ଭାରତୀୟ କିସାନ ସଂଘର ରାଜ୍ୟସ୍ତରୀୟ ବୈଠକ !

ଓଡ଼ିଶା ତାଜା ନ୍ୟୁଜ୍ (୨୬ ନଭେମ୍ବର ଗୁରୁବାର ) କଟକ :- ଭାରତୀୟ କିସାନ ସଂଘ,ଓଡ଼ିଶା ପକ୍ଷରୁ ରାଜ୍ୟସ୍ତରୀୟ ବୈଠକ ଶ୍ରୀଗୁରୁ ଆଇ.ଟି.ଆଇ ଜଗତପୁର,କଟକ ଠାରେ ସଂଘର ରାଷ୍ଟ୍ରୀୟ ସମ୍ପାଦକ ମୋହିନୀ ମୋହନ ମିଶ୍ର,ରାଜ୍ୟ ସଭାପତି ରାଧାକୃଷ୍ଣ ମେହେର,ରାଜ୍ୟ ସାଧାରଣ ସମ୍ପାଦକ ଜନକୀ ବଲ୍ଲବ ସ୍ୱାଇଁଙ୍କ ପୌରହିତ୍ୟିରେ ଅନୁଷ୍ଠିତ ହୋଇ କୃଷି ଓ କୃଷକର ଉନ୍ନତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ! ଚଳିତବର୍ଷ ଡିସେମ୍ବର ମାସ ଓ ଆଗାମୀ ବର୍ଷରେ ଧାନର ଅଭାବି ବିକ୍ରି ଓ କାଟ ଛାଟନ,କୃଷକ ସମ୍ମାନନିଧି ପ୍ରଦାନ, ନୂତନ ଚାଷୀଙ୍କ ନାମ ସଂଯୋଗ,

ଗତ ବନ୍ୟାରେ ଚାଷୀ ମାନଙ୍କର ହୋଇଥିବା କ୍ଷତିକୁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ସହଯୋଗ ଆଦି ଅନେକ ସମସ୍ୟାର ପ୍ରତିକାର ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବା ନିମନ୍ତେ ସ୍ଥିର କରାଯାଇଛି ! ଏହି ବୈଠକରେ ଅସୀମ କୁମାର ଦାସ, ଦେବୀ ପ୍ରସାଦ ପତି,କର୍ଣ୍ଣଲ ଶରତ ମୋହନ ମିଶ୍ର,ଅବସରପ୍ରାପ୍ତ କୃଷି ଯୁଗ୍ମନିର୍ଦ୍ଦେଶକ ଦାମୋଦର ଦଳାଇ,ତ୍ରିଲୋଚନ ରାୟ ଏବଂ ୨୨ଟି ଜିଲ୍ଲାର ସକ୍ରିୟ କାର୍ଯ୍ୟକର୍ତା ଉପସ୍ଥିତରହି ବୈଠକକୁ ସଫଳ କରିଥିଲେ !(ରଶ୍ମିତା ମହାପାତ୍ର କଟକ ରିପୋର୍ଟ)

Exit mobile version