନାଳ :- ଆଜି ୭୧ତମ ପବିତ୍ର ସମ୍ବିଧାନ ଦିବସ। ସମ୍ମାନର ସହ ପାଳନ କରୁଛି ସାରା ଦେଶ। ସ୍ଵାଧୀନତା ପରେ ଭାରତର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁଁ ୧୯୪୯ ମସିହା ଆଜିର ଦିନରେ ସ୍ୱର୍ଗତ ଡଃ ଭୀମରାଓ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ବିଶ୍ଵର ସର୍ବବୃହତ୍ ଭାରତର ସମ୍ବିଧାନ ଗୃହୀତ ଓ ପ୍ରଣୟନ ହୋଇ ଦେଶବାସୀଙ୍କୁ ଅର୍ପଣ କରାଯାଇଥିଲା । ପୂର୍ବରୁ ଏହା ଜାତୀୟ ଆଇନ ଦିବସ ଭାବେ ପାଳନ ହୋଇ ଆସୁଥିବାବେଳେ ୨୦୧୫ ମସିହା ଅକ୍ଟୋବର ୧୫ ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ ।

ସେହି କ୍ରମରେ ଆଜି ଢେଙ୍କାନାଳ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ୭୧ତମ ସମ୍ବିଧାନ ଦିବସ କୋଭିଡ୍ କଟକଣା ଅନୁପାଳନ ପୂର୍ବକ ପାଳନ ହୋଇଯାଇଅଛି । ଏହି ଅବସରରେ ଜିଲ୍ଲା ସିଭିଲ୍ କୋର୍ଟ୍ ପରିସରରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଶ୍ରୀ ଶରତ କୁମାର ଦେହୁରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ବିଧାନ ଦିବସ ପାଳିତ ହେବା ସହିତ ସେଠାରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କୁ ଭାରତୀୟ ମୁଖବନ୍ଧ ପାଠ କରାଇବା ସହ ସମ୍ବିଧାନରେ ଲିଖିତ ମୌଳିକ ଅଧିକାର ବିଷୟରେ ଆଲୋକପାତ କରିଥିଲେ ।

ଅନ୍ୟପଟେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସ୍ଵର୍ଗତ ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ଜନସାଧାରଣଙ୍କ ମୌଳିକ ଅଧିକାର ଉପରେ ଆଲୋକପାତ କରାଯାଇଥିଲା ।                                                         (ରିପୋର୍ଟ୍, ଅମର ରଞ୍ଜନ ଦାସ)

Exit mobile version