ଓଡ଼ିଶା ତାଜା ନ୍ୟୁଜ (୨୬ ନଭେମ୍ବର ଗୁରୁବାର) ଢେଙ୍କାନାଳ :- କେନ୍ଦ୍ର ସରକାର ଶ୍ରମିକମାନଙ୍କୁ ଅଣଦେଖା କରି ଶ୍ରମକୋର୍ଡକୁ ବାତିଲ, କୃଷି ବିରୋଧି ଆଇନ୍ ଏବଂ ରାଷ୍ଟ୍ରୀୟ ସମ୍ପତ୍ତିକୁ ଘରୋଇକରଣ କରିବା ବିରୋଧରେ ଆଜି ୬ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନର ଦେଶବ୍ୟାପୀ ବନ୍ଦ ଡାକରାରେ ଅଙ୍ଗନବାଡ଼ୀ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ହରପ୍ରିୟା ସ୍ଵାଇଁଙ୍କ ନେତୃତ୍ବରେ ଜିଲ୍ଲା ଅଙ୍ଗନବାଡ଼ୀ କର୍ମୀମାନେ ଢେଙ୍କାନାଳ ଜିଲ୍ଲା ୫୫ନଂ ଜାତୀୟ ରାଜପଥ ଅବରୋଧ କରି ଆମ୍ବୁଲାନ୍ସ ଓ ଦୁଇ ଚକିଆ ଛଡ଼ା ଅନ୍ୟ ଯାନ ବନ୍ଦ ରଖିଥିଲେ ଏବଂ କେନ୍ଦ୍ର ସରକାରଙ୍କ ଦ୍ଵାରା ପାରିତ ଆଇନ ବିରୋଧରେ ୧୭ ଦଫା ଦାବି ନେଇ ଧାରଣାର ନାରା ଦେଇଥିଲେ ।
