ଓଡ଼ିଶା ତାଜା ନ୍ୟୁଜ୍ (୨୬ ନଭେମ୍ବର ଗୁରୁବାର ) ଭୁବନେଶ୍ୱର : – କୌଣସି ବ୍ୟବସ୍ଥା ସଂସ୍କାରଧର୍ମୀ ହୋଇ ପରିବର୍ତ୍ତନ ଆସିବା ଗୋଟିଏ ଜାତି ପାଇଁ ଶୁଭ ଲକ୍ଷଣ । ଉଚ୍ଚଶିକ୍ଷାରେ ଗୁଣାତ୍ମକ ଉନ୍ନତି ଆଣିବା ନିମନ୍ତେ ଅଣାଯାଇଥିବା ସଂସ୍କାରର ସୁଫଳ ମିଳୁଛି । ଶିକ୍ଷା କ୍ଷେତ୍ରରେ ଏକ ସୁସ୍ଥ ପର ̧ରା ସୃଷ୍ଟି ଦିଗରେ ଅଧ୍ୟାପକ ଅଧ୍ୟାପିକା ମାନେ ନିଷ୍ଠାର ସହିତ ଚେଷ୍ଟା କଲେ ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଭୂତ ଉନ୍ନତି ସାଧିତ ହୋଇ ପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂ ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ପୂର୍ବାହ୍ନରେ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନିଯୁକ୍ତି ନିମନ୍ତେ ରାଜ୍ୟ ସିଲେକ୍ସନ୍ ବୋର୍ଡ ଦ୍ୱାରା ଚୟନ କରାଯାଇଥିବା ଓଡ଼ିଆ ବିଭାଗର ଅଧ୍ୟାପକ ମାନଙ୍କର ଏକ ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ମହାବିଦ୍ୟାଳୟ ଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ନିମନ୍ତେ ବ୍ୟାପକ ପ୍ରକ୍ରିୟା ଚାଲିଛି । ମହାବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟାକୁ ସଂପୂର୍ଣ୍ଣ ସ୍ୱଚ୍ଛ କରାଯାଇଛି ଯେପରି କୌଣସି ମେଧାବୀ ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ନହୁଅନ୍ତି । ମେଧାକୁ କେବେ ହେଲେ ଅଟକାଇ ହେବ ନାହିଁ । ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଭାଷାର ଏକ ସୁଦୀର୍ଘ ପରମ୍ପରା ରହିଛି । ଓଡ଼ିଆ ଭାଷା ସାହିତ୍ୟ ଆମ ନିଜସ୍ୱ, ବହୁ ପ୍ରାଚୀନ ଏବଂ ଅତ୍ୟନ୍ତ ଉଚ୍ଚମାନର ।
