ତିର୍ତ୍ତୋଲ ଉପନିର୍ବାଚନ ପରେ ଭୋଟରଙ୍କୁ ଧନ୍ୟବାଦ ଜଣାଇଲା ବିଜେଡି

 

ଓଡ଼ିଶା ତାଜା ନ୍ୟୁଜ୍ (୨୬ ନଭେମ୍ବର ଗୁରୁବାର ) ଜଗତସିଂହପୁର :- ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡି ଦଳର ପାର୍ଥୀ ବିଜୟଶଙ୍କର ଦାସ ବହୁ ଭୋଟରେ ବିଜୟୀ ହେବା ପରେ ବୁଧବାର ତିର୍ତ୍ତୋଲରେ ଧନ୍ୟବାଦ ସଭା ଆୟୋଜନ କରିଥିଲା । ବିଜେଡି ତାର ଗଡ଼ ବଜାୟ ରଖିଥିବାରୁ ଏହି ସଭାରେ ଦଳପକ୍ଷରୁ ଭୋଟରଙ୍କୁ ଉପସ୍ଥିତ ଦଳିୟ ନେତା ଓ ପର୍ଯ୍ୟବେକ୍ଷ୍ୟକ ମାନେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳିର ଭୋଟର ମାନଙ୍କୁ ଧନ୍ୟବାଦ ଦେବା ସହ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଥିବା ବିଶ୍ବାସ ଆଗାମି ଦିନରେ ବଜାୟ ରଖିବାକୁ ନିବେଦନ କରିଥିଲେ ।

ଏଥିରେ ଜଗତସିଂହପୁର ଜିଲ୍ଲା ସଭାପତି ତଥା ବିଧାୟକ ପ୍ରଶାନ୍ତ କମାର ମୁଦୁଲୀ ସଭାପତିତ୍ବ କରିଥିଲେ। ତିର୍ତ୍ତୋଲର ନବ ନିର୍ବାଚିତ ବିଧାୟକ ବିଜୟ ଶଙ୍କର ଦାସ, ଜଗତସିଂହପୁର ଏମପି ଡାକ୍ତର ରାଜଶ୍ରୀ ମଲ୍ଲିକ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଜିଲ୍ଲା ପର୍ଯ୍ୟବେକ୍ଷକ, ଦେବାଶିଷ ସାମନ୍ତରାୟ, ମହାକାଳପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗୀନି ଛୁରିଆ, ବିଧାଯକ ପୁର୍ଣ୍ଣ ଚନ୍ଦ୍ର ସ୍ବାଇଁ ଓ ପଞ୍ଚୟତ ପର୍ଯ୍ୟବେକ୍ଷ୍ୟାକ ସମେତ ପାରାଦୀପର ଶ୍ରମିକ ନେତା ସନ୍ତୋଷ ପଟନାୟକ, ବସନ୍ତ ବିଶ୍ୱାଳ, ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ତିର୍ତ୍ତୋଲ ବ୍ଲକ ଆତ୍ମା ଅଧ୍ୟକ୍ଷ ବସନ୍ତ ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟା ଲିପାଲି ରାଉଳ, ସନାତନ ଦଳାଇ, ବିମଳ ମହାପାତ୍ର ପ୍ରମୁଖ ବହୁ ଦଳିୟ ନେତା ଏଥିରେ ଉପସ୍ଥିଦ ରହିଥିଲେ। (ଜଗତସିଂହପୁର ଜିଲ୍ଲାରୁ ଭାସ୍କର ପଟ୍ଟନାୟକ)

Exit mobile version