ତ୍ରୁଟି ପୂର୍ଣ୍ଣ ଚିକିତ୍ସାର ଅଭିଯୋଗ ; ମୃତ ନାବାଳକଙ୍କ ଶବ ରଖି ରାସ୍ତା ଅବରୋଧ

ଓଡ଼ିଶା ତାଜା ନ୍ୟୁଜ (୨୬ ନଭେମ୍ବର ଗୁରୁବାର) କଳାହାଣ୍ଡି :- ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରନର୍ଲାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟଣାରେ ପରିବାର ଲୋକେ ରାଜରାସ୍ତାରେ ଶବରଖି ରାସ୍ତା ଅବରୋଧ କରିଛନ୍ତି। ନର୍ଲା ଗ୍ରାମର ଜୟନ୍ତୀ ନଗରପଡାର କୈବଲ୍ୟ ସେନାପତିଙ୍କ ପୁଅ ମନୋଜ ସେନାପତି( ୧୨) ଗତ ବୁଧବାର ବିଳମ୍ବିତ ରାତିରେ ପେଟ ବ୍ୟଥା ହେବାରୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପରିବାର ଲୋକେ ଆଣିଥିଲେ। ଡାକ୍ତର ଖାନାରେ ଇନଚାର୍ଜ ଡାକ୍ତର ଅନୁପସ୍ଥିତ ଥିବାରୁ ଜଣେ ନର୍ସ ପେଟ ବ୍ୟଥାର ଉପଷମ ପାଇଁ ଇଞ୍ଜେକସନ ଦେଇ ଘରକୁ ପଠାଇ ଦେଇଥିଲେ ।

ତେବେ ଘରକୁ ଯିବାର କିଛି ସମୟ ପରେ ମନୋଜଙ୍କ ସ୍ଵାସ୍ଥ୍ୟ ଅଧିକ ଗୁରୁତର ହେବାରୁ ପୁଣି ଡାକ୍ତରଖାନାକୁ ଆଣିଥିଲେ । ଇଞ୍ଜେକସନ ଦେବାରୁ ରୋଗୀ ବେହୋସ୍ ହେବା ଓ ପରେ ଡାକ୍ତରଖାନାରେ ମୃତ୍ୟୁ ବରଣ ହେବା ପରିବାର ଲୋକେ ଅଭିଯୋଗ ଆଣି କ୍ଷତି ପୂରଣ ଦାବି ସହ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନିଯୁକ୍ତି ପାଇଁ ଶବରଖି ରାସ୍ତା ଅବରୋଧ କରିଛନ୍ତି।    (ରିପୋର୍ଟ ପ୍ରଦୀପ କୁମାର ଗଉଡ)

Exit mobile version